Happy birthday Manoj Bajpayee: ତିନି ତିନି ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ ମନୋଜ ବାଜପେୟୀ, ଆଜି ଏତିକି କୋଟିର ମାଲିକ
Advertisement
Article Detail0/zeeodisha/odisha1664499

Happy birthday Manoj Bajpayee: ତିନି ତିନି ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ ମନୋଜ ବାଜପେୟୀ, ଆଜି ଏତିକି କୋଟିର ମାଲିକ

Happy birthday Manoj Bajpayee: କ୍ୟାରିୟର ଆରମ୍ଭ ବେଳେ ବାରମ୍ବାର ରିଜେକ୍ସନ୍ ଯୋଗୁଁ ସେ ଥରେ ନୁହେଁ ତିନି ତିନି ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ । କିନ୍ତୁ ପରେ ଅତୁଟ ମନୋବଳ ସହ ଆଗକୁ ବଢିଥିଲେ। ଆମେ କହୁଛୁ ମନୋଜ ବାଜପେୟୀଙ୍କ କଥା । ଯିଏ ଆଜି ତାଙ୍କର ୫୪ତମ ଜନ୍ମଦିନ ପାଳନ କରୁଛନ୍ତି । 

ସୌ(ସୋସିଆଲ ମିଡିଆ)
ସୌ(ସୋସିଆଲ ମିଡିଆ)

Happy birthday Manoj Bajpayee: ବଲିଉଡ଼ (Bollywood) ଇଣ୍ଡଷ୍ଟ୍ରିରେ କାମ କରିବା ପ୍ରତ୍ୟେକ କଳାକାରଙ୍କ ଲାଗି ଏକ ସ୍ୱପ୍ନ ଅଟେ । ଅନେକ ଅତି ସହଜରେ ଏହି ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥାଆନ୍ତି । କିନ୍ତୁ ଅନେକଙ୍କ ଲାଗି ଏହି ଯାତ୍ରା ଏତେ ସହଜ ହୋଇନଥାଏ । ବହୁ ସଂର୍ଘଷ ପରେ କେତେକ କଳାକାର ଏହି ଇଣ୍ଡଷ୍ଟ୍ରିର ଅଂଶ ହୋଇଥାଆନ୍ତି । ଆଜି ଆମେ ଆପଣଙ୍କୁ ଏପରି ଜଣେ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ଅଭିନୟ ପିଲାଠୁ ବୟସ୍କ ସମସ୍ତଙ୍କୁ ପାଗଳ କରିଛି । କିନ୍ତୁ କ୍ୟାରିୟର ଆରମ୍ଭ ବେଳେ ବାରମ୍ବାର ରିଜେକ୍ସନ୍ ଯୋଗୁଁ ସେ ଥରେ ନୁହେଁ ତିନି ତିନି ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ । କିନ୍ତୁ ପରେ ଅତୁଟ ମନୋବଳ ସହ ଆଗକୁ ବଢିଥିଲେ । ଯାହାର ଫଳ ଆଜି ସଫଳତା ତାଙ୍କ ପାଦ ତଳେ ରହିଛି । ଆମେ କହୁଛୁ ଫ୍ୟାମିଲି ମ୍ୟାନ୍ (The Family Man) ଅର୍ଥାତ୍ ମନୋଜ ବାଜପେୟୀଙ୍କ (Manoj Bajpayee) କଥା । ଯିଏ ଆଜି ତାଙ୍କର ୫୪ତମ ଜନ୍ମଦିନ ପାଳନ କରୁଛନ୍ତି ।

ବିହାରର ଏକ ଛୋଟ ଗାଁ ବେଲୱାରେ ୧୯୬୯ ମସିହା ଏପ୍ରିଲ ୨୩ ତାରିଖରେ ଏକ କୃଷକ ପରିବାରରେ ମନୋଜ ବାଜପେୟୀଙ୍କ (Manoj Bajpayee) ଜନ୍ମ । ମନୋଜ କେବଳ ନଅ ବର୍ଷ ବୟସରେ ଅଭିନେତା ହେବାକୁ ନିଷ୍ପତ୍ତି ନେଇଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ମନୋଜ ବାଜପେୟୀଙ୍କ ଜନ୍ମ ପରେ ତାଙ୍କୁ ନେଇ କରାଯାଇଥିବା ଭବିଷ୍ୟବାଣୀ ଏବେ ସତ ହୋଇଛି । ଯେତେବେଳେ ଜ୍ୟୋତିଷ ଅଭିନେତାଙ୍କ ଜାତକ ଦେଖିଥିଲେ ସେ ସ୍ପଷ୍ଟ ଭାବରେ କହିଥିଲେ ଯେ, ଏହି ପିଲା ଭବିଷ୍ୟତରେ ଜଣେ ନେତା କିମ୍ବା ଅଭିନେତା ହେବ । ଆଜି ଜ୍ୟୋତିଷଙ୍କ ଏହି ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି । ନିଜର ପରିଶ୍ରମ ଓ ଦୃଢ ମନୋବଳ ଯୋଗୁଁ ମନୋଜ (Manoj Bajpayee) ଅଭିନୟ ଜଗତରେ ସ୍ବତନ୍ତ୍ର ପରିଚୟ ତିଆରି କରିଛନ୍ତି । ବର୍ତ୍ତମାନ ସମୟରେ ମନୋଜ ବାଜପେୟୀଙ୍କୁ କୌଣସି ପରଚୟର ଆବଶ୍ୟକତା ନାହିଁ । କିନ୍ତୁ ଅଭିନେତାଙ୍କ ଯାତ୍ରା ଏତେ ସହଜ ନଥିଲା ।

ଅଭିନେତା ନିଜେ ତାଙ୍କ ସଂଘର୍ଷର କାହାଣୀ ଅନେକ ଥର କହିଛନ୍ତି। ସେ କୁହନ୍ତି, 'ମୁଁ ଜଣେ କୃଷକର ପୁଅ। ବିହାରର ଏକ ଛୋଟ ଗାଁରେ ମୋର ଜନ୍ମ । ପାଞ୍ଚ ଭାଇ ଭଉଣୀଙ୍କ ସହିତ ମୁଁ ବଡ଼ ହୋଇଛି । ପିଲାଦିନରୁ ସିନେମା ପାଇଁ ମୋର ଦୁର୍ବଳତା ରହିଥିଲା । ବାସ୍ତବରେ, ଆମ ଜୀବନଶୈଳୀ ବହୁତ ସରଳ ଥିଲା, କିନ୍ତୁ ଯେତେବେଳେ ବି ଆମେ ସହର ଯାଉଥିଲୁ, ଆମେ ଫିଲ୍ମ ନିଶ୍ଚୟ ଦେଖୁଥିଲୁ । ସେ ସମୟ ପ୍ରତ୍ୟେକ ପିଲା ଅମିତାଭ ବଚ୍ଚନଙ୍କ ଫ୍ୟାନ୍ସ ଥିଲେ ଏଥିରେ ମୁଁ ମଧ୍ୟ ସାମିଲ ଥିଲି । ଏହି କାରଣରୁ ମୁଁ ୧୭ ବର୍ଷ ବୟସରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆଡମିଶନ ନେବା ପରେ ଥିଏଟର ଆରମ୍ଭ କରିଥିଲି” । ସେ ଆଉ ମଧ୍ଯ କହିଛନ୍ତି ଯେ, “ସିନେମା ଜଗତରେ ସ୍ଥାନ ପାଇବା ଏତେ ସହଜ ନଥିଲା। NSDରେ ଆବେଦନ କରିବା ପରେ ମୁଁ ତିନି ତିନି ଥର ରିଜେକ୍ଟ ହୋଇଥିଲି । ଏହି ସମୟରେ ମୋର ମାନସିକ ଅବସ୍ଥା ଭଲ ନଥିଲା । ମୁଁ ତିନିଥର ଆତ୍ମହତ୍ୟା ଉଦ୍ୟମ କରିଥିଲି । ଏଭଳି ପରିସ୍ଥିତିରେ ମୋର ସାଙ୍ଗମାନେ ମୋ ପାଖରେ ଶୋଉଥିଲେ, ମୋତେ କେବେ ଏକୁଟିଆ ଛାଡୁନଥିଲେ । ସେ ଆଉ ମଧ୍ୟ କହିଛନ୍ତି, ଜଣେ ଆସିଷ୍ଟାଣ୍ଟ ଡାଇରେକ୍ଟର ମୋ ଫଟୋ ଚିରି ଦେଇଥିଲେ । ଗୋଟିଏ ଦିନରେ ମୋଠାରୁ ତିନୋଟି ପ୍ରୋଜେକ୍ଟ ଛଡ଼ାଇ ନିଆଗଲା” । ଏମିତି କି, “ପ୍ରଥମ ସଟରେ ମୋତେ ସେଟରୁ ଗ୍ରେଟ ଆଉଟ କୁହାଯାଇଥିଲା । ଏହି ସମୟରେ ମୋ ପାଖରେ ଘର ଭଡ଼ା ଏମିତି କି ଗୋଟିଏ ବଡ଼ା ପାଉଁ ଖାଇବାକୁ ମଧ୍ୟ ଟଙ୍କା ନଥିଲା । ଏହାପରେ ମୁଁ ମୁମ୍ବାଇ ଆସିଥିଲି। ପ୍ରାୟ ୪ ବର୍ଷ ଧରି ସଂଘର୍ଷ କରିବା ପରେ ମହେଶ ଭଟ୍ଟଙ୍କ ଟିଭି ଧାରାବାହିକରେ କାମ ମିଳିଥିଲା। ସେହି ସମୟ ଗୋଟିଏ ଏପିସୋଡ଼ ଲାଗି ମୋତେ ୧୫୦୦ ଟଙ୍କା ମିଳୁଥିଲା । ଏଥିରେ ମୋ କାମ ଲକ୍ଷ୍ୟ କରାଯାଉଥିଲା । ପରେ ବଲିଉଡ ଚଳଚ୍ଚିତ୍ର ସତ୍ୟରେ କାମ ପାଇଥିଲି । ବାସ୍, ଏହା ମୋ ଜୀବନରେ ଟର୍ଣ୍ଣ ପଏଣ୍ଟ ଥିଲା” ।

ମନୋଜ ୨୦୨୧ ମସିହାରେ ମୁମ୍ବାଇ ଆନ୍ଧେରୀରେ ଏକ ୧୯ ମହଲା ବିଶିଷ୍ଟ ଏକ ଆପାର୍ଟମେଣ୍ଟ କିଣିଥିଲେ, ଯେଉଁଠାରେ ସେ ତାଙ୍କ ପତ୍ନୀ ଓ ଝିଅଙ୍କ ସହ ରୁହନ୍ତି । ଏହା ବ୍ୟତୀତ ଅଭିନେତାଙ୍କ ନିକଟରେ ବହୁ କାର କଲେକ୍ସନ ମଧ୍ଯ ରହିଛି, ଯାହାର ମୂଲ୍ୟ ଏକ କୋଟିରୁ ଅଧିକ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମନୋଜଙ୍କ ମୋଟ ସଂପତ୍ତି ମୂଲ୍ୟ ୧୧୮ କୋଟି ଟଙ୍କା ଅଟେ ।

 

 

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

;