ଏଥର ଡିଜିଟାଲରେ ରୋହିତଙ୍କ କପ୍ ୟୁନିଭର୍ସ
Advertisement

ଏଥର ଡିଜିଟାଲରେ ରୋହିତଙ୍କ କପ୍ ୟୁନିଭର୍ସ

ଏହି ସିରିଜ ମାଧ୍ୟମରେ ରୋହିତ   ଓଟିଟି ପ୍ଲାଟଫର୍ମରେ  ନିର୍ଦ୍ଦେଶନାରେ ଡେବ୍ୟୁ କରିବେ । ଏହି ୱେବ ସିରିଜର ଟିଜର ମଧ୍ୟ ରିଲିଜ କରାଯାଇଛି । ଏହି ପ୍ରୋଜେକ୍ଚକୁ ନେଇ ବେଶ ଖୁସି ଅଛନ୍ତି ରୋହିତ ସେଟ୍ଟୀ । ତାଙ୍କ ନିର୍ଦ୍ଦେଶନାରେ ଏହି  ୱେବ ସିରିଜ ନେକ୍ସଟ୍ ଲେବଲରେ ପହଞ୍ଚିବ ବୋଲି ଚର୍ଚ୍ଚା ହେଉଛି । ଏହି ସିରିଜରେ ଲିଡ୍ ରୋଲ ପ୍ଲେ କରୁଛନ୍ତି ସିଦ୍ଧାର୍ଥ ମଲହୋତ୍ରା

ଏଥର ଡିଜିଟାଲରେ ରୋହିତଙ୍କ କପ୍ ୟୁନିଭର୍ସ

ନୂଆଦିଲ୍ଲୀ : ନିର୍ଦ୍ଦେଶକ ରୋହିତ ସେଟ୍ଟୀ ତାଙ୍କ କପ୍ ୟୁନିଭର୍ସିଟିରୁ ସୁପରହିଟ୍ ଫିଲ୍ମ ପରଦା ଉପରେ ପରିବେଷଣ କରନ୍ତି। ତାଙ୍କ ଫିଲ୍ମକୁ ନେଇ କ୍ରେଜ୍ ଦର୍ଶକଙ୍କ ମହଲରେ ଦେଖିବାକୁ ମିଳେ । ଆଉ ଏବେ ପୁଣି ଥରେ ରୋହିତ ସେଟ୍ଟୀ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି ଶାନଦାର ଫିଲ୍ମ । ପୁଣି ସ୍କ୍ରିନରେ ଧମାଲ କରିବା ପୁରା ପ୍ରସ୍ତୁତ ରୋହିତ ସେଟ୍ଟୀ । ହେଲେ ଏଥର ଫିଲ୍ମ ସିନେମା ସ୍କ୍ରିନ ନୁହେଁ ବରଂ ଓଟିଟି ସ୍କ୍ରିନରେ ରିଲିଜ ହେବ । ମାନେ ରୋହିତ ନିଜର ୱେବ ସିରିଜ ସହିତ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ।ଏହି ୱେବ ସିରିଜର ନାଁ ରହିଛି ଇଣ୍ଡିଆନ୍ ପୋଲିସ ଫୋର୍ସ (Indian Police Force) । ଏହି ସିରିଜ ମାଧ୍ୟମରେ ରୋହିତ   ଓଟିଟି ପ୍ଲାଟଫର୍ମରେ  ନିର୍ଦ୍ଦେଶନାରେ ଡେବ୍ୟୁ କରିବେ । ଏହି ୱେବ ସିରିଜର ଟିଜର ମଧ୍ୟ ରିଲିଜ କରାଯାଇଛି । ଏହି ପ୍ରୋଜେକ୍ଚକୁ ନେଇ ବେଶ ଖୁସି ଅଛନ୍ତି ରୋହିତ ସେଟ୍ଟୀ । ତାଙ୍କ ନିର୍ଦ୍ଦେଶନାରେ ଏହି  ୱେବ ସିରିଜ ନେକ୍ସଟ୍ ଲେବଲରେ ପହଞ୍ଚିବ ବୋଲି ଚର୍ଚ୍ଚା ହେଉଛି । ଏହି ସିରିଜରେ ଲିଡ୍ ରୋଲ ପ୍ଲେ କରୁଛନ୍ତି ସିଦ୍ଧାର୍ଥ ମଲହୋତ୍ରା (Sidharth Malhotra)  ।

ସିଦ୍ଧାର୍ଥ ଏଥିରେ ପୋଲିସ ଅଫିସର ଭୂମିକାରେ ନଜର ଆସିବେ ।ସିଦ୍ଧାର୍ଥଙ୍କ ଆର୍ମି ଅଫିସର ଭୂମିକା ପୂର୍ବରୁ ସମସ୍ତେ ଦେଖିସାରିଛନ୍ତି । ଫିଲ୍ମ ଶେରଶାହରେ ସିଦ୍ଧାର୍ଥ ଆର୍ମି ଅଫିସର ଭୂମିକାରେ ନଜର ଆସିଥିଲେ । ଫିଲ୍ମରେ   ସିଦ୍ଧାର୍ଥଙ୍କ ଅଭିନୟକୁ ପସନ୍ଦ କରିଥିଲେ ଦର୍ଶକ । ତାଙ୍କୁ ମିଳିଥିଲା ଭଲ ରେସପନ୍ସ । ସେଥିପାଇଁ ରୋହିତ ସେଟ୍ଟୀ ନିଜ ଡେବ୍ୟୁ ଓଟିଟି ପ୍ରୋଜେକ୍ଟରେ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ସ୍ଥାନ ଦେଇଛନ୍ତି । ଏହି ୱେବ ସିରିଜ ଜରିଆରେ ସିଦ୍ଧାର୍ଥ ମଲହୋତ୍ରା ମଧ୍ୟ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି

Also Read: ' ପୁଷ୍ପା ଖାଏଗା ନେହିଁ ତମାଖୁ '

ଇଣ୍ଡିଆନ୍ ପୋଲିସ ଫୋର୍ସ  (Indian Police Force) ର ୧ ମିନିଟ ୫୧ ସେକେଣ୍ଡର ଟିଜର ରିଲିଜ ହୋଇଛି । ଏହି ଟିଜରରେ ସିରିଜର ପୁରା ସେଟର ଝଲକ ଦେଖିବାକୁ ମିଳିଛି । ୱେବ ସିରିଜ ପାଇଁ ରୋହିତଙ୍କ ଟିମ୍ କେମିତି ପୁରା ଜୋଶର ସହ ଲାଗିପଡ଼ିଛନ୍ତି , ତାହା ରିଲିଜ ହୋଇଥିବା ଟିଜରରେ ଦେଖିବାକୁ ମିଳିଛି । ଟିଜର ଆରମ୍ଭରୁ ରୋହିତ ସେଟ୍ଟୀ ଏବଂ ପରେ ସିଦ୍ଧାର୍ଥଙ୍କୁ ଦେଖିବାକୁ ମିଳିଛି । ସବୁଠୁ ବଡ଼ ଆକ୍ସନ ସିରିଜ ନେଇ ଏଥର ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଜଲୱା ଦେଖାଇବେ ରୋହିତ ସେଟ୍ଟୀ ।

ଦେଖନ୍ତୁ ଟିଜର