Hansika Motwani Wedding: ସୁଫି ନାଇଟରେ ଏମିତି କ'ଣ କଲେ ହଂସିକା ଓ ସୋହେଲ ? ଯାହାକୁ ଦେଖି ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ
Advertisement
Article Detail0/zeeodisha/odisha1468476

Hansika Motwani Wedding: ସୁଫି ନାଇଟରେ ଏମିତି କ'ଣ କଲେ ହଂସିକା ଓ ସୋହେଲ ? ଯାହାକୁ ଦେଖି ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ

Hansika Motwani Wedding: ବଲିଉଡ ଅଭିନେତ୍ରୀ ହଂସିକା ମୋଟୱାନି । ଆସନ୍ତାକାଲି ସେ ତାଙ୍କର ପ୍ରେମିକ ସୋହେଲ କାଥୁରିଆଙ୍କୁ ବିବାହ କରିବାକୁ ଯାଉଛନ୍ତି । ସୋହେଲ ମୁମ୍ବାଇର ଜଣେ ବ୍ୟବସାୟୀ ଏବଂ ହଂସିକା ତାଙ୍କର ଗର୍ଲଫ୍ରେଣ୍ଡ ତଥା ତାଙ୍କର ବ୍ୟବସାୟିକ ସହଯୋଗୀ ମଧ୍ଯ । ନଭେମ୍ବରରେ ଅଭିନେତ୍ରୀ କିଛି ଫଟୋ ପୋଷ୍ଟ କରିଥିଲେ ।

Hansika Motwani Wedding: ସୁଫି ନାଇଟରେ ଏମିତି କ'ଣ କଲେ ହଂସିକା ଓ ସୋହେଲ ? ଯାହାକୁ ଦେଖି ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ

Hansika Motwani Wedding: ବଲିଉଡ ଅଭିନେତ୍ରୀ ହଂସିକା ମୋଟୱାନି । ଆସନ୍ତାକାଲି ସେ ତାଙ୍କର ପ୍ରେମିକ ସୋହେଲ କାଥୁରିଆଙ୍କୁ ବିବାହ କରିବାକୁ ଯାଉଛନ୍ତି । ସୋହେଲ ମୁମ୍ବାଇର ଜଣେ ବ୍ୟବସାୟୀ ଏବଂ ହଂସିକା ତାଙ୍କର ଗର୍ଲଫ୍ରେଣ୍ଡ ତଥା ତାଙ୍କର ବ୍ୟବସାୟିକ ସହଯୋଗୀ ମଧ୍ଯ । ନଭେମ୍ବରରେ ଅଭିନେତ୍ରୀ କିଛି ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସୋହେଲ କାଥୁରିଆ ପ୍ୟାରିସର ଆଇଫେଲ ଟାୱାର ସମ୍ମୁଖରେ ଆଣ୍ଠୁମାଡି ତାଙ୍କୁ ପ୍ରୋପଜ କରିଥିବା ନଜର ଆସିଥିଲେ। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଜୟପୁରର ମୁଣ୍ତଡଟ୍ ଫୋର୍ଟରେ (Mundotta fort) ତାଙ୍କର ବିବାହ ହେବ । ଏ-ନେଇ ଡିସେମ୍ବର ୧ ରୁ ବିବାହର ଅନ୍ୟ ସମସ୍ତ ରଶମ ଆରମ୍ଭ ହୋଇଯାଇଛି ।

 

ଗୁରୁବାର ଦିନ ମେହେନ୍ଦି ରଶମ ପରେ ସୁଫି ନାଇଟର ଆୟୋଜନ କରାଯାଇଥିଲା। ଏହି ସୁଫି ନାଇଟରେ ହଂସିକାଙ୍କୁ ଏକ ଭିନ୍ନ ଲୁକରେ ଦେଖିବାକୁ ମିଳିଛି । ହଂସିକା ଉମରାଓ ଜାନ୍ ଗେଟଅପରେ ନଜର ଆସି ଥିଲେ। ଯେଉଁଥିରେ ସେ ଖୁବ୍ ସୁନ୍ଦର ଦିଶୁଥିଲେ। ସେହିପରି ତାଙ୍କର ପାର୍ଟନର ମଧ୍ୟ ଏକ ଗୋଲଡେନ କର୍ଲର ସେରୁଆନି ମଧ୍ୟ ପିନ୍ଧିଥିଲେ। ଉଭୟ ଏହି ସୁଫି ନାଇଟରେ ଧମାକାଦାର ଡ୍ୟାନ୍ସ ମଧ୍ୟ କରିଥିଲେ। ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହଂସିକା ଏବଂ ସୋହେଲ ବିବାହ ପୂର୍ବରୁ ଏକ ଗ୍ରାଣ୍ଡ କକଟେଲ ପାର୍ଟିର ଆଜି ଆୟୋଜିତ କରିବେ।  ଏହି ପାର୍ଟିରେ ଖାସ କରି ପରିବାର ଲୋକେ ଓ ବନ୍ଧୁ ବାନ୍ଧବ ସାମିଲ ହେବେ । 

 

 
 
 
 

 
 
 
 
 
 
 
 
 
 
 

A post shared by Sohael Khaturiya (@sohaelkaturiya)

ଏଠାରେ କହିର ଖୁଛୁ ଯେ,  ହଂସିକା ମୋଟୱାନି (Hansika Motwani) ହିନ୍ଦୀ ଟେଲିଭିଜନ ଏବଂ ସିନେମାରେ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ | ସେ 'କୋଇ ... ମିଲ୍ ଗୟା' ଏବଂ 'ଆପ୍ କା ସୁରୁର' ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ହଂସିକା ଏକ ଲୋକପ୍ରିୟ ଚେହେରା । ସେ ତାମିଲ ଏବଂ ତେଲୁଗୁ ସିନେମାର ବହୁତ ସୁପରହିଟ୍ ଚଳଚ୍ଚିତ୍ରରେ କାମ କରିଛନ୍ତି। ସେପଟେ ହଂସିକାଙ୍କ Would Be ଅର୍ଥାତ୍ ବିଜିନେସ ମ୍ୟାନ୍ ସୋହେଲ କାଥୁରିଆଙ୍କ ବିଷୟରେ ପ୍ରାୟତ୍ଥ ଅଳ୍ପବହୁତେ ଜଣା । ହରିୟାଣା ବାସିନ୍ଦା ସୋହେଲ୍ ପ୍ରଥମେ ୨୦୧୬ରେ ବିବାହ କରିଥିଲେ। ତାଙ୍କ ପତ୍ନୀଙ୍କ ନା ରିଙ୍କି ଥିଲା । ତେବେ କୁହାଯାଉଛି ଯେ, ରିଙ୍କି ଏବଂ ହଂସିକା ବହୁତ ଭଲ ବନ୍ଧୁ। ତାଙ୍କ ବିବାହରେ ଅଭିନେତ୍ରୀ ହଂସିକା ମଧ୍ୟ ଯୋଗଦାନ କରିଥିଲେ। ତେବେ ସୋହେଲ (Sohail Khaturiya) ତାଙ୍କ ସହ ବିବାହ ବିଚ୍ଛେଦ କରିବା ପରେ ହଂସିକାଙ୍କ ସମ୍ପର୍କରେ ଆସିଥିଲେ। 

ଏହାବି ପଢନ୍ତୁ : Urfi Javed: ଉର୍ଫି ଜାଭେଦ କହିଲେ ତାଙ୍କ ବିୟୁଟି ସିକ୍ରେଟ୍, ଫିଟ୍ ରହିବା ପାଇଁ ପ୍ରତିଦିନ କରୁଛନ୍ତି ଏମିତି କାମ

ଏହାବି ପଢନ୍ତୁ : Pratikshya Released: ପ୍ରତୀକ୍ଷାର ଅନ୍ତ କରାଇଲା 'ପ୍ରତୀକ୍ଷା', ହଲରେ ଖଚାଖଚ ଭିଡ

ଏହାବି ପଢନ୍ତୁ : Sidhu Moose Wala Murder: ଗିରଫ ହେଲା ମାଷ୍ଟର ମାଇଣ୍ତ ,ଜାଣନ୍ତୁ ସେ କିଏ ? ଆଉ କାହା ସହ ରହିଛି ତା' ଲିଙ୍କ୍