Elina Samantray: ବାଜି ସାରିଛି ସାହାନାଇ । ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡ଼ିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ । ଦୀର୍ଘ ଦିନର ଡେଟିଂ ପରେ ବୟଫ୍ରେଣ୍ଡ ଅନୁରାଗ ପଣ୍ଡାଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି ଏଲିନା । ଇଣ୍ଡୋନେସିଆର ବାଲିରେ ସିକ୍ରେଟ ବିବାହ କରିଛନ୍ତି ଏଲିନା ସାମନ୍ତରାୟ । (ନଭେମ୍ୱର 17)ରେ ସେ ବିବାହ କରିଥିବା ବେଳେ ସୋସିଆଲ ମିଡିଆରେ ବାହାଘରର ସୁନ୍ଦର ଫଟୋ ସେୟାର କରି ସମସ୍ତଙ୍କୁ ସରପ୍ରାଇଜ ଦେଇଥିଲେ । ହେଲେ ସେଠାରୁ ଫେରିବା ପରେ କେମିତି ଥିଲା ତାଙ୍କର ଗୃହ ପ୍ରବେଶ ଦେଖନ୍ତୁ ଏହିସବୁ ଫଟୋ ମାଧ୍ୟମରେ।
ଆମ ଓଡ଼ିଆ ଘରେ ପୁଅ ବୋହୁ ଘରକୁ ଆସିବା ପରେ ଶାଶୁଘରେ ଉଭୟଙ୍କ ପାଇଁ ଏକ କର୍ମ ପୂଜା କରାଯାଏ, ଯେଉଁଥିରେ ଝିଅର ଶାଶୁଘର ନାମ ସହ ଗୋତ୍ର ପରିବର୍ତ୍ତନ ର ପରମ୍ପରା ସହ ବୋହୁ ଭାବେ ପିତୃପୁରୁଷଙ୍କୁ ପିଣ୍ଡଦାନର ବିଧି ରହିଥାଏ। ତେବେ ଏହି ଫଟୋଟି ସେହି ସମୟର ବୋଲି ଚର୍ଚ୍ଚା ହେଉଛି।
Also Read: Utpanna Ekadashi: ଉତ୍ପନ୍ନା ଏକାଦଶୀରେ ୩ଟି ବଡ଼ ଶୁଭ ସଂଯୋଗ, ୫ରାଶିର ଫିଟିବ ଭାଗ୍ୟ...
Also Read: IPL Auction 2025: ଖେଳାଳି ନିଲାମୀରେ କିଏ କେତେରେ କିଣା? ଦେଖନ୍ତୁ ତାଲିକା...
ଏହି ଫଟୋରେ ଆଳତି ଥାଳି ସହ ନଣନ୍ଦ ଏବଂ ଶାଶୁ ଏଲିନାଙ୍କୁ ସ୍ୱାଗତ ଜଣାଇଛନ୍ତି।
ଏହି ଫଟୋରେ ଏଲିନାଙ୍କ ନଣନ୍ଦ ଲେଖିଛନ୍ତି ୱେଲକମ...Our family is now complete with the addition of a loving daughter, a warm sister and a super-fun mai.
ଏହି ଫଟୋଟି ବିବାହ ପରର। ଗୃହ ପ୍ରବେଶ ସମୟରେ ସ୍ୱାମୀ ଅନୁରାଗ ପଣ୍ଡା ମଧ୍ୟ ଉପସ୍ଥିତ ରହିଥିଲେ।
ହିନ୍ଦୁ ପରମ୍ପରା ଅନୁଯାୟୀ, ଘରର ବୋହୁ ଯେତେବେଳେ ନୂଆ ବାହା ହୋଇ ଶାଶୁଘରକୁ ଆସେ ତାଙ୍କୁ ଏମିତି ଢଙ୍ଗରେ ସ୍ୱାଗତ କରାଯାଏ କାରଣ ସେମାନେ ଘରର ଲକ୍ଷ୍ମୀ ସ୍ୱରୁପା ହୋଇଥାନ୍ତି।
ଏହି ଫଟୋଟି ପୂରା ପରିବାର ସହ ଉଠାଇଛନ୍ତି ଏଲିନା। ଶାଶୁଘରେ ଗୋଡ଼ ଦେବା ପରେ ସ୍ୱାମୀଙ୍କ ସହ ପୂରା ପରିବାର ଏହି ଫଟୋରେ ରହିଛନ୍ତି।
ସ୍ୱାମୀ ଅନୁରାଗ ଙ୍କ ଫଟୋ ବେଶ୍ ଭାଇରାଲ ହୋଇଛି। ଏହି ଫଟୋରେ ଏଲିନା ଙ୍କ ଗୃହ ପ୍ରବେଶର ସନ୍ତକ ଭାବେ ତାଙ୍କ ପାଦ ଚିହ୍ନକୁ ଏକକାର୍ଡ ବୋ୍ର୍ଡରେ କଏଦ କରିଛନ୍ତି ଅନୁରାଗ।
ଏହି ସୁନ୍ଦର ଫଟୋଟି ଏଲିନାଙ୍କ ପ୍ରଶଂସକକୁ ଖୁବ୍ ପସନ୍ଦ ଆସିପାରେ ।କାରଣ ଏହି ଫଟୋଟି ହଲଦୀ ଦିନର ହୋଇଥିବା ବେଳେ ଭଉୟ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଛନ୍ତି।
ପାଖାପାଖି ୫ ବର୍ଷ ଧରି ଡେଟ୍ କରିବା ପରେ ଅନୁରାଗ ପଣ୍ଡାଙ୍କୁ ନିଜର ଜୀବନସାଥି ରୂପେ ବାଛିଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ।
ଇଣ୍ଡୋନେସିଆ ବାଲିରେ ବିବାହ ହୋଇଥିବା ବେଳେ ଏହି ବିବାହରେ କେବଳ ପରିବାର ଲୋକ ଯୋଗ ଦେଇଥିଲେ।
ट्रेन्डिंग फोटोज़