ହତ୍ୟାର ୧୩ ବର୍ଷ ପରେ ଅଭିନେତ୍ରୀ ଲୈଲା ଖାନଙ୍କୁ ମିଳିଲା ନ୍ୟାୟ, ସାବତ ବାପାଙ୍କୁ ଫାଶି ଦଣ୍ଡ
Advertisement
Article Detail0/zeeodisha/odisha2261780

ହତ୍ୟାର ୧୩ ବର୍ଷ ପରେ ଅଭିନେତ୍ରୀ ଲୈଲା ଖାନଙ୍କୁ ମିଳିଲା ନ୍ୟାୟ, ସାବତ ବାପାଙ୍କୁ ଫାଶି ଦଣ୍ଡ

Laila Khan Murder Case: ଅଭିନେତ୍ରୀ ଲୈଲା ଖାନ ହତ୍ୟା ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ଆସିଛି। ମୁମ୍ବାଇର ସେସନ୍ସ କୋର୍ଟ ଦୋଷୀ ପରଭେଜ ଟାକଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ୧୩ ବର୍ଷ ପରେ କୋର୍ଟ ଏହି ମାମଲାରେ ଦଣ୍ଡ ଘୋଷଣା କରିଛନ୍ତି। ପରଭେଜ ଟାକ ମୃତ ଲୈଲା ଖାନଙ୍କ ସାବତ ପିତା।

 

Laila Khan Murder Case
Laila Khan Murder Case

ମୁମ୍ବାଇ: ଅଭିନେତ୍ରୀ ଲୈଲା ଖାନ ହତ୍ୟା ମାମଲାରେ ନିଷ୍ପତ୍ତି ଶୁଣାଇଛନ୍ତି କୋର୍ଟ । ହତ୍ୟାର ୧୩ ବର୍ଷ ପରେ ଆସିଛି ରାୟ । ମୁମ୍ବାଇର ସେସନ୍ସ କୋର୍ଟ ଦୋଷୀ ସାବତ ବାପା ପରଭେଜ ଟାକଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ୨୦୧୧ ମସିହାରେ ଲୈଲାଙ୍କ ସହ ୬ ଜଣଙ୍କୁ ହତ୍ୟା କରିଥିଲା। ପ୍ରାୟ ୧୩ବର୍ଷ ପରେ କୋର୍ଟ ଏହି ମାମଲାରେ ଦଣ୍ଡ ଘୋଷଣା କରିଛନ୍ତି। ପରଭେଜ ଟାକ ହେଉଛନ୍ତି ମୃତ ଲୈଲା ଖାନଙ୍କ ସାବତ ବାପା । ୨୦୧୧ ଫେବ୍ରୁଆରୀରେ, ପରଭେଜ ଟାକ ମହାରାଷ୍ଟ୍ରର ଇଗାଟପୁରୀର ଏକ ଫାର୍ମ ହାଉସରେ ଲୈଲା ଖାନ ଏବଂ ତାଙ୍କ ପରିବାରର ଅନ୍ୟ ପାଞ୍ଚଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ମୃତଦେହକୁ ମାଟି ତଳେ ପୋତି ଦେଇଥିଲେ । ମୃତକଙ୍କ ମଧ୍ୟରେ ଥିଲେ ଲୈଲାଙ୍କ ମାଆଙ୍କ ସହ ୪ ଭାଇଭଉଣୀ ।

ମେ ୯ରେ, ସେସନ୍ସ କୋର୍ଟ ପରଭେଜ ଟାକଙ୍କୁ ଲୈଲା ଖାନ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଘୋଷଣା ଉପରେ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । ଏବେ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି । ସମ୍ପତ୍ତି ଉପରେ ବିବାଦ ପରେ ପରଭେଜ ଟାକ ତାଙ୍କ ସାବତ କନ୍ୟା ଲୈଲା ଖାନଙ୍କ ସହ ୫ ଜଣଙ୍କୁ ହତ୍ୟା କରିଥିଲେ ।

ଅପହରଣ ଅଭିଯୋଗ ପରେ ମିଳିଥିଲା କଙ୍କାଳ
ଲୈଲା, ତାଙ୍କ ମା ଏବଂ ଚାରି ଭାଇ ଭଉଣୀଙ୍କୁ ହତ୍ୟା କରି ସେମାନଙ୍କ ମୃତଦେହକୁ ଫାର୍ମ ହାଉସରେ ପୋତି ଦେଇଥିଲେ ପରଭେଜ । ଲୈଲାଙ୍କ ପିତା ମୁମ୍ବାଇର ଓଶିୱାରାଠାରେ ଅପହରଣ ମାମଲା ଦାଏର କରିବା ପରେ ମାମଲା ସାମ୍ନାକୁ ଆସିଥିଲା । ଅଭିଯୋଗ ହୋଇଥିଲା, ପରଭେଜ୍ ତାଙ୍କ ପରିବାର ସଦସ୍ୟଙ୍କୁ ଅପହରଣ କରି ନେଇଛନ୍ତି । ହତ୍ୟାକାଣ୍ଡର କିଛି ମାସ ପରେ ପରବେଜଙ୍କୁ ଜାମ୍ମୁ କାଶ୍ମୀର ପୋଲିସ ଏକ ଠକେଇ ମାମଲାରେ ଗିରଫ କରିଥିଲା । ପ୍ରଥମେ ପରଭେଜ୍ କହୁଥିଲେ, ଲୈଲା ଏବଂ ତାଙ୍କ ପରିବାର ଦୁବାଇରେ ଅଛନ୍ତି କିନ୍ତୁ ପରେ ସେ ସ୍ୱୀକାର କରିଥିଲେ ଯେ ସେ ସେମାନଙ୍କୁ ହତ୍ୟା କରିଛନ୍ତି । ଏହା ପରେ ଜାମ୍ମୁ କାଶ୍ମୀର ପୋଲିସ ପରଭେଜଙ୍କୁ ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରିଥିଲା ।

ଲୈଲା ଖାନ କିଏ?
ଲୈଲା ଖାନଙ୍କ ପ୍ରକୃତ ନାମ ରେଶମା ପଟେଲ ଥିଲା। ସେ ୧୯୭୮ ରେ ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା ଥିଲେ ସେଲିନା ପଟେଲ। ସେ ତିନିଥର ବିବାହ କରିଥିଲେ। ସେଲିନା ପଟେଲଙ୍କ ପ୍ରଥମ ବିବାହ ନାଦିର ଶାହା ପଟେଲଙ୍କ ସହ ହୋଇଥିଲା। ତାଙ୍କ ଝିଅ ଲୈଲା ଖାନ ଥିଲେ। ପିଲାଦିନରୁ ଲୈଲା ଖାନ ଅଭିନେତ୍ରୀ ହେବାକୁ ଚାହୁଁଥିଲେ। ୨୦୦୨ ରେ ତାଙ୍କର ସ୍ୱପ୍ନ ପୂରଣ ହୋଇଥିଲା। ସେ କନ୍ନଡ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ। ୪ ବର୍ଷ ପରେ, ଲୈଲା ଖାନ୍ ୨୦୦୮ ମସିହାରେ ଚଳଚ୍ଚିତ୍ର 'ୱାଫା ଏ ଡେଭିଲ ଲଭ୍ ଷ୍ଟୋରୀ' ସହିତ ଡେବ୍ୟୁ ସେ କରିଥିଲେ। ଏହି ଚଳଚ୍ଚିତ୍ରରେ ରାଜେଶ ଖାନ୍ନା ମୁଖ୍ୟ ଭୂମିକାରେ ଥିଲେ।

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

;