Actor Death: କଳାଜଗତକୁ ଶକ୍ତ ଧକ୍କା, ହୃଦଘାତରେ ଆଖିବୁଜିଲେ ଏହି ଅଭିନେତା
Advertisement
Article Detail0/zeeodisha/odisha2396943

Actor Death: କଳାଜଗତକୁ ଶକ୍ତ ଧକ୍କା, ହୃଦଘାତରେ ଆଖିବୁଜିଲେ ଏହି ଅଭିନେତା

Actor Death: ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ମୋର ପ୍ରିୟ ବନ୍ଧୁଙ୍କ ଆତ୍ମାକୁ ଶାନ୍ତି ମିଳୁ। ନିର୍ମଳ ବେନିଙ୍କ ଅକାଳ ବିୟୋଗ ଖବର ଚଳଚ୍ଚିତ୍ର ଜଗତ ଏବଂ ତାଙ୍କ ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଛି। ତାଙ୍କର ଅପ୍ରତ୍ୟାଶିତ ବିୟୋଗ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷତି ଏବଂ ମାଲାୟାଲମ୍ ସିନେମାରେ ତାଙ୍କର ଅବଦାନ ସ୍ମରଣୀୟ ହେବ ।

Actor Death: କଳାଜଗତକୁ ଶକ୍ତ ଧକ୍କା, ହୃଦଘାତରେ ଆଖିବୁଜିଲେ ଏହି ଅଭିନେତା
Actor Death: ଆମେନ୍ ଚଳଚ୍ଚିତ୍ରରେ ଅଭିନୟ କରି ପ୍ରଂଶସା ସାଉଁଣ୍ଟିଥିବା ଜଣାଶୁଣା ମାଲାୟାଲି ଅଭିନେତା ନିର୍ମଳ ବେନିଙ୍କର ୩୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ ଘନିଷ୍ଠ ବନ୍ଧୁ ତଥା ପ୍ରଯୋଜକ ସଞ୍ଜୟ ପାଦିୟୁର(Sanjay Padiyoor) ଏହି ଦୁଃଖଦ ଖବର ସେୟାର କରି ପ୍ରକାଶ କରିଛନ୍ତି ଯେ ୨୦୨୪ ଅଗଷ୍ଟ ୨୩ ତାରିଖ ସକାଳେ ତିରୁବନନ୍ତପୁରମସ୍ଥିତ ତାଙ୍କ ବାସଭବନରେ ହୃଦଘାତରେ ବେନିଙ୍କର ମୃତ୍ୟୁ ଘଟିଥିଲା। ବହୁମୁଖୀ ପ୍ରତିଭାବାନ୍ ଅଭିନେତା ନିର୍ମଳ ବେନି ଲିଜୋ ଜୋସ ପେଲିସେରିଙ୍କ ସମାଲୋଚକଙ୍କ ଦ୍ୱାରା ପ୍ରଶଂସିତ ଚଳଚ୍ଚିତ୍ର 'ଆମେନ୍'ରେ ଜଣେ କନିଷ୍ଠ ପୂଜକ କୋଚାଚନ ଭୂମିକାରେ ଅଭିନୟ କରି ବ୍ୟାପକ ଖ୍ୟାତି ଅର୍ଜନ କରିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ଦର୍ଶକ ଏବଂ ସମାଲୋଚକଙ୍କ ଉପରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା।
 
ବେନି ୨୦୧୨ରେ ଚଳଚ୍ଚିତ୍ର ନବଗତରକ୍କୁ ସ୍ୱାଗତମ୍ ରେ(Navagatharkku Swagatham) ଅଭିନୟ କରି ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଗତ କିଛି ବର୍ଷ ମଧ୍ୟରେ ସେ ଆମେନ୍ ଏବଂ ଦୂରମ୍ ସମେତ ମୋଟ ୫ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଫିଲ୍ମ କାମ ବ୍ୟତୀତ ନିର୍ମଳ ୟୁଟ୍ୟୁବରେ ମଧ୍ୟ ଏକ ପରିଚିତ ଚେହେରା ପାଲଟିଯାଇଥିଲେ, ଯେଉଁଠାରେ ସେ ଅନେକ ଲୋକପ୍ରିୟ ଭିଡିଓରେ ନଜର ଆସିଥିଲେ ।
 
 
 
 
 

 
 
 
 
 
 
 
 
 
 
 

A post shared by India Today (@indiatoday)

ସଞ୍ଜୟ ପାଦିୟୁର ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏକ ହୃଦୟସ୍ପର୍ଶୀ ବାର୍ତ୍ତାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, 'ମୋର ପ୍ରିୟ ବନ୍ଧୁଙ୍କୁ ବିଦାୟ ଦେଉଛି। ଆମେନ୍ ରେ କୋଚାଚନ ଭୂମିକା ଏବଂ ମୋ ଚଳଚ୍ଚିତ୍ର ଦୂରମ୍ ରେ ସେ ଅଭିନୟ କରିଥିବା କେନ୍ଦ୍ରୀୟ ଚରିତ୍ର । ଆଜି ସକାଳେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ମୋର ପ୍ରିୟ ବନ୍ଧୁଙ୍କ ଆତ୍ମାକୁ ଶାନ୍ତି ମିଳୁ। ନିର୍ମଳ ବେନିଙ୍କ ଅକାଳ ବିୟୋଗ(Actor Nirmal Benny Passes Away) ଖବର ଚଳଚ୍ଚିତ୍ର ଜଗତ ଏବଂ ତାଙ୍କ ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଛି। ତାଙ୍କର ଅପ୍ରତ୍ୟାଶିତ ବିୟୋଗ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷତି ଏବଂ ମାଲାୟାଲମ୍ ସିନେମାରେ(Malayalam cinema) ତାଙ୍କର ଅବଦାନ ସ୍ମରଣୀୟ ହେବ ।