New Yorkରେ ପ୍ରିୟଙ୍କା ଚୋପ୍ରା, ଭାଇରାଲ ହେଉଛି ଦେଶୀଗାର୍ଲଙ୍କ ଏମିତି କିଛି ଭିଡିଓ
Advertisement
Article Detail0/zeeodisha/odisha1362546

New Yorkରେ ପ୍ରିୟଙ୍କା ଚୋପ୍ରା, ଭାଇରାଲ ହେଉଛି ଦେଶୀଗାର୍ଲଙ୍କ ଏମିତି କିଛି ଭିଡିଓ

Priyanka Chopra : ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା (Priyanka Chopra ) । ସେ ନିଜ ଫ୍ୟାସନକୁ ନେଇ ବିଟାଉନରେ ସବୁବେଳେ ଚର୍ଚ୍ଚାରେ ଥାନ୍ତି।  ତାଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ ମତୁଆଲ କରେ । ହେଲେ ବର୍ତ୍ତମାନ ନ୍ୟୁୟର୍କ (New York) ରେ ଅଛନ୍ତି ପ୍ରିୟଙ୍କା ।

ସୌଜନ୍ୟ : ସୋସିଆଲ ମିଡିଆ

Priyanka Chopra : ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା (Priyanka Chopra ) । ସେ ନିଜ ଫ୍ୟାସନକୁ ନେଇ ବିଟାଉନରେ ସବୁବେଳେ ଚର୍ଚ୍ଚାରେ ଥାନ୍ତି।  ତାଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ ମତୁଆଲ କରେ । ହେଲେ ବର୍ତ୍ତମାନ ନ୍ୟୁୟର୍କ (New York) ରେ ଅଛନ୍ତି ପ୍ରିୟଙ୍କା । ବୁଧବାର ନ୍ୟୁୟର୍କର ସୋନା ରେଣ୍ଟୁରାଣ୍ଟକୁ ଡିନର ପାଇଁ ଯାଇଥିଲା ବେଳେ ତାଙ୍କୁ ଏକ  ନିଆରା ଆନ୍ଦାଜରେ ଦେଖିବାକୁ ମିଳିଥିଲା। ତେବେ ପ୍ରିୟଙ୍କାଙ୍କ ଏ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।  ଏ ଭିଡିଓରେ ଦେଖିବାକୁ ମିଳିଛି ଯେ, ପ୍ରିୟଙ୍କା ଏକ ବ୍ଲାକ କର୍ଲର ଗାଉନ୍ ପିନ୍ଧିଛନ୍ତି । ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଇଛନ୍ତି । ଏହି ଭିଡିଓରେ ଫ୍ୟାନ୍ସଙ୍କ କାଫି କମେଣ୍ଟ  ଓ ଲାଇକ୍ ମଧ୍ୟ ଆସିଛି । 

 

ଗତ କିଛି ଦିନ ତଳେ, ପ୍ରିୟଙ୍କା ଚୋପ୍ରା ନିଜ ଇନଷ୍ଟାରେ ପତି ନିକ୍ ଜୋନସ୍ ଙ୍କ ବାର୍ଥ ଡେ ପାର୍ଟିର କିଛି ମଜାଦାର ଘଟଣାର ଭିଡିଓ ସେୟାର କରିଥିଲେ। ନିକଙ୍କ ଜନ୍ମଦିନ ଅବସରରେ ପ୍ରିୟଙ୍କା ଚୋପ୍ରାଙ୍କ ଏକ ଜବରଦସ୍ତ ପାର୍ଟିର ଆୟୋଜନ କରିଥିଲେ ।  ଏ ପାର୍ଟିରେ ସମସ୍ତ ବିଶେଷ କରି ହ୍ବାଇର୍ଟ କର୍ଲର ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଯେହେତୁ ନିକଙ୍କୁ ଗଲଫ ଖେଳ ପସନ୍ଦ । ସେଥିପାଇଁ ସେଠାରେ ସେ ଗଲ୍ଫ ଖେଳର ମଧ୍ୟ ଆୟୋଜନ କରଯାଇଥିଲା।  ପ୍ରିୟଙ୍କା ସେୟାର କରିଥିବା ଇନଷ୍ଟା ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ନିକ୍ ଗଲ୍ଫ ଖେଳୁଛନ୍ତି । ଏହାସହ ପାର୍ଟିରେ ପତି ନିକଙ୍କ ସହ ବିଭିନ୍ନ ପୋଜ୍ ରେ ଫଟୋ ଉଠାଇଥିଲେ ପ୍ରିୟଙ୍କା ।

 

କେବଳ ସେତିକି ନୁହେଁ, ପାର୍ଟରେ ପ୍ରିୟଙ୍କା ନିଜର କେତେକ କ୍ଲୋଜ୍ ଫ୍ରେଣ୍ତସ୍ ସହ ଫଟୋ ଉଠାଇଥିବା ଦେଖିବାକୁ ମିଳିଥିଲା। ତେବେ, ପ୍ରିୟଙ୍କା ଇନଷ୍ଚାରେ ସେୟାର କରିଥିବା ଭିଡିଓରେ ଏକ କ୍ୟାପସନ ମଧ୍ୟ ଲେଖିଥିଲେ ।  ସେ ନିଜ କ୍ୟାପସନରେ ଲେଖିଥିଲେ ଯେ,“ଆଇ ଲଭୟୁ @ ନିକ୍ ଜୋନସ୍ , ଦିସ୍ ଓ୍ବାଜ ଏ ଉଇକ ଏଣ୍ତ ଦ୍ୟାଟ୍ ମେଡ ମାଇଁ ହାର୍ଟ ସୋ ଫୁଲ୍”।  ତେବେ, ଏହା ପୂର୍ବରୁ ମଧ୍ୟ  ପ୍ରିୟଙ୍କା, ନିକ୍ ଜୋନସ ଓ ଝିଅ ମାଲତୀ ସହ କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହୋଇଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ,ପ୍ରିୟଙ୍କା ନିଜ ଝିଅ ମାଲତୀକୁ କୋଳରେ ଜାବୁଡି ଧରିଥିଲେ। ଝିଅର ଫେସଟିକୁ ଏକ ଲଭ୍ ଇମୋଜିରେ ଲୁଚାଇ ଦେଇଥିଲେ । ବର୍ତ୍ତମାନ ପ୍ରିୟଙ୍କାଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ  ରହିଛି।  ସେ ଜିଲେ ଜାରା(Bollywood film Jee Le Zara)ଫିଲ୍ମରେ ନଜର ଆସିବେ। ଯେଉଁ  ଫିଲ୍ମରେ ଆଲିଆ ଭଟ୍ଟ ଙ୍କ ସହ କ୍ୟାଟ୍ରିନା କୈଫ୍ ମଧ୍ୟ ରହିଛନ୍ତି। କହି ରଖୁଛୁ ଯେ, ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ୍‌ ଚଳିତ ବର୍ଷ ଜାନୁଆରୀରେ ସରୋଗେସି ଜରିଆରେ ମାଆ, ବାପା ହୋଇଛନ୍ତି। କପଲ୍‌ ନିଜ ଝିଅର ନାମ ମାଳତୀ ମେରୀ ଚୋପ୍ରା ଜୋନସ୍‌ ରଖିଛନ୍ତି।