Randeep Hooda Wedding: ଧଳା ଧୋତି-କୁର୍ତ୍ତା ପିନ୍ଧି ଲିନ୍ ଲୈଶରାମକୁ ବିବାହ କଲେ ରଣଦୀପ ହୁଡ୍ଡା, ସାମ୍ନାକୁ ଆସିଲା ବିବାହର ପ୍ରଥମ ଭିଡିଓ
Advertisement
Article Detail0/zeeodisha/odisha1984735

Randeep Hooda Wedding: ଧଳା ଧୋତି-କୁର୍ତ୍ତା ପିନ୍ଧି ଲିନ୍ ଲୈଶରାମକୁ ବିବାହ କଲେ ରଣଦୀପ ହୁଡ୍ଡା, ସାମ୍ନାକୁ ଆସିଲା ବିବାହର ପ୍ରଥମ ଭିଡିଓ

Randeep Hooda Wedding: ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ଓ ତାଙ୍କ ଗର୍ଲଫ୍ରେଣ୍ଡ ଲିନ ଲୈଶରାମ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେମାନଙ୍କ ବିବାହର କିଛି ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେଉଛି ।

 

Randeep Hooda Wedding Video

Randeep Hooda Wedding Video: ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ଆଜି (୨୯ ନଭେମ୍ବରରେ) ତାଙ୍କ ଗର୍ଲଫ୍ରେଣ୍ଡ ଲିନ ଲୈଶରାମଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ମଣିପୁରୀ ରୀତିନୀତି ଅନୁଯାୟୀ ଉଭୟ ଇମ୍ଫାଲରେ ବିବାହ କରିଥିଲେ । ଯାହାର କିଛି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଅଭିନେତା ଧଳା କୁର୍ତ୍ତା ସହିତ ଧୋତି ପିନ୍ଧିଥିବାର ନଜର ଆସିଛନ୍ତି । ତାଙ୍କ ମଣିପୁରୀ କନିଆଁ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ବିବାହରେ ଧଳା କୁର୍ତ୍ତା-ଧୋତି ପିନ୍ଧିଥିବାର ନଜର ଆସିଲେ ରଣଦୀପ
ରଣଦୀପ ହୁଡା ଏବଂ ଲିନ୍ ଲୈଶରାମଙ୍କ ବିବାହର ଏହି ଭିଡିଓ ANI ଦ୍ୱାରା ଏହାର X ଆକାଉଣ୍ଟରେ ସେୟାର କରାଯାଇଛି । ପ୍ରଥମ ଭିଡିଓରେ ଧଳା ଧୋତି-କୁର୍ତ୍ତା ପିନ୍ଧି ରଣଦୀପ ହୁଡ୍ଡା ପାଭିଲିୟନ ଆଡକୁ ଯାଉଥିବାର ନଜର ଆସିଛନ୍ତି । ଅଭିନେତା ତାଙ୍କ ମୁଣ୍ଡରେ ମେଳ ଖାଉଥିବା ପଗଡି ପିନ୍ଧିଛନ୍ତି । ରଣଦୀପଙ୍କ ଏହି ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

ବହୁତ ସୁନ୍ଦର ଦେଖାଯାଉଛନ୍ତି ଲିନ୍ 
ଏହା ପରେ ସେମାନଙ୍କ ବିବାହର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ରଣଦୀପ ଓ ଲିନ୍ ମଣିପୁରୀ ରୀତିନୀତି ଅନୁଯାୟୀ ବିବାହ ରୀତିନୀତି କରୁଥିବା ନଜର ଆସିଛନ୍ତି । ଭିଡିଓରେ ଦୁହେଁ ବିବାହ ହଲରେ ବସିଛନ୍ତି ଓ ଲିନଙ୍କ ପରିବାର ସଦସ୍ୟ ଉଭୟଙ୍କୁ ସଗୁନ ଦେଉଛନ୍ତି । ଏହି ଭିଡିଓରେ ରଣଦୀପଙ୍କ ମୁହଁରେ ବିବାହର ଉତ୍ସାହ ସ୍ପଷ୍ଟ ଦେଖାଯାଉଛି ।

ସୋସିଆଲ ମିଡିଆରେ ନିଜ ବିବାହ ବିଷୟରେ ସୂଚନା ଦେଇଥିଲେ ରଣଦୀପ 
ଗତକାଲି ଏହି ଦମ୍ପତି ପୂଜାପାଠ ପାଇଁ ମଣିପୁରର ଏକ ମନ୍ଦିରରେ ପହଞ୍ଚିଥିଲେ । ଯେଉଁଠାରେ ଉଭୟ ପାରମ୍ପାରିକ ରୂପରେ ଦେଖାଯାଉଥିଲେ । କହିରଖୁଛୁ ଯେ ରଣଦୀପ ଓ ଲିନ୍ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍ କରୁଥିଲେ । ପ୍ରଶଂସକମାନେ ମଧ୍ୟ ସେମାନଙ୍କର ଯୋଡିକୁ ବହୁତ ପସନ୍ଦ କରନ୍ତି । କିଛି ଦିନ ପୂର୍ବରୁ ରଣଦୀପ ଲିନଙ୍କ ସହ ବିବାହ କରିବାକୁ ନେଇ ସୋସିଆଲ ମିଡିଆରେ ଘୋଷଣା କରିଥିଲେ । ଯାହା ପରେ ଅଭିନେତାଙ୍କୁ ବର ବେଶରେ ଦେଖିବା ପାଇଁ ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହର ସହିତ ଅପେକ୍ଷା କରିଥିଲେ ।