Nilu kohli Husband Passed away: ଅଭିନେତ୍ରୀ ନିଲୁ କୋହଲିଙ୍କ ସ୍ବାମୀଙ୍କ ପରଲୋକ, ବାଥରୁମରୁ ମିଳିଲା ମୃତଦେହ
Advertisement

Nilu kohli Husband Passed away: ଅଭିନେତ୍ରୀ ନିଲୁ କୋହଲିଙ୍କ ସ୍ବାମୀଙ୍କ ପରଲୋକ, ବାଥରୁମରୁ ମିଳିଲା ମୃତଦେହ

Nilu kohli husband passed away: ଅଭିନେତ୍ରୀ ନିଲୁ କୋହଲିଙ୍କ ସ୍ବାମୀ ହରମିନ୍ଦର କୋହଲିଙ୍କ ପରଲୋକ। ଏହି ଘଟଣା ଶୁକ୍ରବାର ଦିନ ଅପରାହ୍ନରେ ଅଟେ । ସେ ସଂପୂର୍ଣ୍ଣ ସୁସ୍ଥ ଥିଲେ । ଶୁକ୍ରବାର ଦିନ ଗୁରୁଦ୍ବାରାରୁ ଫେରିବା ପରେ ବାଥରୁମରୁ ତାଙ୍କ ମୃତଦେହ ମିଳିଥିଲା । 

ସୌ(ସୋସିଆଲ ମିଡିଆ)

Nilu kohli husband passed away: ଟେଲିଭିଜନ(Television) ଓ ଫିଲ୍ମ( Flims) ଅଭିନେତ୍ରୀ ନିଲୁ କୋହଲିଙ୍କ(Nilu Kohli) ସ୍ବାମୀ ହରମିନ୍ଦର କୋହଲିଙ୍କ ପରଲୋକ। ଏହି ଘଟଣା ଶୁକ୍ରବାର ଦିନ ଅପରାହ୍ନରେ ଅଟେ । ସେ ସଂପୂର୍ଣ୍ଣ ସୁସ୍ଥ ଥିଲେ । ଶୁକ୍ରବାର ଦିନ ଗୁରୁଦ୍ବାରାରୁ ଫେରିବା ପରେ ବାଥରୁମରୁ ତାଙ୍କ ମୃତଦେହ ମିଳିଥିଲା । ମୃତ୍ୟୁ ସମୟରେ ମୁମ୍ବାଇ ସ୍ଥିତ ତାଙ୍କ ଘରେ କେବଳ ସାହାୟକ ଉପସ୍ଥିତ ଥିଲେ । ହରମିନ୍ଦର ସିଂ(Harminder Singh Kohli) ଗୁରୁଦ୍ବାରାରୁ ଆସିବା ପରେ ବାଥରୁମ ଯାଇଥିଲେ । ପରେ ସେ ଆଉ ଫେରି ନଥିଲେ । ଦୀର୍ଘ ସମୟ ଯାଏଁ ନ ଫେରିବାରୁ ସାହାୟକଙ୍କୁ ସନ୍ଦେହ ହୋଇଥିଲା । ସେ ତାଙ୍କୁ ଖୋଜିବାକୁ ବାଥରୁମକୁ ଯାଇଥିଲେ । ସେଠାରେ ହରମିନ୍ଦର ବାଥରୁମ ଚଟାଣରେ ଅଚେତ ହୋଇ ପଡ଼ିଥିବା ସେ ଦେଖିବାକୁ ପାଇଥିଲେ । ତେବେ ଡାକ୍ତରଖାନା ନେବା ବେଳେକୁ ବହୁତ ଡ଼େରି ହୋଇଯାଇଥିଲା ।

ନିଲୁ କୋହଲିଙ୍କ ଝିଅ ପିତାଙ୍କ ମୃତ୍ୟୁ ନେଇ ସୂଚନା ଦେଇଥିଲେ । ସେ ଲେଖିଥିଲେ ଯେ, ହଁ ଏହା ସତ। ଆଜି ( ମାର୍ଚ୍ଚ ୨୪) ଅପରାହ୍ନରେ ଏହା ଘଟିଛି । ଏହା ଆକସ୍ମିକ ମୃତ୍ୟୁ ଥିଲା। ବାପାଙ୍କ ଅନ୍ତମ ସଂସ୍କାର ଦୁଇ ଦିନ( ରବିବାର) ପରେ ହେବ । ମୋ ଭାଇ ମର୍ଚାଣ୍ଟ ନେଭିରେ ଥିବାରୁ ଆମେ ତାଙ୍କୁ ଅପେକ୍ଷା କରିଛି । ମାଆଙ୍କ ଅବସ୍ଥା ଭଲ ନାହିଁ । ଘଟଣା ସମୟରେ ସେ କୌଣସି କାମ ପାଇଁ ବାହାରକୁ ଯାଇଥିଲେ । ସେପଟେ ନିଲୁ କୋହଲିଙ୍କ ବନ୍ଧବୀ ଗଣମାଧ୍ଯମକୁ ସୂଚନା ଦେଇ କହିଛନ୍ତି ଯେ, ହରମିନ୍ଦର ସଂପୂର୍ଣ୍ଣ ସୁସ୍ଥ ଥିଲେ । ସେ ଗୁରୁଦ୍ବାର ମଧ୍ଯ ଯାଇଥିଲେ । ଏହି ଘଟଣା ପ୍ରାୟ ଅପରାହ୍ନ ୧.୩୦ ମିନିଟର ଅଟେ । ଘରେ ଥିବା ସହାୟକ ଖାଇବା ପ୍ରସ୍ତୁତ କରୁଥିଲେ । ହରମିନ୍ଦର ବାଥରୁମରୁ ଆସିବା ପରେ ମଧ୍ଯାହ୍ନ ଭୋଜନ କରିଥାଆନ୍ତ । କିନ୍ତୁ ଦୀର୍ଘ ସମୟ ପରେ ମଧ୍ଯ ସେ ଖାଇବାକୁ ଆସିନଥିଲେ । ମଧ୍ଯାହ୍ନ ଭୋଜନ ପ୍ରସ୍ତୁତ ହୋଇଯାଇଥିବାରୁ ସହାୟକ ଜଣଙ୍କ ତାଙ୍କୁ ଖାଇବାକୁ ଡ଼ାକିବାକୁ ଯାଇଥିଲେ । ସେ ଭାବିଥିଲେ ହୁଏତ ହରମିନ୍ଦର ବେଡ଼ ରୁମରେ ଶୋଇଥିବେ । ବେଡ଼ ରୁମରେ ନପାଇବାରୁ ସେ ବାଥରୁମକୁ ଯାଇଥିଲେ । କବାଟ ବନ୍ଦ ନଥିବାରୁ ସେ ବାଥରୁମ ଭିତକୁ ଯାଇଥିଲେ । ସେଠାରେ ସେ ହରମିନ୍ଦରଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ଅଭିନେତ୍ରୀଙ୍କ ବନ୍ଧୁ ଏହା ମଧ୍ୟ କହିଛନ୍ତି ଯେ ନିଲୁ କୋହଲିଙ୍କ ସ୍ୱାମୀ ହରମିନ୍ଦର ସିଂହ କୋହଲିଙ୍କ ଅନ୍ତିମ ସଂସ୍କାର ରବିବାର ହେବ, କାରଣ ପରିବାର ଲୋକେ ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି।

ପ୍ରକାଶ ଥାଉ କି, ନିଲୁ ବହୁ ଟେଲିଭିଜନ ଧାରାବାହିକ ଓ ଫିଲ୍ମରେ ଅଭିନୟ କରିଛନ୍ତି । ସେ ‘ଛୋଟି ସରଦାନି’, ‘ମୈରେ ଆଙ୍ଗନ ମୈ’, ‘ୟେ ଝୁକି ଝୁକି ସି ନଜର’ ଇତ୍ୟାଦି ଟେଲି ଧାରାବାହିକରେ ତାଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିଥିଲା । ସେହିପରି ‘ଦିଲ କ୍ୟା କରେ’, ‘ପଟିୟାଲା ହାଉସ’, ‘ହାଉସଫୁଲ- ୩’, ‘ହିନ୍ଦୀ ମିଡ଼ିଏମ୍’ ଭଳି ବହୁ ଫିଲ୍ମରେ ମଧ୍ୟ ସେ କାମ କରିଛନ୍ତି ।

Also Read-Atif aslam Baby girl: ତୃତୀୟ ଥର ପାଇଁ ବାପା ହେଲେ ଅତିଫ୍ ଅସଲାମ, ସେୟାର କଲେ ଝିଅର ଫଟୋ