Ollywood News: ରିଲିଜ୍ ହେଲା 'ଉଦଣ୍ଡୀ ସୀତା' ଟ୍ରେଲର
Advertisement
Article Detail0/zeeodisha/odisha1779985

Ollywood News: ରିଲିଜ୍ ହେଲା 'ଉଦଣ୍ଡୀ ସୀତା' ଟ୍ରେଲର

ଭୁବନେଶ୍ୱର: ରାଜଧାନୀର ସଦାସର୍ବଦା ଚଳ ଚଞ୍ଚଳ ଦୁଇ ନମ୍ବର ମାର୍କେଟ ବିଲଡିଂ ଠାରେ ନୂଆ ଓଡ଼ିଆ ଚଳଚ୍ଚିତ୍ର (New Film) ଉଦଣ୍ଡୀ ସୀତାର ଟ୍ରେଲର ରିଲିଜ (Trailer Release) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଚଳଚ୍ଚିତ୍ର ଉଦଣ୍ଡୀ ସୀତାର କାହାଣୀ ରଚନା, ପ୍ରଯୋଜନା ତଥା ନିର୍ଦ୍ଦେଶନା ଦେଇଥିବା ଯୁବ ନିର୍ଦ୍ଦେଶକ ଅଶ୍ୱିନ ତ୍

Ollywood News: ରିଲିଜ୍ ହେଲା 'ଉଦଣ୍ଡୀ ସୀତା' ଟ୍ରେଲର

Ollywood News: ଭୁବନେଶ୍ୱର: ରାଜଧାନୀର ସଦାସର୍ବଦା ଚଳ ଚଞ୍ଚଳ ଦୁଇ ନମ୍ବର ମାର୍କେଟ ବିଲଡିଂ ଠାରେ ନୂଆ ଓଡ଼ିଆ ଚଳଚ୍ଚିତ୍ର (New Film) ଉଦଣ୍ଡୀ ସୀତାର ଟ୍ରେଲର ରିଲିଜ (Trailer Release) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଚଳଚ୍ଚିତ୍ର ଉଦଣ୍ଡୀ ସୀତାର କାହାଣୀ ରଚନା, ପ୍ରଯୋଜନା ତଥା ନିର୍ଦ୍ଦେଶନା ଦେଇଥିବା ଯୁବ ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ (Director Ashwin Tripathy), ସଂଳାପକାର ଡ଼କ୍ଟର ରଜନୀ ରଞ୍ଜନ, ଅଭିନେତ୍ରୀ ଦେବଯାନୀ, ଅଭିନେତା ସୁଭାଶିଷ, ଡେଲିଭରୀ ବୟର ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ, ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ, ପ୍ରମୁଖ ଉପସ୍ଥିତ ଥିଲେ ।

ଚାଷୀ ଜୀବନୀ (Farmer Biography) ଓ ସଂଘର୍ଷ ଉପରେ ଏ କାହାଣୀ ଆଧାରିତ ନୂଆ ଓଡ଼ିଆ ଚଳଚ୍ଚିତ୍ର "ଉଦଣ୍ଡୀ ସୀତା" । ଚାଷୀ ଆତ୍ମହତ୍ୟା ଓ ରାଜନୀତିର ସମ୍ପର୍କକୁ ବଖାଣିବାର ପ୍ରୟାସ କରିଛି ଏ କାହାଣୀ । ସିନେମାର କାହାଣୀ ରଚନା, ପ୍ରଯୋଜନା ସହିତ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ଅଶ୍ବିନ ତ୍ରିପାଠୀ । ସଂଳାପ ଲେଖିଛନ୍ତି ଡ଼କ୍ଟର ରଜନୀ ରଞ୍ଜନ । ସଂଗୀତର ଭାର ଜାପାନୀ କାନ୍ଧେଇଥିବା ବେଳେ ଗୀତ ଲେଖିଛନ୍ତି ତପୁ ନାୟକ । ଗୀତ ଗୁଡ଼ିକ ଗାଇଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର (Singer Human Sagar), ଜ୍ୟୋତିର୍ମୟୀ ଓ ଋତୁରାଜ ମହାନ୍ତି । ଚିତ୍ରତ୍ତୋଳନ ଦାୟିତ୍ୱ ଅକ୍ଷୟ କୁମାର ନାୟକ ନେଇଛନ୍ତି ଓ ସଂପାଦନା ମାନସ କୁମାର ସାହୁ ନେଇଛନ୍ତି । ସୀତା ଭୂମିକାରେ ଅଭିନୟ କରିଛନ୍ତି ଓଲିଉଡ ନାୟିକା ଦେବଯାନୀ । ମୁଖ୍ୟମନ୍ତ୍ରୀ ଭୂମିକାରେ ବରିଷ୍ଠ ଅଭିନେତା ସମରେଶ ରାଉତରାୟ, ଅନ୍ୟତମ ନେତା ଭୂମିକାରେ ଅଭିନୟ କରିଛନ୍ତି ଲିଭର ସିରୋସିସରେ ନିକଟରେ ମୃତ୍ୟୁବରଣ କରିଥିବା ସ୍ବର୍ଗତ ପିଣ୍ଟୁ ନନ୍ଦ (Pintu Nanda) । ସରପଞ୍ଚ ଭୂମିକାରେ ବରିଷ୍ଠ ଅଭିନେତା ଇଲୁ ବାନାର୍ଜୀ ଓ ଅନ୍ୟାନ୍ୟ ଭୂମିକାରେ ଶକ୍ତି ବରାଳ, ଅଙ୍କିତ, ଭବାନୀ, ଗୁଡ଼ୁ, ତୃପ୍ତି ସିଂହା, ଶୁବାଶିଷ, ଚୌଧୁରୀ ବିକାଶ ଦାସ, ମିଲନ ଜୟସିଂହ, ଦେବସୂର୍ଯ୍ୟ ନାୟକ, ସୁଶାନ୍ତ ଦାଶ ମହାପାତ୍ର, ଶ୍ରୀକାନ୍ତ ଓ ମଣ୍ଡୁ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରର ବିଜିଏମ ଦାୟୀତ୍ୱରେ ଅଛନ୍ତି ନବ ଏବଂ ସରୋଜ । ଟ୍ରେଲର ରିଲିଜ ପର୍ବକୁ ଉପସ୍ଥାପନା କରିଥିଲେ ଆରଜେ ଗୁଡ୍ଡୀ । ଚଳଚ୍ଚିତ୍ର ଉଦଣ୍ଡୀ ସୀତାର ପୂବ୍ଲିସିଟି ଦାୟିତ୍ୱରେ ଅଛନ୍ତି ମିଡ଼ିଆ ପ୍ଲାନର ତଥା କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ।

ସୂଚନାଯୋଗ୍ୟ, ନିର୍ଦ୍ଦେଶକ ଅଶ୍ୱୀନ ତ୍ରିପାଠୀ ପୂର୍ବରୁ ମଧ୍ୟ ସଫଳତାର ସହ ଅନେକ ଟିଭି ଚ୍ୟାନେଲରେ ସିନେମାର ନିର୍ଦ୍ଦେଶନା ଭାର ତୁଲାଇବା ସହ ସଫଳ ହୋଇଛନ୍ତି । ତେବେ ଅଶ୍ୱୀନଙ୍କର ପ୍ରଥମ ହଲ୍ ସିନେମା ହେଉଛି 'ଡେଲିଭରୀ ବୟ' ଆମ ସମାଜରେ ଘଟୁଥିବା ଘଟଣା ତଥା ଏକ ନିଚ୍ଛକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିଲା ସିନେମା ଡେଲିଭରୀ ବୟ । ସିନେମାଟିକୁ ରାଜ୍ୟ ସରକାର ଟିକସ ମୁକ୍ତ ମଧ୍ୟ କରିଥିଲେ । ସିନେମା ହଲରେ ବେଶ୍ କିଛିଦିନ ହାଉସଫୁଲ୍ ଭାବରେ ଚାଲିଥିଲା ଏହି ସିନେମା । ଦର୍ଶକମାନେ ଏହି ସିନେମାଟିକୁ ଏତେ ପ୍ରଶଂସା କରିଥିଲେ ଯେ, ତାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଜଣେ ଡେଲିଭରୀ ବୟ ଫୁଡ୍ ଡେଲିଭରୀ ସମୟରେ କେଉଁ ସବୁ ଅସୁବିଧାର ସମ୍ମୁଖିନ ହୁଏ ତାହା ହିଁ ଥିଲା ଏହି ସିନେମାର ବିଷୟବସ୍ତୁ । ଏହି ସିନେମାରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା ଓଲିଉଡର ନାୟକ ଶୈଳେନ୍ଦ୍ର ଓ ପ୍ରିୟମ୍ୱନ୍ଦାଙ୍କୁ । କେବଳ ସେତିକି ନୁହେଁ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଓ ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କୁ ଓକିଲ ଭୂମିକାରେ ଦେଖି ଦର୍ଶକେ ଖୁବ୍ ପ୍ରଶଂସା କରିଥିଲେ । ଅଦାଲତ ମଧ୍ୟରେ ଦୁହିଁଙ୍କ ଲଢେଇ ବେଶ୍ ଚମତ୍କାର ଥିଲା ।

Also Read- Cardamom Farming: ବର୍ଷା ଋତୁରେ କରନ୍ତୁ ଏହି ଚାଷ: ମିଳିବ ପ୍ରବଳ ଫାଇଦା