ଶେହନାଜଙ୍କୁ ମିଳିଲା ବଡ଼ ଅଫର, ସଲମାନଙ୍କ ସହ କରିବେ ବଲିଉଡରେ ଡେବ୍ୟୁ
Advertisement

ଶେହନାଜଙ୍କୁ ମିଳିଲା ବଡ଼ ଅଫର, ସଲମାନଙ୍କ ସହ କରିବେ ବଲିଉଡରେ ଡେବ୍ୟୁ

ସିଦ୍ଧାର୍ଥ ଶୁକ୍ଲାଙ୍କ ପରଲୋକ ପରେ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀରୁ ଦୂରେଇ ଯାଇଥିଲେ ଶେହନାଜ । ଖୁବଶୀଘ୍ର  ବଲିଉଡ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସଲମାନ ଖାନଙ୍କ ସହ ସ୍କ୍ରିନ ସେୟାର କରିବେ ଚୁଲବୁଲି ନାୟିକା ।

ଶେହନାଜଙ୍କୁ ମିଳିଲା ବଡ଼ ଅଫର, ସଲମାନଙ୍କ ସହ କରିବେ ବଲିଉଡରେ ଡେବ୍ୟୁ

ନୂଆଦିଲ୍ଲୀ: ଶେହନାଜ ଗିଲ (Shehnaaz Gill)ଙ୍କ ଫ୍ୟାନ ଫଲୋଇଂ ବେଶ ଅଧିକ । ସୋସିଆଲ ମିଡିଆରେ ପ୍ରାୟ ସମୟରେ ଟ୍ରେଣ୍ଡରେ ରୁହେ ଶେହନାଜଙ୍କ ନାମ ।  ଚୁଲବୁଲି ଅନ୍ଦାଜ ପାଇଁ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଶେହନାଜ। ବିଗବସ ସିଜିନ ୧୩ରୁ ସେହନାଜ ବେଶ ଲୋକପ୍ରିୟ ହୋଇଥିଲେ  । ବିଗବସ ପରେ ତାଙ୍କୁ ଅନେକ ଅଫର ମିଳିଥିଲା  । ମ୍ୟୁଜିକ ଭିଡିଓରେ  ନଜର ଆସିଥିଲେ ଶେହନାଜ ଗିଲ୍  । ସିଦ୍ଧାର୍ଥ ଶୁକ୍ଲା (Sidharth Shukla )ଙ୍କ ପରଲୋକ ପରେ ଶେହନାଜ ପୁରା ଭାଙ୍ଗିପଡ଼ିଥିଲେ । କିଛି ସମୟ ପାଇଁ ସେ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀରୁ ଦୂରେଇ ଯାଇଥିଲେ । ଏପରିକି କୌଣସି ଇଭେଣ୍ଟ କିମ୍ବା ଶୋରେ ସାମିଲ ହେଉନଥିଲେ ଶେହନାଜ ।  ଦୀର୍ଘ ଦିନର ବ୍ରେକ ପରେ ଏବେ ଧିରେ ଧିରେ ନିଜ ଜୀବନରେ ଆଗକୁ ବଢୁଛନ୍ତି ଶେହନାଜ ।

ପୂର୍ବ ପରି ସେ ନିଜ କ୍ୟାରିୟରକୁ ଫୋକସ ଦେବାରେ ଲାଗିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ ଅଛନ୍ତି ସେହନାଜ । ନିଜ ଡେଲି ଅପଡେଟ୍ ସେ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସଙ୍କ ସହ ସେୟାର କରନ୍ତି । ଶେହନାଜଙ୍କ ଫ୍ୟାନ୍ସ ପାଇଁ ଖୁସି ଖବର ଆସିଛି । ଖୁବଶୀଘ୍ର ଶେହନାଜ ବଲିଉଡ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି । ତାଙ୍କ ହାତରେ ଲାଗିଛି ବଡ଼ ଅଫର , ଏହି ଅଫର ତାଙ୍କୁ ଖୋଦ ବଲିଉଡ ସୁପରଷ୍ଟାର ସଲମାନ ଖାନ(Salman Khan) ଦେଇଛନ୍ତି ।ଅନେକ ମ୍ୟୁଜିକ ଭିଡିଓରେ ନଜର ଆସି ସାରିଥିବା ବେଳେ ଏବେ ବଲିଉଡରେ ଡେବ୍ୟୁ କରିବେ ବୋଲି ଜଣାପଡ଼ିଛି।  ଶେହନାଜ ଗିଲ  ନିଜ ଡେବ୍ୟୁ ଫିଲ୍ମରେ ସଲମାନ ଖାନଙ୍କ ସହ ସ୍କ୍ରିନ ସେୟାର କରିବେ।

Also Read: 'ରାମ ସେତୁ'ର ପ୍ରଥମ ଝଲକ ଦେଖିଲା ଦୁନିଆ

ସଲମାନ ଖାନଙ୍କ ଫିଲ୍ମ କଭି ଇଦ୍ କଭି ଦିୱାଲି (Kabhi Eid Kabhi Diwali) ରେ ଅଭିନୟ କରିବେ ଶେହନାଜ । ଏହି ଫିଲ୍ମରେ  ଆୟୁଶ ଶର୍ମା (Ayush Sharma)ଙ୍କ  ବିପକ୍ଷରେ ସନାଙ୍କୁ ଦେଖିବାକୁ ମିଳିବ । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ସଲମାନ ଖାନ୍ (Salman Khan) ଓ ଅଭିନେତ୍ରୀ ପୂଜା ହେଗଡେ (Pooja Hegde)। କଭି ଇଦ୍ କଭି ଦିୱାଲୀକୁ ନେଇ ଅନେକ ସସପେନ୍ସ  ଜାରି ରହିଛି । ନିକଟରେ ଏହି  ଫିଲ୍ମର ଷ୍ଟାରକାଷ୍ଟକୁ ନେଇ  ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି । ଆୟୁଷ ଶର୍ମାଙ୍କ ପରେ ଏହି ଫିଲ୍ମରେ ଡ୍ୟାନ୍ସର , କୋରିଓଗ୍ରାଫର ,ଅଭିନେତା ତଥା ଶୋ ହୋଷ୍ଟ ରାଘବ ଜୁଆଲ (Raghav Jual) ଙ୍କ ନାଁ ସାମ୍ନାକୁ ଆସିଥିଲା ।ଆୟୁଷ ଆଉ ସଲମାନଙ୍କ ଏହା ଦ୍ୱିତୀୟ ଫିଲ୍ମ । ପୂର୍ବରୁ ଆୟୁଷ ଆଉ ସଲମାନ ଅନ୍ତିମ- ଦ ଫାଇନାଲ ଟ୍ରୁଥ (Antim-The Final Truth)ରେ ଏକାଠି ଅଭିନୟ କରିସାରିଛନ୍ତି । କଭି-ଇଦ-କଭି-ଦିୱାଲୀ (Kabhi Eid Kabhi Diwali) ଫିଲ୍ମର ନିର୍ଦ୍ଦେଶନା ଫରହାଦ ସାମଜୀ (Farhad Samji)ଦେଇଛନ୍ତି ।  ଫରହାଦ ସାମଜୀ ଏହାପୂର୍ବରୁ ହାଉସଫୁଲ ୪  (Housefull-4) ଏବଂ ବଚ୍ଚନ ପାଣ୍ଡେ (Bachchan Pandey)ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।

Also Read: ଫ୍ୟାନଙ୍କ ଚାଲାଣ ପଇସା ବି ଦେବେ ସୋନୁ ସୁଦ !

ଶେହନାଜଙ୍କ ଫିଲ୍ମ କ୍ୟାରିୟର କଥା କହିବାକୁ ଗଲେ ଶେହନାଜଙ୍କୁ  ନିକଟରେ ଦିଲଜିତ ଦୋସାଞ୍ଜ (Diljit Dosanjh)ଙ୍କ  ଫିଲ୍ମ ' ହୋଁସଲା ରଖ' (Honsla Rakh)ରେ  ଦେଖିବାକୁ ମିଳିଥିଲା। ଫିଲ୍ମରେ ତାଙ୍କର  ଅଭିନୟକୁ  ଦର୍ଶକ  ଖୁବ ପ୍ରଶଂସା କରିଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ କଭି ଇଦ୍ କଭି ଦିୱାଲିରେ ସେହନାଜ ବଲିଉଡରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଛି ।    ବିଗ୍ ବସ୍ ୧୩ରେ ନିଜ ଚୁଲବୁଲି ଅନ୍ଦାଜ  ପାଇଁ  ଶେହନାଜ ଦର୍ଶକଙ୍କ  ଫେଭରେଟ ବନିଥିଲେ ।  ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ସେ ସବୁବେଳେ ଲାଇମଲାଇଟରେ ଥିଲେ ।  ଏମିତି କି ଦୁହେଁ ବିବାହ କରିବେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା। ହେଲେ  ହୃଦଘାରେ ଗତବର୍ଷ  ସେପ୍ଟେମ୍ବର ୨ ତାରିଖରେ ସିଦ୍ଧାର୍ଥ ଶୁକ୍ଲାଙ୍କ ପରଲୋକ ହୋଇଥିଲା ।ଦୀର୍ଘ ଦିନର ବ୍ୟବଧାନ ପରେ ସେହନାଜ ନିଜ କ୍ୟାରିୟର ଉପରେ ଫୋକସ କରିବାରେ ଲାଗିଛନ୍ତି । ତାଙ୍କର ଅନେକ ଫଟୋ ସୁଟ୍ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି । ଯାହାକୁ ଦର୍ଶକ ଢେରାସାର ଭଲପାଇବା ଦେଉଛନ୍ତି ।