Sagar Pandey Passes Away : ପରଲୋକରେ ସଲମାନଙ୍କ ଡୁପ୍ଲିକେଟ୍‌,ସୋସିଆଲ ମିଡିଆରେ ଏମିତି କିଛି ପୋଷ୍ଟ କଲେ ସଲୁ ମିଆଁ
Advertisement
Article Detail0/zeeodisha/odisha1375459

Sagar Pandey Passes Away : ପରଲୋକରେ ସଲମାନଙ୍କ ଡୁପ୍ଲିକେଟ୍‌,ସୋସିଆଲ ମିଡିଆରେ ଏମିତି କିଛି ପୋଷ୍ଟ କଲେ ସଲୁ ମିଆଁ

Sagar Pandey Passes Away : ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ବିୟୋଗକୁ ଲୋକେ ଭୁଲି ନ ଥିବା ବେଳେ ପୁଣି ବଲିଉଡରୁ ଆସିଲା ଦୁଃଖଦ ଖବର। ବଲିଉଡ ଇଣ୍ଡଷ୍ଟ୍ରିରୁ ଆଉ ଏକ ଖରାପ ଖବର ସାମ୍ନାକୁ ଆସୁଛି । ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ରାଜୁ ଶ୍ରୀବାସ୍ତବଙ୍କ ମୃତ୍ୟୁ ପରେ ବର୍ତ୍ତମାନ ସାଗର ସଲମାନ ପାଣ୍ଡେଙ୍କ ଦେହାନ୍ତ ହୋଇଛି ।

ସୌଜନ୍ୟ : ସୋସିଆଲ ମିଡିଆ

Sagar Pandey Passes Away : ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ବିୟୋଗକୁ ଲୋକେ ଭୁଲି ନ ଥିବା ବେଳେ ପୁଣି ବଲିଉଡରୁ ଆସିଲା ଦୁଃଖଦ ଖବର।  ବଲିଉଡ ଇଣ୍ଡଷ୍ଟ୍ରିରୁ ଆଉ ଏକ ଖରାପ ଖବର ସାମ୍ନାକୁ ଆସୁଛି । ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ରାଜୁ ଶ୍ରୀବାସ୍ତବଙ୍କ ମୃତ୍ୟୁ ପରେ ବର୍ତ୍ତମାନ ସାଗର ପାଣ୍ଡେଙ୍କ ଦେହାନ୍ତ ହୋଇଛି । ସାଗର ପାଣ୍ଡେ ସଲମାନ ଖାନଙ୍କ ଡବି ଡବଲ ବା ଡୁପ୍ଲିକେଟ୍‌ ଭାବରେ ଜଣାଶୁଣା । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ସାଗର ପାଣ୍ଡେ ସଲମାନ ଖାନଙ୍କ ଦେହାନ୍ତ ନେଇ ବଲିଉଡରେ ଶୋକର ଛାୟା ଖେଳି ଯାଇଛି। 

ଖବର ଅନୁଯାୟୀ, ସାଗର ଜିମରେ ଟ୍ରେଡମିଲରେ ଦୌଡ଼ୁଥିବା ସମୟରେ ହଠାତ୍ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ସାଗର ପାଣ୍ଡେ ଅନେକ ଚଳଚ୍ଚିତ୍ରରେ ସଲମାନଙ୍କ ପାଇଁ ବଡି ଡବଲର ରୋଲ୍‌ କରିଥିଲେ । ତାଙ୍କୁ ସଲମାନଙ୍କ ହମସକଲ ମଧ୍ୟ କୁହାଯାଉଥିଲା । ବର୍ତ୍ତମାନ ସଲମାନ ତାଙ୍କ ସୋସିଆଲ ମିଡିଆ ପେଜ୍‌ରେ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। ସଲମାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସାଗର ପାଣ୍ଡେଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଫଟୋରେ RIP ଲେଖାଯାଇଛି । ସଲମାନ ଆହୁରି ମଧ୍ୟ, ଲେଖିଛନ୍ତି, 'ମୋ ସାଥିରେ ରହିଥିବାରୁ ହୃଦୟରୁ ଧନ୍ୟବାଦ ଜଣାଉଛି, ସାଗର ଭାଇ ତୁମ ଆତ୍ମାକୁ ​​ଶାନ୍ତି ମିଳୁ, ଧନ୍ୟବାଦ, #RIP #SagarPandey ।' ସାଗର ପାଣ୍ଡେଙ୍କ ମୃତ୍ୟୁ ଯୋଗୁଁ ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ଶୋକରେ ବୁଡ଼ି ଯାଇଛି । 

 ଏହାବି ପଢନ୍ତୁ : Vikram Vedha box office collection Day 1: ପ୍ରଥମ ଦିନରେ ଏତିକି କୋଟି ରୋଜଗାର କଲା ଫିଲ୍ମ

 

 
 
 
 

 
 
 
 
 
 
 
 
 
 
 

A post shared by Salman Khan (@beingsalmankhan)

 

ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ସାଗର ଉତ୍ତରପ୍ରଦେଶ ପ୍ରତାପଗଡ ଜିଲ୍ଲା ର ବାସିନ୍ଦା ଥିଲେ । ସାଗର ମଧ୍ୟ ସଲମାନଙ୍କ ପରି ବିବାହ କରିନଥିଲେ । ସାଗର ମଧ୍ୟ ଅଭିନେତା ହେବାକୁ ମୁମ୍ବାଇ ଆସିଥିଲେ । ଯେତେବେଳେ ସେ ଅଭିନୟରେ କୌଣସି ବିଶେଷ କାମ ପାଇଲେ ନାହିଁ । ସେତେବେଳେ ସେ ସଲମାନ ଖାନଙ୍କ ପାଇଁ ବଡି ଡବଲ ହେବାକୁ ସ୍ଥିର କଲେ । ତାଙ୍କର ପାଞ୍ଚ ଭାଇ ଅଛନ୍ତି ଯେଉଁମାନଙ୍କ ମଧ୍ୟରୁ ସେ ଅଧିକ ରୋଜଗାର କରୁଥିଲେ ଏବଂ ପରିବାର ପୋଷୁଥିଲେ।୫୦ ରୁ ଅଧିକ ଚଳଚ୍ଚିତ୍ରରେ ବଡି ଡବଲସାଗର ପ୍ରଥମ ଥର ପାଇଁ ସଲମାନଙ୍କ ପାଇଁ ବଡି ଡବଲ କରୁଥିବାବେଳେ ଫିଲ୍ମ 'କୁଛ କୁଛ ହୋତା ହୈ'ରେ ନଜର ଆସିଥିଲେ। ଏହା ପରେ ସେ 'ବଜରଙ୍ଗୀ ଭାଇ ଜାନ', 'ଟ୍ୟୁବଲାଇଟ୍', 'ଦବଙ୍ଗ', 'ଦବଙ୍ଗ ୨', 'ଡବଙ୍ଗ 3' 'ଭଳି ଅନ୍ୟ ଚଳଚ୍ଚିତ୍ର କରିଛନ୍ତି । ଏକ ପୁରୁଣା ସାକ୍ଷାତକାରରେ ସାଗର କହିଥିଲେ ଯେ ସେ ୫୦ ରୁ ଅଧିକ ଚଳଚ୍ଚିତ୍ରରେ ବଡି ଡବଲ ରୋଲ୍‌ କରିସାରିଛନ୍ତି । ସେହିପରି କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବଙ୍କ ମୃତ୍ୟୁ ମଧ୍ୟ ହୃଦଘାତ ଯୋଗୁଁ ହୋଇଥିଲା । ସେ ଅଗଷ୍ଟ ୧୦ରେ ଜିମ୍ ରେ ଓ୍ବାର୍କ ଆଉଟ କରିବା ସମୟରେ ଚେତାଶୂନ୍ୟ ହୋଇ ପଡିଥିଲେ । ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତୀ କରାଯାଇଥିଲା। ହେଲେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସି ନ ଥିଲା । ଶେଷରେ ସେପ୍ଚେମ୍ବର ୨୧ରେ ଚିକିତ୍ସାଧିନ ଅବସ୍ଥାରେ ସେ ଆଖି ବୁଜିଥିଲେ।