Salman Khan: ଶେଷ ହେଲା ଦବଙ୍ଗ ଖାନଙ୍କ ଏହି ଫିଲ୍ମର ସୁଟିଂ, ଇଦରେ ହେବ ରିଲିଜ୍
Advertisement

Salman Khan: ଶେଷ ହେଲା ଦବଙ୍ଗ ଖାନଙ୍କ ଏହି ଫିଲ୍ମର ସୁଟିଂ, ଇଦରେ ହେବ ରିଲିଜ୍

Salman Khan: ବଲିଉଡ ଅଭିନେତା ସଲମାନ ଖାନ୍। ଖୁବଶୀଘ୍ର ରିଲିଜ୍ ହେବାକୁ ଯାଉଛି ସଲମାନ ଖାନଙ୍କ ଅଭିନୀତ ଫିଲ୍ମ 'କିସିକା ଭାଇ କିସିକା ଜାନ୍'(Kisi Ka Bhai Kisi Ki Jaan) । ଏହି ଫିଲ୍ମକୁ ଦେଖିବା ପାଇଁ ଦର୍ଶକ ମାନେ ଉତ୍ସାହର ଅପେକ୍ଷା କରିଛନ୍ତି । ଫିଲ୍ମକୁ ନେଇ ଏକ ବଡ ଅପଡେଟ ସାମ୍ନାକୁ ଆସିଛି ।

ସୌଜନ୍ୟ : ସୋସିଆଲ ମିଡିଆ

Salman Khan: ବଲିଉଡ ଅଭିନେତା ସଲମାନ ଖାନ୍। ଖୁବଶୀଘ୍ର ରିଲିଜ୍ ହେବାକୁ ଯାଉଛି ସଲମାନ ଖାନଙ୍କ ଅଭିନୀତ ଫିଲ୍ମ 'କିସିକା ଭାଇ କିସିକା ଜାନ୍'(Kisi Ka Bhai Kisi Ki Jaan)  । ଏହି ଫିଲ୍ମକୁ ଦେଖିବା ପାଇଁ ଦର୍ଶକ ମାନେ ଉତ୍ସାହର ଅପେକ୍ଷା କରିଛନ୍ତି । ଫିଲ୍ମକୁ ନେଇ ଏକ ବଡ ଅପଡେଟ ସାମ୍ନାକୁ ଆସିଛି । ନିକଟରେ ସଲମାନ ଖାନ୍ ଏହି ଚଳଚ୍ଚିତ୍ରକୁ ନେଇ ଏକ ବଡ ଅପଡେଟ୍ ସେୟାର କରିଛନ୍ତି। ସେ ସୋସିଆଲ ମିଡିଆରେ ଫିଲ୍ମ ସେଟର ଏକ ଫଟୋ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି ଯେ ଫିଲ୍ମର ସୁଟିଂ ଶେଷ ହୋଇଯାଇଛି। ଏହି ଫଟୋରେ ସଲମାନ ଖାନଙ୍କ ଲୁକ ଦେଖି ତାଙ୍କ ପ୍ରଶଂସକମାନେ ପାଗଳ ହୋଇଯାଇଛନ୍ତି। ଅଭିନେତାଙ୍କ ଫଟୋ ଦେଖି ତାଙ୍କ ଫିଲ୍ମ ରିଲିଜକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି।

ସଲମାନ ଖାନ ତାଙ୍କ ଇନଷ୍ଟାରେ ଫିଲ୍ମର ସେଟରୁ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ  ତାଙ୍କର ଲୁକ୍ ଦମଦାର ଥିବା ଦେଖିବାକୁ ମିଳିଛି । ଏହି ଫଟୋରେ ଦେଖିବାକୁ ମିଳିଛି ଯେ, ସଲମାନ ଏକ ବ୍ଲାକ କର୍ଲର ପ୍ରିଣ୍ଟେଡ ଜ୍ୟାକେଟ ପିନ୍ଧିଥିବା ବେଳେ ସେ ଲମ୍ବା ଚୁଟି ରଖିଛନ୍ତି।  ଏହି ଫିଲ୍ମଟି ଆସନ୍ତାବର୍ଷ ଇଦରେ ରିଲିଜ୍ ହେବ । ଫରହାଦ୍ ସାମଜୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ସଲମାନ ଖାନଙ୍କ ଫିଲ୍ମସ ଦ୍ୱାରା ନିର୍ମିତ। ଏହି ଚଳଚ୍ଚିତ୍ର ଶେହେନାଜ ଗିଲ ବଲିଉଡରେ ଡେବ୍ୟୁ କରୁଛନ୍ତି।

 

ନିକଟରେ ସଲମାନ ଖାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ୩୪ ବର୍ଷ ପୂରଣ କରିବା ପରେ ତାଙ୍କ ଫିଲ୍ମର ଟିଜର ରିଲିଜ କରିଥିଲେ। ଏଥିରେ ପ୍ରଶଂସକମାନେ ତାଙ୍କ ଲୁକକୁ ବହୁତ ପସନ୍ଦ କରିଥିଲେ। ଏହି ୫୮ ସେକେଣ୍ଡର ଟିଜରରେ ସଲମାନ ଖାନଙ୍କ ଲୁକ ପୁରା ଡିଫରେଣ୍ଟ ରହିଛି । ପ୍ରଥମ ଥର ପାଇଁ ସଲମାନଙ୍କୁ ଏକ ନୂଆ ଏବଂ ଭିନ୍ନ ରୂପରେ ଦେଖିବାକୁ ମିଳିଛି । ଟିଜର ରିଲିଜ ହେବା ମାତ୍ରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫିଲ୍ମରେ ସଲମାନ ଏବଂ ଶେହେନାଜଙ୍କ ବ୍ୟତୀତ ପୂଜା ହେଗଡେ, ଭେଙ୍କଟେଶ ଡଗଗୁବତୀ, ଜଗପତି ବାବୁ, ଜାସି ଗିଲ, ସିଦ୍ଧାର୍ଥ ନିଗମ, ରାଘବ ଜୁୟାଲ ଏବଂ ପାଲକ ତିୱାରୀଙ୍କୁ ଦେଖିବାକୁ ମିଳିବ ।

ଏହାବି ପଢନ୍ତୁ : Freddy: ପ୍ରେମିକାର ଧୋକ୍କା ଠାରୁ ଅଧିକ କଷ୍ଟ ଦେଲା କଇଁଛର ମୃତ୍ୟୁ, ଏମିତି ରିଭେଞ୍ଜ ନେଲେ କାର୍ତ୍ତିକ ଆର୍ୟନ

ଏହାବି ପଢନ୍ତୁ : Riya Dey Reception Party: ପରୀ ଆଉଟଫିଟରେ ନଜର ଆସିଲେ ରିୟା, ଫ୍ୟାନ୍ସ କହିଲେ...

ଏହାବି ପଢନ୍ତୁ : Hansika Motwani Wedding: ସୁଫି ନାଇଟରେ ଏମିତି କ'ଣ କଲେ ହଂସିକା ଓ ସୋହେଲ ? ଯାହାକୁ ଦେଖି ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ

ଏହାବି ପଢନ୍ତୁ : Urfi Javed: ଉର୍ଫି ଜାଭେଦ କହିଲେ ତାଙ୍କ ବିୟୁଟି ସିକ୍ରେଟ୍, ଫିଟ୍ ରହିବା ପାଇଁ ପ୍ରତିଦିନ କରୁଛନ୍ତି ଏମିତି କାମ