Binodini Devi Passes Away: ଆଉ ନାହାଁନ୍ତି ଗୀତିକାର ବିନୋଦିନୀ ଦେବୀ
Advertisement
Article Detail0/zeeodisha/odisha1917681

Binodini Devi Passes Away: ଆଉ ନାହାଁନ୍ତି ଗୀତିକାର ବିନୋଦିନୀ ଦେବୀ

Binodini Devi Passes Away: ପୁଣି କଳା ଜଗତରୁ ଆସିଲା ଦୁଃଖ ଖବର। ଆଉ ନାହାଁନ୍ତି ମହିଳା ସିନେ ଗୀତିକାର ବିନୋଦିନୀ ଦେବୀ। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା (Composer Binodini Devi Passes Away At 84 Years)। ଗୀତିକାର ବିନୋଦିନୀ ଦେବୀ ହେଉଛନ୍ତି ରାଜ୍ୟର ପ୍ରଥମ ଓଡ଼ିଆ ମହିଳା ସିନେ ଗୀତିକାର । 

ସୌଜନ୍ୟ- ସୋସିଆଲ ମିଡି଼ଆ

Binodini Devi Passes Away: ପୁଣି କଳା ଜଗତରୁ ଆସିଲା ଦୁଃଖ ଖବର। ଆଉ ନାହାଁନ୍ତି ମହିଳା ସିନେ ଗୀତିକାର ବିନୋଦିନୀ ଦେବୀ। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା (Composer Binodini Devi Passes Away At 84 Years)। ଗୀତିକାର ବିନୋଦିନୀ ଦେବୀ ହେଉଛନ୍ତି ରାଜ୍ୟର ପ୍ରଥମ ଓଡ଼ିଆ ମହିଳା ସିନେ ଗୀତିକାର । ସେ ଓଡିଆ ସିନେ ଜଗତକୁ ଅନେକ ସୁପରହିଟ୍ ଗୀତ ଭେଟି ଦେଇଛନ୍ତି। ତାଙ୍କ ବିୟୋଗ ଯୋଗୁଁ ଓଲିଉଡ଼ ଜଗତରେ ଶୋକର ଛାୟା ଖେଳି ଯାଇଛି। 

Also Read: HBD Hema Malini: ବିବାହ ପୂର୍ବରୁ ଧର୍ମେନ୍ଦ୍ର ନୁହେଁ ଏହି ଅଭିନେତାଙ୍କ ପାଇଁ ଗର୍ଭବତୀ ଥିଲେ ଡ୍ରିମ୍ ଗାର୍ଲ

ସୂଚନା ଅନୁସାରେ,ମସ୍ତିଷ୍କାଘାତ ସମସ୍ୟା କାରଣରୁ ଦୀର୍ଘ ଦିନ ଧରି ଗୀତିକାର ବିନୋଦିନୀ ଶଯ୍ୟାଶାୟୀ ରହିଥିଲେ । ସେ ଅନୁଗୁଳରେ ସାନପୁଅଙ୍କ ନିକଟରେ ରହି ଚିକିତ୍ସିତ ହେଉଥିଲେ । ହେଲେ ଆଜି ସକାଳେ ତାଙ୍କର ବିୟୋଗ ଘଟିଥିଲା (Veteran Odia lyricist Binodini Devi passes away) । ଗୀତିକାର ବିନୋଦିନୀ ଦେବୀ ୧୯୩୭ ମସିହାରେ କଟକ ଜିଲ୍ଲା ତିଗିରିଆରେ ଜନ୍ମଗ୍ରହଣ କରିଥିଲେ।  ସେ ୧୯୬୫ରେ ପ୍ରଥମ ଥର ପାଇଁ ମଲାଜହ୍ନ ଚଳଚ୍ଚିତ୍ର ପାଇଁ ଗୀତ ଲେଖିଥିଲେ ।

ଓଡିଆ ସିନେ ଜଗତ ପାଇଁ ତାଙ୍କର ଅବଦାନ ଅତୁଳନୀୟ।  ତଅପୋଇ, ଅସ୍ତରାଗ ଚଳଚ୍ଚିତ୍ର ପାଇଁ ସେ ଗୀଚ ରଚନା କରିଥିଲେ । ମୁଁ ତୁମେ ଓ ସେ, ଶ୍ରୀ ଜଗନ୍ନାଥ ଓ ଜୟ ଜଗନ୍ନାଥ ପାଇଁ ଗୀତ ଲେଖିଛନ୍ତି । ତାଙ୍କର ମୃତ୍ୟୁ ଓଡିଆ ସିନେ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି କହିଲେ ଅତୃକ୍ତି ହେବ ନାହିଁ। ତାଙ୍କ ମୃତ୍ୟୁକୁ ନେଇ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି।  ରାଜ୍ୟ ଚଳଚ୍ଚିତ୍ର, ସଙ୍ଗୀତ ଜଗତର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । କେବଳ ସେତିକି ନୁହେଁ,  ବିନୋଦିନୀ କଟକ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ବି ଥିଲେ ।