Actor Pass away: ୪୫ ବର୍ଷ ବୟସରେ ପ୍ରାଣ ହରାଇଲେ ଏହି ଲୋକପ୍ରିୟ ଅଭିନେତା, ଗାଧୁଆ ଘରୁ ମିଳିଲା ମୃତ ଦେହ
Advertisement
Article Detail0/zeeodisha/odisha2292256

Actor Pass away: ୪୫ ବର୍ଷ ବୟସରେ ପ୍ରାଣ ହରାଇଲେ ଏହି ଲୋକପ୍ରିୟ ଅଭିନେତା, ଗାଧୁଆ ଘରୁ ମିଳିଲା ମୃତ ଦେହ

Actor Pass away: ଅଭିନେତା ପ୍ରଦୀପ କେ ବିଜୟାନଙ୍କ ନିଶ୍ୱାସ-ପ୍ରଶ୍ୱାସ ଏବଂ ମୁଣ୍ଡ ବୁଲାଇବା ଭଳି ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ତେବେ ତାଙ୍କ କିପରି ମୃତ୍ୟୁ କିପରି ହୋଇଛି ସେନେଇ ସୂଚନା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ପ୍ରଦିପଙ୍କ ମୃତ ଦେହ ତାଙ୍କ ଘରୁ ମିଳିଛି। ଏ ନେଇ ଅଧିକ ଅନୁସନ୍ଧାନ ଚାଲିଛି। ଅଭିନେତା ପ୍ରଦୀପ କେ ବିଜୟନ୍ ‘ଥେଗିଡି’ରେ ଅଭିନୟ କରିଥିବା ଚରିତ୍ର ପାଇଁ ବହୁତ ଲୋକପ୍ରିୟ ଥିଲେ।

Actor Pass away: ୪୫ ବର୍ଷ ବୟସରେ ପ୍ରାଣ ହରାଇଲେ ଏହି ଲୋକପ୍ରିୟ ଅଭିନେତା, ଗାଧୁଆ ଘରୁ ମିଳିଲା ମୃତ ଦେହ

Actor Pass away: ପୁଣି ଥରେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପ୍ରାଣ ହରାଇଛନ୍ତି ପ୍ରସିଦ୍ଧ ତାମିଲ ଅଭିନେତା ପ୍ରଦୀପ କେ ବିଜୟାନ। ପ୍ରକାଶିତ ସୂଚନା ଅନୁଯାୟୀ, ଚେନ୍ନାଇରେ ଥିବା ତାଙ୍କ ବାସଭବନରେ ପ୍ରଦୀପ କେ ବିଜୟାନଙ୍କ ମୃତଦେହ ମିଳିଥିବା କୁହାଯାଉଛି। ଅଭିନେତାଙ୍କ ହଠାତ୍ ଦେହାନ୍ତ ହେତୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ପ୍ରଦୀପ କେ ବିଜୟାନଙ୍କ ଦେହାନ୍ତରେ ସମସ୍ତେ ଦୁଃଖିତ ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

ପ୍ରଦୀପ ନିଶ୍ୱାସ ନେବାରେ ଅସୁବିଧା ଭୋଗ କରୁଥିଲେ:

ସୂଚନା ମୁତାବକ, ଅଭିନେତା ପ୍ରଦୀପ କେ ବିଜୟାନଙ୍କ ନିଶ୍ୱାସ-ପ୍ରଶ୍ୱାସ ଏବଂ ମୁଣ୍ଡ ବୁଲାଇବା ଭଳି ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ତେବେ ତାଙ୍କ କିପରି ମୃତ୍ୟୁ କିପରି ହୋଇଛି ସେନେଇ ସୂଚନା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ପ୍ରଦିପଙ୍କ ମୃତ ଦେହ ତାଙ୍କ ଘରୁ ମିଳିଛି। ଏ ନେଇ ଅଧିକ ଅନୁସନ୍ଧାନ ଚାଲିଛି। ଅଭିନେତା ପ୍ରଦୀପ କେ ବିଜୟନ୍ ‘ଥେଗିଡି’ରେ ଅଭିନୟ କରିଥିବା ଚରିତ୍ର ପାଇଁ ବହୁତ ଲୋକପ୍ରିୟ ଥିଲେ।

 

ଏହା ବ୍ୟତୀତ ସେ 'ଟେଡି', 'ଇରମ୍ବୁ ତିରାଇ' ଏବଂ 'ରୁଦ୍ରନ୍' ଭଳି ଚଳଚ୍ଚିତ୍ରରେ ମଧ୍ୟ ତାଙ୍କର ଭୂମିକା ବେଶ୍ ଲୋକପ୍ରିୟ ଥିଲା। ରିପୋର୍ଟ ଅନୁସାରେ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିବାବେଳେ କେତେକ ରିପୋର୍ଟରେ କୁହାଯାଇଛି ଯେ ୪୫ ବର୍ଷ ବୟସରେ ଅଭିନେତା ହୃଦଘାତରେ ପ୍ରାଣ ହରାଇଛନ୍ତି। ତେବେ ପ୍ରଦିପଙ୍କ ମୃତ୍ୟୁର କାରଣ କ’ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ପୋଲିସ ତଦନ୍ତ ଆରମ୍ଭ କରିଛି;

ସୂଚନା ଅନୁସାରେ ସାଙ୍ଗମାନେ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ, ଅଭିନେତା କୌଣସି ପ୍ରତିକ୍ରିୟା ଦେଇନଥିଲେ। ଏହା ପରେ ପ୍ରଦୀପଙ୍କ ସାଙ୍ଗମାନେ ପୋଲିସକୁ ଖବର ଦେଇଥିଲେ ଏବଂ ପୋଲିସ ଅଭିନେତାଙ୍କ ଘରକୁ ଯାଇଥିଲା। ପ୍ରଦୀପଙ୍କ ଘରର କବାଟ ନ ଖୋଲିବାରୁ ପୋଲିସ ତାଙ୍କ ଘରର କବାଟ ଭାଙ୍ଗିଥିଲା, ବାଥରୁମରେ ପ୍ରଦୀପଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା। ପ୍ରଦିପଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ରୟାପେଟା ସରକାରୀ ଡାକ୍ତରଖାନାକୁ ନିଆଯାଇଛି। ଏ ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି।