' ପୁଷ୍ପା ଖାଏଗା ନେହିଁ ତମାଖୁ '
Advertisement

' ପୁଷ୍ପା ଖାଏଗା ନେହିଁ ତମାଖୁ '

ଅଲ୍ଲୁ ଅର୍ଜୁନଙ୍କୁ ତମାଖୁ ବିଜ୍ଞାପନ ପାଇଁ  କୋଟି କୋଟି ଟଙ୍କାର  ଅଫର ମିଳିଥିଲା ।ହେଲେ  ସେ ତମାଖୁ ସେବନ କରନ୍ତି ନାହିଁ ଏବଂ ଏହି ସାମଗ୍ରୀକୁ ସେ ପ୍ରମୋଟ୍ କରିବେନି ବୋଲି ମନା କରିବା ସହ  ମୋଟା ରକମର ଅଫରକୁ ପ୍ରତ୍ୟାଖାନ କରିଛନ୍ତି

' ପୁଷ୍ପା ଖାଏଗା ନେହିଁ ତମାଖୁ '

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ତଥା ପୁଷ୍ପା ଫିଲ୍ମ ଫେମ୍ ଅଲ୍ଲୁ ଅର୍ଜୁନ ନିଜ ଫିଲ୍ମ ପାଇଁ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ସିମ୍ପଲ ଜେସ୍ଚର ଆଉ ଷ୍ଟାଇଲିସ ଅନ୍ଦାଜ ପାଇଁ ଫ୍ୟାନ୍ସ ତାଙ୍କୁ ଢେରସାରା ଭଲପାଇବା ଦିଅନ୍ତି ।ଏହି ଅଭିନେତା ନିକଟରେ ଏମିତି କିଛି କରିଛନ୍ତି , ଯାହା ପାଇଁ ଫ୍ୟାନ୍ସ ତଥା ଅନ୍ୟ ସେଲିବ୍ରିଟି ଗର୍ବ ଅନୁଭବ କରୁଛନ୍ତି।ପୁଷ୍ପା (Pushpa-The Rise) ଫେମ୍ ହିରୋ ଫିଲ୍ମ ଜରିଆରେ ପୁରା ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀରେ ଧମାଲ କରିଛନ୍ତି । ଅନ୍ୟ କଳାକାରଙ୍କ ପାଇଁ  ଉଦାହରଣ ସୃଷ୍ଟି କରିଛନ୍ତି। ଫିଲ୍ମ ପାଇଁ  ଅଲ୍ଲୁ ଅର୍ଜୁନ ( Allu Arjun) ଙ୍କୁ କୋଟି କୋଟି ଟଙ୍କାର ଅଫର ମିଳେ ।ଏପରିକି ଅନେକ ବିଜ୍ଞାପନ କମ୍ପାନୀ ଅଲ୍ଲୁ ଅର୍ଜୁନଙ୍କୁ ଫେମ୍ କରିବା ପାଇଁ ବେଶ ଆଗ୍ରହୀ  ।  ନାମୀ ଦାମୀ କଳାକାରଙ୍କ ଭିତରୁ ଅଲ୍ଲୁ ଅର୍ଜୁନ ଜଣେ । ନିକଟରେ ଅଲ୍ଲୁଙ୍କୁ ତମାଖୁ (Tobacco ) ଉତ୍ପାଦନ କମ୍ପାନୀ ବିଜ୍ଞାପନ ପାଇଁ  କୋଟି କୋଟି ଟଙ୍କାର  ଅଫର ମିଳିଥିଲା ।ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଅଲ୍ଲୁ ଏହି ଅଫରକୁ ମନା କରି ଦେଇଛନ୍ତି । ସେ ତମାଖୁ ସେବନ କରନ୍ତି ନାହିଁ ଏବଂ ଏହି ସାମଗ୍ରୀକୁ ସେ ପ୍ରମୋଟ୍ କରିବେନି ବୋଲି ମନା କରିବା ସହ  ମୋଟା ରକମର ଅଫରକୁ ପ୍ରତ୍ୟାଖାନ କରିଛନ୍ତି ।  

ଅଲ୍ଲୁଙ୍କ ଏହି ନିଷ୍ପତ୍ତିକୁ ସବୁ ମହଲରେ ପସନ୍ଦ କରାଯାଇଛି । ଏହି ଖବର ଜଣାପଡିବା ପରେ ଫ୍ୟାନ୍ସ ମଧ୍ୟ ଅଲ୍ଲୁଙ୍କ ପ୍ରଶଂସା କରିଛନ୍ତି ।   ମିଡିଆ ରିପୋର୍ଟ ଅନୁଯାୟୀ  ଅଲ୍ଲୁ  କୌଣସି ପ୍ରକାର ଭୁଲ ଜିନିଷ ପ୍ରମୋଟ କରିବାକୁ ଚାହାନ୍ତି ନାହିଁ ।  କେବଳ ଏତିକି ନୁହେଁ ଅଲ୍ଲୁ ଅର୍ଜୁନ ମଧ୍ୟ ତମାଖୁ ସେବନ କରନ୍ତି ନାହିଁ । ସେଥିପାଇଁ ତମାଖୁ ବ୍ରାଣ୍ଡ ପ୍ରମୋଟ୍ କରିବା ପାଇଁ ମନା କରିଛନ୍ତି ।ନିକଟରେ ବଲିଉଡ ଅଭିନେତା ଅକ୍ଷୟ କୁମାର (Akshaya Kumar) ମଧ୍ୟ ପାନ ମସଲା ଆଡ୍ କରି ଟ୍ରୋଲର ଶିକାର ହୋଇଥିଲେ ।   ବଲିଉଡ ଅଭିନେତା   ଅକ୍ଷୟ କୁମାର ପାନ ସମଲାର ଏକ ବିଜ୍ଞାପନ ପ୍ରଚାର କରିବା ଆରମ୍ଭ କରିଥିଲେ ।ତେବେ ଏହି ଆଡ୍ ପାଇଁ ସେ ବିବାଦ ଘେରକୁ ଆସିଥିଲେ । ସବୁବେଳେ  ଫିଟ୍ ଏବଂ ସୁସ୍ଥ ରହିବାକୁ ପରାମର୍ଶ ଦେଉଥିବା ବେଳେ ସେ କେମିତି ତମାଖୁ ବିଜ୍ଞାପନ  କଲେ ବୋଲି ଅନେକ ତାଙ୍କୁ ପ୍ରଶ୍ନ କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ  ତାଙ୍କୁ ଟ୍ରୋଲ କରିଛନ୍ତି ଅନେକ ଲୋକ   ।  ଅଭିନେତା ପାନ ମସଲା ଖଇବାକୁ ଲୋକଙ୍କୁ ପରାମର୍ଶ ଦେଉଥିବାରୁ ଏହାକୁ ଅନେକ ନିନ୍ଦା କରିଛନ୍ତି । ଏହାପୂର୍ବରୁ  , ଅମିତାଭ ବଚ୍ଚନ ( Amitabh Bachan ), ଅଜୟ ଦେବଗନ (Ajay Devgan ) ଙ୍କ ଭଳି ଅନେକ ଅଭିନେତା ପାନମସଲା ଆଡ୍ କରି ଟ୍ରୋଲର ଶିକାର ହୋଇଛନ୍ତି ।

Also Read: ଶାହରୁଖ-ହିରାନୀ ଏକାଠି

ହେଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଚାହାନ୍ତି ନାହିଁ  ଫ୍ୟାନ୍ସ କୌଣସି ଭୁଲ ବାଟରେ ଯାଆନ୍ତୁ  ।  ବିଜ୍ଞାପନ ଦେଖି ଲୋକେ ଏପରି ସାମଗ୍ରୀ ନଖାଆନ୍ତୁ ବୋଲି ଅଲ୍ଲୁ ଅର୍ଜୁନ ସବୁବେଳେ ଧ୍ୟାନରେ ରଖନ୍ତି  ।  ତେବେ ଅଲ୍ଲୁ କହିଛନ୍ତି ଯେ , ଯେଉଁ ଜିନିଷ ସେ ନିଜେ  ବ୍ୟବହାର କରନ୍ତିନି ତାକୁ ପ୍ରମୋଟ କରିବେ କିପରି? ଅଲ୍ଲୁଙ୍କ ଏହି ନିଷ୍ପତ୍ତିକୁ ସମସ୍ତେ ପସନ୍ଦ କରିଛନ୍ତି ।ପରଦାରେ ଅଭିନୟ କରୁଥିବା ଅଭିନେତାଙ୍କୁ ଦେଖି ତାଙ୍କ ଫ୍ୟାନ୍ସ  ପ୍ରେରଣା ପାଆନ୍ତି । ଏମିତିରେ ଯଦି ସୁପରଷ୍ଟାର ପାନ ମସଲାକୁ ଭଳି ସାମଗ୍ରୀକୁ ପ୍ରୋତ୍ସାହିତ କରିବେ ତେବେ  ସମାଜ ଉପରେ ଏହାର କୁ-ପ୍ରଭାବ ପଡ଼ିବା ନିଶ୍ଚିତ ।