Ollywood News: ହାଉସଫୁଲରେ ଚାଲିଲା 'ଶାନ୍ତି Appartment' ପ୍ରିମିୟର
Advertisement
Article Detail0/zeeodisha/odisha2091616

Ollywood News: ହାଉସଫୁଲରେ ଚାଲିଲା 'ଶାନ୍ତି Appartment' ପ୍ରିମିୟର

Ollywood News: ଆଜି ସାରା ଓଡ଼ିଶାରେ ସିନେମା ହଲରେ ମୁକ୍ତିଲାଭ କରିଛି ନୂଆ ଓଡ଼ିଆ ସିନେମା 'ଶାନ୍ତି Appartment' । ଏହି ସିନେମାର ଗ୍ରାଣ୍ଡ୍ ପ୍ରିମିୟର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି ।

Ollywood News: ହାଉସଫୁଲରେ ଚାଲିଲା 'ଶାନ୍ତି Appartment' ପ୍ରିମିୟର

Ollywood News: ଆଜି ଶୁଭମୁକ୍ତି ହେଲା ନୂଆ ଓଡ଼ିଆ ସିନେମା 'ଶାନ୍ତି Appartment' (Flat No 203) । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସ୍ୱାତୀ ସିନେ କମ୍ପ୍ଲେକ୍ସରେ ଏହାର ଗ୍ରାଣ୍ଡ ପ୍ରିମିୟର ଅନୁଷ୍ଠିତ ହୋଇଯାଇଛି । ସିନେମାର କଳାକାର ଏବଂ ନିର୍ଦ୍ଦେଶକଙ୍କ ସମେତ ପ୍ରଯୋଜକ ମଧ୍ୟ ଏହି ପ୍ରିମିୟର ଶୋ'ରେ ଉପସ୍ଥିତ ଥିଲେ ।

ଏହି ସିନେମାଟି ଏକ ମୌଳିକ ବିଷୟବସ୍ତୁକୁ ନେଇ ନିର୍ମାଣ ହୋଇଥିବାବେଳେ ଏଥିରେ ମୁଖ୍ୟ ଭୂମିକାରେ ଆପଣ ଦେଖିବାକୁ ପାଇବେ ଅଭିନେତା ମଣ୍ଟୁ, ଦ୍ୱିପନ୍ୱିତ ଦାସ ମହାପାତ୍ର, ଶନ୍ତୁ ଏବଂ ରାଗିଣୀଙ୍କୁ । ବର୍ତ୍ତମାନର ଆଗ ଧାଡିର ଯୁବ ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ ଗୋଟିଏ ପରେ ଗୋଟିଏ ଭଲ କାହାଣୀର ସିନେମା ଦର୍ଶକଙ୍କୁ ଭେଟିଦେଉଥିବା ସମୟରେ ଏହି ସିନେମାରେ ନିର୍ଦ୍ଦେଶନା ଦାୟିତ୍ୱରେ ମଧ୍ୟ ଖୁବ ସୂଚାରୁ ରୂପେ ତାଙ୍କର କାର୍ଯ୍ୟ ସମ୍ପାଦନ କରିଛନ୍ତି । ପ୍ରଯୋଜକ ବିକ୍ରମ ଶଙ୍କର ଏହି ସିନେମାକୁ ନେଇ ଖୁବ ଆଶାବାଦୀ ଅଛନ୍ତି । ସିନେମାର କାହାଣୀ ସମେତ ଗୀତ ଗୁଡିକ ମଧ୍ୟ ଖୁବ୍ ମନଛୁଆଁ ହୋଇପାରିଛି । ସନ୍ଦିପ ପଣ୍ଡା ଏବଂ ନିର୍ମଳ ନାୟକ ଗୀତ ଲେଖିଥିବା ସମୟରେ ଗୀତ ଗୁଡିକରେ କଣ୍ଠଦାନ କରିଛନ୍ତି  ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଅର୍ପିତା ଚୌଧୁରୀ, ସ୍ୱୟଂ ପାଢୀ । ଆଜି ସିନେମା ରିଲିଜର ପ୍ରଥମ ଦିନରେ ସିନେମାକୁ ଦର୍ଶକେ ଖୁବ ପସନ୍ଦ କରିଥିବା ପ୍ରତିକ୍ରିୟା ଆସିଛି ।

ଅନ୍ୟପଟେ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଏହି ସିନେମା ଦେଖିବା ପାଇଁ ଟିମ୍ ପକ୍ଷରୁ ନିମନ୍ତ୍ରଣ କରାଯାଇଥିବାବେଳେ ସେ ସିନେମାର କାହାଣୀକୁ ନେଇ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି । ଏଥିସହ ଟିମକୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

Also Read- Mangal Gochar 2024: ଏହି ରାଶିର ହେବ ଅତ୍ୟନ୍ତ ମଙ୍ଗଳ, ମିଳିବ ସମସ୍ତ ସୁଖ

Also Read- UP News: ଗୋହତ୍ୟା ମାମଲାରେ ବଜରଙ୍ଗ ଦଳ ନେତାଙ୍କ ସହ ୬ ଗିରଫ