Advertisement
Article Detail0/zeeodisha/odisha2303679
Zee OdishaOdisha National-InternationalUKs billionaire Hindujas : କିଏ ଏହି ହିନ୍ଦୁଜା ପରିବାର ଓ କାହିଁକି ଯାଇଛନ୍ତି ଜେଲ?

UK's billionaire Hindujas : କିଏ ଏହି ହିନ୍ଦୁଜା ପରିବାର ଓ କାହିଁକି ଯାଇଛନ୍ତି ଜେଲ?

UK's billionaire Hindujas : ପରମାନନ୍ଦ ଦୀପଚାନ୍ଦ ହିନ୍ଦୁଜାଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା ହିନ୍ଦୂଜା। ଏହି ପରିବାର ବ୍ରିଟେନର ସବୁଠାରୁ ଧନୀ ପରିବାର ମଧ୍ୟରେ ଗଣାଯାଏ। ବର୍ତ୍ତମାନ ଏହି ପରିବାରର ଚାରି ଜଣଙ୍କୁ ସାଢେ ଚାରି ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଜାଣନ୍ତୁ ପୁରା କାରଣ...

UK's billionaire Hindujas
UK's billionaire Hindujas

ହିନ୍ଦୁଜା ଗୋଷ୍ଠୀର ଭିତ୍ତିପ୍ରସ୍ତର ଭାରତର ସିନ୍ଧ ପ୍ରଦେଶର ପ୍ରସିଦ୍ଧ ଶିଖରପୁରରେ ଜନ୍ମଗ୍ରହଣ କରିଥିବା ପରମାନନ୍ଦ ଦୀପଚାନ୍ଦ ହିନ୍ଦୁଜାଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ୧୯୧୪ରେ ସେ ମୁମ୍ବାଇ ଆସି ସେଠାରେ ତାଙ୍କର ବ୍ୟବସାୟ ଆରମ୍ଭ କରିଥିଲେ। ଧୀରେ ଧୀରେ ତାଙ୍କର ବ୍ୟବସାୟ ବିଶ୍ୱର ଅନ୍ୟ ଦେଶକୁ ମଧ୍ୟ ବିସ୍ତାର ହେଲା। ୧୯୧୯ରେ, ସେ ତାଙ୍କର ଅନ୍ତର୍ଜାତୀୟ ବ୍ୟବସାୟକୁ ବିସ୍ତାର କରି ଇରାନରେ ଏକ କାର୍ଯ୍ୟାଳୟ ଖୋଲିଥିଲେ।ତେବେ ୧୯୭୯ପର୍ଯ୍ୟନ୍ତ ହିନ୍ଦୁଜା ଗୋଷ୍ଠୀର ମୁଖ୍ୟ କ୍ୱାର୍ଟର ଇରାନରେ ରହିଲା। ଏହା ପରେ ପରିବାର ୟୁରୋପରେ ରହିଲେ।

ପରମାନନ୍ଦ ଦୀପଚାନ୍ଦ ହିନ୍ଦୁଜାଙ୍କ ପରେ ତାଙ୍କର ତିନି ପୁଅ ଶ୍ରୀଚାନ୍ଦ, ଗୋପୀଚାନ୍ଦ ଏବଂ ପ୍ରକାଶ ହିନ୍ଦୁଜା କମ୍ପାନୀ ଗ୍ରହଣ କରିଥିଲେ। ହିନ୍ଦୁଜା ପରିବାର ବ୍ରିଟେନରେ ରାଫଲେସ ନାମକ ଏକ ହୋଟେଲ ସମେତ ଅନେକ ମୂଲ୍ୟବାନ ସମ୍ପତ୍ତି କିଣିଥିଲେ। ଏହି ହୋଟେଲଟି ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ବାସଭବନ ୧୦ ଡାଉନିଂ ଷ୍ଟ୍ରିଟ ଠାରୁ ମାତ୍ର କିଛି ମିଟର ଦୂରରେ।

ମୂଳ ଭାରତୀୟ ହିନ୍ଦୁଜା ପରିବାର ବ୍ରିଟେନର ସବୁଠାରୁ ଧନୀ ପରିବାର ମଧ୍ୟରେ ଗଣାଯାଏ। ବର୍ତ୍ତମାନ ଏହି ପରିବାରର ଚାରି ଜଣଙ୍କୁ ସାଢେ ଚାରି ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହି ସମସ୍ତ ଧନୀ ବ୍ୟକ୍ତି ନିଜ ଘରୋଇ ଚାକରମାନଙ୍କ ଉପରେ  ଅତ୍ୟାଚାର କରୁଥିବା ଯୋଗୁଁ ତାଙ୍କୁ ଜେଲ ଦଣ୍ଡ ଦିଆଯାଇଛି।

Add Zee News as a Preferred Source

ଏହି ମାମଲାରେ ସ୍ବିସ ପ୍ରଶାସନ ପାଇଁ ହାଜର ହୋଇଥିବା ସରକାରୀ ଓକିଲ ୟେଭ ବର୍ଟୋସା କୋର୍ଟରେ କହିଛନ୍ତି, ଏଇ ହିନ୍ଦୁଜା ପରିବାର ସେମାନଙ୍କର ଗୋଟିଏ କୁକୁରର ରକ୍ଷଣାବେକ୍ଷଣ ପାଇଁ  ଆମେରିକୀୟ ଡଲାରରେ ବର୍ଷକୁ ପ୍ରାୟ ୧୦ ହଜାର  ବା ସାଢେ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଜଣେ ଘରୋଇ ଚାକରକୁ ମାତ୍ର ୭.୮୪ ଡଲାର ଅର୍ଥାତ୍‌ ଦିନକୁ ୧୮ ଘଣ୍ଟା କାମ କରିବା ପାଇଁ କେବଳ ୬୫୫ଟଙ୍କା ଦେଇଥାଆନ୍ତି।ଏବଂ ପନିଶମେଣ୍ଟ ମାଧ୍ୟମରେ ଖାଦ୍ୟ କମ ଦେଇଥାନ୍ତି।

ବର୍ଟୋସା ଆହୁରି କହିଛନ୍ତି ଯେ ଅନେକ ସେବକଙ୍କୁ ସପ୍ତାହରେ ସାତ ଦିନ କାମ କରିବାକୁ ପଡୁଥିଲା ଏବଂ ସେମାନଙ୍କୁ ସ୍ବିସ ଫ୍ରାଙ୍କ ନୁହେଁ ବରଂ ଭାରତୀୟ ଟଙ୍କାରେ ଦରମା ଦିଆଯାଉଥିଲା।

About the Author