Shehnaaz Gill : ପଞ୍ଜାବ ଛାଡିବାକୁ ଧମକ ଦେଲେ ଶେହେନାଜଙ୍କ ପିତା , ଜାଣନ୍ତୁ କାହିଁକି ?
Advertisement
Article Detail0/zeeodisha/odisha1386890

Shehnaaz Gill : ପଞ୍ଜାବ ଛାଡିବାକୁ ଧମକ ଦେଲେ ଶେହେନାଜଙ୍କ ପିତା , ଜାଣନ୍ତୁ କାହିଁକି ?

Shehnaaz Gill : ପଞ୍ଜାବୀ କଣ୍ଠଶିଳ୍ପୀ ତଥା ଅଭିନେତ୍ରୀ ଶେହନାଜ୍‌ ଗିଲ୍ (Actress Shehnaaz Gill) ଙ୍କ ପିତାଙ୍କୁ ସନ୍ତୋକ ସିଂ ସୁଖଙ୍କୁ ହତ୍ୟା ଧମକ ମିଳିବା ଘଟଣା । ଏନେଇ ମୁହଁ ଖୋଲିଛନ୍ତି ଶେହେନାଜଙ୍କ ପିତା ସନ୍ତୋକ ସିଂ( Santokh Singh) ।

ସୌଜନ୍ୟ : ସୋସିଆଲ ମିଡିଆ

Shehnaaz Gill : ପଞ୍ଜାବୀ କଣ୍ଠଶିଳ୍ପୀ ତଥା ଅଭିନେତ୍ରୀ ଶେହନାଜ୍‌ ଗିଲ୍ (Actress Shehnaaz Gill) ଙ୍କ ପିତାଙ୍କୁ ସନ୍ତୋକ ସିଂଙ୍କୁ ହତ୍ୟା ଧମକ ମିଳିବା ଘଟଣା । ଏନେଇ ମୁହଁ ଖୋଲିଛନ୍ତି ଶେହେନାଜଙ୍କ ପିତା ସନ୍ତୋକ ସିଂ ( Santokh Singh) । ସେ କହିଛନ୍ତି " ଯଦି ତାଙ୍କୁ ଧମକ ଦେଇଥିବା ଦୁବୃର୍ତ୍ତଙ୍କୁ ଗିରଫ ନ କରାଯାଏ,  ଆଉ ଏଠାରେ ତାଙ୍କୁ ସୁରକ୍ଷା ନ ମିଳେ ସେ ବାଧ୍ୟ ହୋଇ ପଞ୍ଜାବ ଛାଡି ଦେବେ "।  ଦିଓ୍ବାଲି ପୂର୍ବରୁ ତାଙ୍କୁ ହତ୍ୟା କରିବା ପାଇଁ ଧମକ ମିଳିଛି । ଯାହାକୁ ନେଇ ତାଙ୍କ ପରିବାର ଭିତରେ ଆତଙ୍କ ଖେଳି ଯାଇଛି। 

ସୂଚନା ଅନୁସାରେ, ଅଭିନେତ୍ରୀ ଶେହନାଜ୍‌ ଗିଲଙ୍କ ପିତା ସନ୍ତୋକ ସିଂ ସୁଖ( Santokh Singh)ଙ୍କୁ ଶୁକ୍ରବାର ଫୋନରେ ହତ୍ୟା ଧମକ ଦିଆଯାଇଛି। ଏନେଇ ସନ୍ତୋକ ସିଂ ସୁଖ ମଧ୍ୟ ଅମୃତସର ଗ୍ରାମୀଣ ପୋଲିସକୁ ଅଭିଯୋଗ କରିଛନ୍ତି। ଏହି କଲ ପରେ ପରିବାର ଲୋକ ବହୁତ ଡରି ଯାଇଛନ୍ତି। ଏହି ଖବର ଶୁଣିବା ପରେ ଅଭିନେତ୍ରୀ ଜଣକ ବହୁତ ରାଗିଛନ୍ତି। ଏହାପୂର୍ବରୁ ଅର୍ଥାତ୍ ଡିସେମ୍ବର ୨୦୨୧ରେ  ଶେହେନାଜଙ୍କ ପିତାଙ୍କୁ ଗୁଳିମାଡ କରାଯାଇଥିଲେ । ଯେତେବେଳେ ସେ ଅମୃତସହରରୁ ଏକ କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିଲେ । ଏହି ସମୟରେ କିଛି ଦୁବୃର୍ତ୍ତ ତାଙ୍କ ଉପରକୁ ଆଖି ବୁଜା ଗୁଳିମାଡ କରିଥିଲେ।  ଆଉ ସେଥିରୁ ବଞ୍ଚି ଯାଇଥିଲେ ସନ୍ତୋକ । ହେଲେ ତାଙ୍କ ସୁରକ୍ଷା କର୍ମୀ ଦୁବୃର୍ତ୍ତଙ୍କୁ ଧରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେମାନେ ଖସି ପଳାଇଥିଲେ । ହେଲେ ତାଙ୍କ ଗାଡିରେ ଚୋରୋଟି ଗୁଳି ବାଜିଥିଲା । ସନ୍ତୋକ ୨୦୨୨ ରେ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ। 

ଏହାବି ପଢନ୍ତୁ : Santokh Singh Death Threats: ଏହି ଅଭିନେତ୍ରୀଙ୍କ ପିତାଙ୍କୁ ମିଳିଛି ହତ୍ୟା ଧମକ, ପୂର୍ବରୁ ହୋଇଥିଲା ଗୁଳିମାଡ

ବିଗବସ ସିଜନ୍ ୧୩ର (Bigg Boss Season 13) ପ୍ରତିଯୋଗୀ ମଧ୍ୟ ଥିଲେ ଶେହନାଜ୍‌ ଗିଲ୍ ଓ ସିଦ୍ଧାର୍ଥ ଶୁକ୍ଳା । ଶେହନାଜ୍ ଗିଲ୍ ଓ ସିଦ୍ଧାର୍ଥ ଶୁକ୍ଳାଙ୍କ ମଧ୍ୟରେ ବିଗବସରୁ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ସିଦ୍ଧାର୍ଥ ଶୁକ୍ଳା ଟିଭି ଦୁନିଆଁରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଅନ୍ୟପଟେ ଶେହନାଜ୍ ଗିଲ୍ ମଧ୍ୟ ପଞ୍ଜାବରେ ନିଜ ଗୀତ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଥିଲେ।  ହେଲେ ଗତ ବର୍ଷ ସେପ୍ଟେମ୍ବର ୨ରେ ସିଦ୍ଧାର୍ଥ ଶେହେନାଜଙ୍କ ଲାଇଫରୁ ଆଉଟ ହୋଇଯାଇଥିଲେ। ଅର୍ଥାତ ସିଦ୍ଧାର୍ଥ ଶୁକ୍ଳାଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ଯାହା କଳାଜଗତ ପାଇଁ ଏକ କଳା ଦିନ ଥିଲା। ପରେ ଶେହେନାଜଙ୍କ ଅଭିନେତା ରାଘବ ଜୁଆଲଙ୍କୁ ଡେଟ କରୁଥିବା ଖବର ସାମ୍ନାକୁ ଆସିଥିଲା । ଏପରିକି ଉଭୟଙ୍କୁ ଏକାଠି କିଛି ଶୋ’ରେ ମଧ୍ୟ ଦେଖିବାକୁ ମିଳିଥିଲା। କେବଳ ଶୋ’ ନୁହେଁ ଉଭୟଙ୍କୁ ବିଭିନ୍ନ ସ୍ଥାନରେ ସ୍ପଟ ମଧ୍ୟ କରାଯାଇଛି । ଶେହେନାଜ ଗିଲ୍  ବଲିଉଡ ଇଣ୍ତଷ୍ଟ୍ରିରେ ଯେତିକି ପରିଚିତ ସୋସିଆଲ ମିଡିଆରେ ମଧ୍ୟ ସେତିକି ଆକ୍ଚଭି। ସେ ଗତ କିଛି ଦିନ ତଳେ କାଦୁଆରେ ଖେଳୁଥିବାର କିଛି ଭିଡିଓ ନିଜ ଇନଷ୍ଟାରେ ସେୟାର କରିଥିଲେ । କେବେଳ ସେତିକି ନୁହେଁ ସେ ସ୍ବର୍ଣ୍ଣ ମନ୍ଦିରରେ ବୁଲୁଥିବାର କିଛି ଫଟୋ ସେୟାର କରିଥିଲେ।  ଏହାସହ ନିଜ ଫ୍ୟାମିଲି ମେମ୍ବରଙ୍କ ସହ କିଛି କ୍ବାଲିଟି ଟାଇମ ସ୍ପେଣ୍ତ କରୁଥିବାର ଫଟୋ ସେୟାର କରିଥିଲେ। ଯେଉଁଥିରେ ତାଙ୍କ ଫ୍ୟାନ୍ସଙ୍କ କାଫି କମେଣ୍ଟ ମଧ୍ୟ ଆସିଥିଲା।