Odia Movie: ଜଣେ ଭିନ୍ନକ୍ଷମ ନାରୀ ର କାହାଣୀ ଚଳଚ୍ଚିତ୍ର 'ଆଭା', ସେପ୍ଟେମ୍ବର ୧୩ରେ ମୁକ୍ତିଲାଭ
Advertisement
Article Detail0/zeeodisha/odisha2423249

Odia Movie: ଜଣେ ଭିନ୍ନକ୍ଷମ ନାରୀ ର କାହାଣୀ ଚଳଚ୍ଚିତ୍ର 'ଆଭା', ସେପ୍ଟେମ୍ବର ୧୩ରେ ମୁକ୍ତିଲାଭ

ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଓମ୍ ବାବା ପ୍ରଡକସନ୍ସ ଏକ ନୂଆ ସ୍ୱାଦର ସିନେମା ଭେଟି ଦେଉଛି। ଆଭା ଚଳଚ୍ଚିତ୍ରର ମୁଖ୍ୟ ନାୟିକା ଭାବେ ନବାଗତା ଅଭିନେତ୍ରୀ ସୋନା ମଲ୍ଲିକ ଅଭିନୟ କରିଛନ୍ତି। ତାଙ୍କ ସହିତ ଅଭିଜ୍ଞ ଅଭିନେତ୍ରୀ ଅନୁ ଚୌଧୁରୀ, କେଦାର ମିଶ୍ର , ଶ୍ଵେତା ଆଚାର୍ଯ୍ୟଙ୍କ, ଵିଶାଲ ସାହୁ ସମେତ ଆହୁରି ଅନେକ ତାରକା ଅଭିନୟ କରିଛନ୍ତି।

Odia Movie: ଜଣେ ଭିନ୍ନକ୍ଷମ ନାରୀ ର କାହାଣୀ ଚଳଚ୍ଚିତ୍ର 'ଆଭା', ସେପ୍ଟେମ୍ବର ୧୩ରେ ମୁକ୍ତିଲାଭ

Odia Movie: ଭୁବନେଶ୍ୱର: ଓମ୍ ବାବା ପ୍ରଡ଼କସନ୍ସ ଦ୍ୱାରା ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର "ଆଭା"ର ସେନସର ହୋଇ ଅନକଟ୍ ଓ‌ ୟୁ ସାର୍ଟିଫିକେଟ ମିଳିବା ପରେ ଆସନ୍ତା ୧୩ ସେପ୍ଟେମ୍ବରରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ। ଜଣେ ଭିନ୍ନକ୍ଷମ ନାରୀର କାହାଣୀକୁ ନେଇ ନିର୍ମାଣ ହୋଇଛି "ଆଭା"। ଆଭା ଏକ ନିପଟ ମଫସଲ ଗାଁର ଗରିବ ପରିବାର ର ଜଣେ ଶାରୀରିକ ଭିନ୍ନକ୍ଷମ ଝିଅ। ଭିନ୍ନକ୍ଷମ ହେଲେ ମଧ୍ୟ କେମିତି ଜୀବନ ଶୈଳୀରେ ବଞ୍ଚିବାକୁ ହେବ ଯାହା ସମାଜକୁ ଏକ ପ୍ରକାର ଶିକ୍ଷା ମିଳିବ ତାହାରି ଉପରେ ଆଧାରିତ ଚଳଚ୍ଚିତ୍ର ଆଭା। 

ଖୁବ୍ ସୁନ୍ଦର ଅଭିନୟ କରିଛନ୍ତି ଆଭା ଓରଫ ସୋନା ମଲ୍ଲିକ। ଏହି ଚଳଚ୍ଚିତ୍ରଟି ପଶ୍ଚିମବଙ୍ଗର ମେଦିନିପୁରର ଏକ ଆଦିବାସୀ ଗ୍ରାମର ଜଙ୍ଗଲ ଘେରି ରହିଥିବା ଏକ ଗ୍ରାମୀଣ ପରିବେଶରେ ସୁଟିଂ କରାଯାଇଛି। ୪୨ ଡିଗ୍ରୀ ତାପମାତ୍ରାରେ, ସମସ୍ତ ଟେକ୍ନିସିଆନ୍ସ ନୂତନ ଧରଣର ଚଳଚ୍ଚିତ୍ର ଟିଏ ନିର୍ମାଣ କରିବା ପାଇଁ ଚେଷ୍ଟା କରିଛନ୍ତି। ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକ ଅନେକ ନୂଆ ସ୍ୱାଦ ପାଇବେ ବୋଲି ନିର୍ଦ୍ଦେଶକ କହିଛନ୍ତି। ଏହି ଚଳଚ୍ଚିତ୍ର ନାରୀ କୈନ୍ଦ୍ରିକ ହୋଇଥିବାରୁ ସମାଜରେ ସୁପ୍ରଭାବ ପକାଇବ ବୋଲି ନିର୍ମାତା ଓ ନିର୍ଦ୍ଦେଶକ ଆଶା ପ୍ରକଟ କରିଛନ୍ତି। 

ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ପ୍ରବୀର ମହାପାତ୍ର। କାହାଣୀ ଓ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦାୟିତ୍ୱ ରେ ଅଛନ୍ତି ପଲ୍ଲବ ରୟ। ସଂଳାପ ଲେଖିଛନ୍ତି ବିଶିଷ୍ଟ ଗୀତିକାର ମୋହିତ ଚକ୍ରବର୍ତ୍ତୀ। ଚିତ୍ରୋତ୍ତଳନରେ ଚିତ୍ତରଞ୍ଜନ ବିଶ୍ୱାଳ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ସତ୍ୟ ପ୍ରକାଶ ସାହୁ। କ୍ରିଏଟିଭ ହେଡ୍‌ (ମାର୍କେଟିଙ୍ଗ ଓ ପିଆର୍) ଦାୟିତ୍ଵ ରେ ଅଛନ୍ତି  ପ୍ରଣୟ ଜେଠୀ ।