ସୋନାକ୍ଷୀଙ୍କ ସିକ୍ରେଟ ଏନଗେଜମେଣ୍ଟ
Advertisement

ସୋନାକ୍ଷୀଙ୍କ ସିକ୍ରେଟ ଏନଗେଜମେଣ୍ଟ

କଟ୍ରିନା, ଆଲିଆଙ୍କ ପରେ ଏବେ ସୋନାକ୍ଷୀଙ୍କ ପାଳି । ଲୁଚି ଲୁଚି ନିର୍ବନ୍ଧରେ ବାନ୍ଧିହେଲେ ସୋନାକ୍ଷୀ । ସୋସିଆଲ ମିଡିଆରେ ସେୟାର କଲେ ଫଟୋ ହେଲେ ଦେଖାଇଲେନି ନିଜ ପାର୍ଟନରର ମୁହଁ।

ସୋନାକ୍ଷୀଙ୍କ ସିକ୍ରେଟ ଏନଗେଜମେଣ୍ଟ

ନୂଆଦିଲ୍ଲୀ: ବଲିଉଡ୍ ରେ ଚାଲିଛି ବିବାହ ଋତୁ । ଗୋଟିଏ ପରେ ଗୋଟିଏ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ।  ଅଭିନେତ୍ରୀ କଟ୍ରିନା କୈଫ୍ (Katrina Kaif) , ଆଲିଆ ଭଟ୍ଟ(Alia Bhatt)ଙ୍କ ପରେ  ଏବେ ଦବଙ୍ଗ ଗର୍ଲ  ସୋନାକ୍ଷୀ ସିହ୍ନା (Sonakshi Sinha) ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ନିକଟରେ ସୋନାକ୍ଷୀଙ୍କ  ନିର୍ବନ୍ଧ ସରିଯାଇଛି। ସୋନାକ୍ଷୀ ତାଙ୍କ ଜୀବନର ଏହି ବଡ଼ ଖବରକୁ ସୋସିଆଲ୍  ମିଡିଆ ଜରିଆରେ ପ୍ରଶଂସକଙ୍କୁ ଜଣାଇଛନ୍ତି। ଏପରି ତାଙ୍କ ଅଚାନକ ନିର୍ବନ୍ଧ  ଖବର ଶୁଣିବା ପରେ ପ୍ରଶଂସକ ଆଶ୍ଚର୍ଯ୍ୟ  ହୋଇଛନ୍ତି।  ସୋନାକ୍ଷୀ (Sonakshi Sinha)ତାଙ୍କ ଇନ୍ ଷ୍ଟାଗ୍ରାମ୍  ଆକାଉଣ୍ଟରେ ୩ ଟି ଫଟୋ ସେୟାର କରିଛନ୍ତି।

ଫଟୋରେ ତାଙ୍କ ହାତରେ ବଡ଼ ରିଙ୍ଗ ଥିବା ଦେଖିବାକୁ ମିଳିଛି ।  ଏପରିକି ଗୋଟିଏ ଫଟୋରେ ସେ ଜଣେ ବ୍ୟକ୍ତିଙ୍କ ହାତ ଧରିଥିବା ନଜର ଆସିଛି  । ଏହି ହାତ ତାଙ୍କ ଭାବି ସ୍ୱାମୀଙ୍କର ବୋଲି ଚର୍ଚ୍ଚା ହେଉଛି । ହେଲେ ସୋନାକ୍ଷୀ କାହାକୁ ବିବାହ କରିବାକୁ ଯାଉଛନ୍ତି ଓ ତାଙ୍କ ନାଁ କ'ଣ ତାହା ଏଯାଏ ଜଣା ପଡ଼ିନାହିଁ। ଦ୍ୱିତୀୟ ଫଟୋରେ ସୋନାକ୍ଷୀ (Sonakshi Sinha)ତାଙ୍କ ପାର୍ଟନର୍ ଙ୍କ କାନ୍ଧ ଉପରେ ହାତ ରଖି  ଫଟୋ କ୍ଲିକ୍ କରାଇଥିବା  ଦେଖିବାକୁ ମିଳିଛି। ସୋନାକ୍ଷୀ ଲଗାତାର  ୩ଟି ଫଟୋ ସେୟାର କରିଛନ୍ତି ।

Also Read: Prithviraj: ରିଲିଜ ହେଲା ପୃଥ୍ୱୀରାଜ ଟ୍ରେଲର , ଯୁଦ୍ଧକ୍ଷେତ୍ରରେ ଲଢିଲେ ଅକ୍ଷୟ

ସବୁ ଫଟୋରେ ସେଣ୍ଟର ଅଫ ଆଟ୍ରାକସନ ରହିଛି ତାଙ୍କ ହାତରେ ଥିବା ରିଙ୍ଗ୍  । ସେ ଏହିପୋଷ୍ଟ ସେୟାର କରିବା ସହ  କ୍ୟାପସନ୍  ଲେଖିଛନ୍ତି, 'ମୋ ପାଇଁ ଏହା ସବୁଠାରୁ ବଡ଼ ଖୁସିର ଦିନ। ମୋର ସବୁଠାରୁ ବଡ଼ ବଡ଼ ସ୍ବପ୍ନ ମଧ୍ୟରୁ ଗୋଟାଏ ସ୍ବପ୍ନ ସତ ହେବାକୁ ଯାଉଛି। ଦବଙ୍ଗ ଗର୍ଲଙ୍କ ଏହି ପୋଷ୍ଟ ପରେ ବି-ଟାଉନରେ ଏହି ଗସିପ୍ ଟକ୍ ଅଫ୍ ଦ ଟାଉନ ପାଲଟିଛି ।  ଫ୍ୟାନ୍ସ ଆଉ ସେଲିବ୍ରିଟି ସୋନାକ୍ଷୀଙ୍କ ପୋଷ୍ଟରେ କମେଣ୍ଟ କରି ଶୁଭେଚ୍ଛା ଜଣାଇବା ସହ ସେ କାହାକୁ ବିବାହ କରିବାକୁ ଯାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ସୋନାକ୍ଷୀଙ୍କର ରିଙ୍ଗ ସେରିମନି ସରିଯାଇଥିବା ନେଇ ଚର୍ଚ୍ଚା ଏବେ ଲାଗିରହିଛି ।

Also Read: ଡୁପ୍ଲିକେଟ୍ ସଲମାନ ଖାନ ଗିରଫ

ସୋସିଆଲ ମିଡିଆରେ ଏହି ଫଟୋ ଖୁବ୍ ଭାଇରାଲ ହେଉଛି । ସୋନାକ୍ଷୀଙ୍କର ଏହା ଏନଗେଜମେଣ୍ଟ ନା କୌଣସି ଫିଲ୍ମ ପାଇଁ ପ୍ରମୋସନ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।   ସୋନାକ୍ଷୀଙ୍କ  ପାର୍ଟନର କିଏ ଏହା ସସପେନ୍ସରେ ରହିଛି । ଅଭିନେତ୍ରୀ ତାଙ୍କର  ପାର୍ଟନରଙ୍କ  ମୁହଁ କିମ୍ବା ତାଙ୍କ ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି ।  ସୁନ୍ଦର ମୁହୂର୍ତ୍ତର ଫଟୋ  ସୋନାକ୍ଷୀ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହି ପୋଷ୍ଟରେ ଲକ୍ଷାଧିକ ଲାଇକ୍ସ ଆଉ କମେଣ୍ଟ ମିଳିଛି ।ତେବେ ସୋନାକ୍ଷୀଙ୍କ ପାର୍ଟନର ଜାହିର ଇକବାଲ ବୋଲି ଚର୍ଚ୍ଚା ହେଉଛି ।

Also Read: ୧୦୦ ଦିନ ପରେ ନିଜ ପରୀର ଫଟୋ ସେୟାର କଲେ ପ୍ରିୟଙ୍କା

'ନୋଟବୁକ'ର ଫେମ୍ ଆକ୍ଟର ଜାହୀର ଇକବାଲ (Zaheer Iqbal) ସୋନାକ୍ଷୀ ଦୀର୍ଘ ବର୍ଷ ହେଲା ପରସ୍ପରକୁ ଡେଟ୍ କରୁଥିବା ଜଣାପଡ଼ିଥିଲା । ହେଲେ ଏନେଇ ଉଭୟ ଅଫିସିଆଲି କେବେ କହିନାହାନ୍ତି  । ସୋନାକ୍ଷୀ-ଇକବାଲ(Zaheer Iqbal)ଙ୍କ ରିଲେସନସିପକୁ ନେଇ ବହୁଦିନରୁ ଅନେକ ଚର୍ଚ୍ଚା ହେଉଥିଲା । ଉଭୟଙ୍କୁ ଏକାଠି ଅନେକ ପାର୍ଟି ଆଉ ଇଭେଣ୍ଟରେ ଦେଖିବାକୁ ମିଳିଛି । ତେବେ ସୋନାକ୍ଷୀ ଇକବାଲଙ୍କ ସହ ବିବାହ କରିବେ ନା ଆଉ କାହା ସହ ତାହା ସମୟ କହିବ ।