Sridevi Death Anniversary: ଜାହ୍ନବୀ ବାଥରୁମ ଯିବାବେଳେ ବନ୍ଦ କରୁନଥିଲେ ଡୋର, ଏହି କାରଣରୁ ମନା କରୁଥିଲେ ମା' ଶ୍ରୀଦେବୀ
Advertisement
Article Detail0/zeeodisha/odisha1584576

Sridevi Death Anniversary: ଜାହ୍ନବୀ ବାଥରୁମ ଯିବାବେଳେ ବନ୍ଦ କରୁନଥିଲେ ଡୋର, ଏହି କାରଣରୁ ମନା କରୁଥିଲେ ମା' ଶ୍ରୀଦେବୀ

Sridevi was Protective About her Daughters: ବଲିଉଡ ଅଭିନେତ୍ରୀ ଶ୍ରୀଦେବୀ (sridevi) । ସେ ଆମ ଗହଣହରେ ନାହାଁନ୍ତି ସତ କିନ୍ତୁ ତାଙ୍କର ମୃତ୍ୟୁକୁ ଆଜିକି ପାଞ୍ଚ ବର୍ଷ ପୁରିଛି । ଆଜି ତାଙ୍କର ପଞ୍ଚମ ଶ୍ରାଦ୍ଧ ବାର୍ଷିକ । ୨୦୧୮ ମସିହାରେ ଫେବୃଆରୀ ୨୪ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା। ଦୁବାଇରେ ଏକ ବିବାହ ଉତ୍ସବକୁ ଯୋଗ ଦେବାକୁ ଯାଇଥିବା ବେଳେ ସେଠାରେ ବାର୍ଥରୁମରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। କିନ୍ତୁ ତାଙ୍କର ମୃତ୍ୟୁ କିଭଳି ପରିସ୍ଥିତିରେ ହୋଇଥିଲା ଏହା ରହସ୍ୟ ଘେରରେ ଏବେବି ରହିଛି ।

Sridevi Death Anniversary: ଜାହ୍ନବୀ ବାଥରୁମ ଯିବାବେଳେ ବନ୍ଦ କରୁନଥିଲେ ଡୋର, ଏହି କାରଣରୁ ମନା କରୁଥିଲେ ମା' ଶ୍ରୀଦେବୀ

Sridevi was Protective About her Daughters: ବଲିଉଡ ଅଭିନେତ୍ରୀ ଶ୍ରୀଦେବୀ (sridevi) । ସେ ଆମ ଗହଣହରେ ନାହାଁନ୍ତି ସତ କିନ୍ତୁ ତାଙ୍କର ମୃତ୍ୟୁକୁ ଆଜିକି ପାଞ୍ଚ ବର୍ଷ ପୁରିଛି । ଆଜି ତାଙ୍କର ପଞ୍ଚମ ଶ୍ରାଦ୍ଧ ବାର୍ଷିକ । ୨୦୧୮ ମସିହାରେ ଫେବୃଆରୀ ୨୪ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା। ଦୁବାଇରେ ଏକ ବିବାହ ଉତ୍ସବକୁ ଯୋଗ ଦେବାକୁ ଯାଇଥିବା ବେଳେ ସେଠାରେ ବାର୍ଥରୁମରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। କିନ୍ତୁ ତାଙ୍କର ମୃତ୍ୟୁ କିଭଳି ପରିସ୍ଥିତିରେ ହୋଇଥିଲା ଏହା ରହସ୍ୟ ଘେରରେ ଏବେବି ରହିଛି । କିନ୍ତୁ ଆଜି ତାଙ୍କର ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ(Sridevi Death Anniversary) । ଏନେଇ ଫିଲ୍ମ ନିର୍ମାତା ତଥା ସ୍ବାମୀ ବୋନି କପୁର ତାଙ୍କୁ ମନେ ପକାଇବା ସହ ଝିଅ ଜାହ୍ନବୀ କପୁର ମଧ୍ୟ ତାଙ୍କ ପାଇଁ ଏକ ଭାବ ବିହ୍ବଳ ପୋଷ୍ଟ କରିଛନ୍ତି। ୩୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଶ୍ରୀଦେବୀ । ଶ୍ରୀଦେବୀ ଶିଶୁ କଳାକାର ଭାବେ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ।  ତେବେ, ତାଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା ଜାଣିବ । 

ଗାଧୋଇବା ସମୟରେ ବାର୍ଥରୁମ ଡୋର ଲକ୍ କରିବାକୁ ଝିଅମାନଙ୍କୁ ମନା କରୁଥିଲେ ଶ୍ରୀଦେବୀ: ଶ୍ରୀଦେବୀ ଏବଂ ବୋନି କପୁରଙ୍କରର ଦୁଇଟି ଝିଅ ଜାହ୍ନବୀ ଓ ଖୁସି କପୁର ଅଛନ୍ତି । ଶ୍ରୀଦେବୀ ସେମାନଙ୍କୁ ନିଜ ଜୀବନ ଠାରୁ ମଧ୍ୟ ଅଧିକ ଭଲ ପାଉଥିଲେ। ଏକ ସାକ୍ଷାତକାରରେ ଜାହ୍ନବୀ କହିଥିଲେ ଯେ,ସେ ଯେତେବେଳ ବାର୍ଥରୁମ ଯାଉଥିଲେ ସେତେବେଳେ ତାଙ୍କ ମାଆ ତାଙ୍କୁ ବାର୍ଥରୁମର ଡୋର ଭିତରପଟୁ ବନ୍ଦ କରିବା ପାଇଁ ମନା କରି ଦେଉଥିଲେ।  କେବଳ ଜାହ୍ନବୀଙ୍କୁ ନୁହେଁ, ତାଙ୍କ ଭଉଣୀ ଖୁସିଙ୍କ ପାଇଁ ମଧ୍ୟ ଏପରି ନିୟମ ଲାଗୁ କରିଥିଲେ ଶ୍ରୀଦେବୀ , କାହିଁକିନ ଶ୍ରୀଦେବୀଙ୍କୁ ସନ୍ଦେହ ହେଉଥିଲା ଯେ, ତାଙ୍କ ଝିଅ ବାର୍ଥରୁମରେ  ବୟଫ୍ରେଣ୍ଟ ସହ ଫୋନରେ ଗପୁଛି। ସେଥିପାଇଁ ଶ୍ରୀଦେବୀ ଏଭଳି ଏକ ନିସ୍ପତି ନେଇଥିଲେ।

 

Also Read : Weather Update: ସରିନି ଫେବୃଆରୀ ଏବେଠୁ ତାତିରେ କଲବଲ ରାଜ୍ୟବାସୀ, ଆସନ୍ତା ସପ୍ତାହରୁ ଅସମ୍ଭାଳ ହେବ ସ୍ଥିତି

Also Read : Lover Arrest: ପ୍ରେମିକାର ଅନ୍ୟତ୍ର ବାହାଘର ସ୍ଥିର ହେବା ପରେ, ଖେଳ ବିଗାଡ଼ିଦେଲା ପ୍ରେମିକ...

ଶ୍ରୀଦେବୀଙ୍କ ପରଲୋକ ପରେ ତାଙ୍କ ବଡ଼ ଝିଅ ଜାହ୍ନବୀ ଭାଙ୍ଗି ପଡ଼ିଥିଲେ । କାରଣ ଜାହ୍ନବୀ ତାଙ୍କ ମା’ଙ୍କ ସହିତ ଅତ୍ୟନ୍ତ ଅନ୍ତରଙ୍ଗ ଭାବେ ଜଡ଼ିତ ଥିଲେ। ଏଣୁ ଶ୍ରୀଦେବୀଙ୍କ ଆକସ୍ମିକ ବିୟୋଗ ଜାହ୍ନବୀଙ୍କ ଉପରେ ବହୁତ ଖରାପ ପ୍ରଭାବ ପକାଇଥିଲା। ଏହି ସମୟରେ ଶ୍ରୀଦେବୀଙ୍କ ଭଳି ଜାହ୍ନବୀଙ୍କ ଧ୍ୟାନ ରଖିଥିଲେ ତାଙ୍କ ଅନସ୍କି୍ନ୍‌ ମା’ ଅଭିନେତ୍ରୀ ଶାଲିନୀ କପୁର । ଶ୍ରୀଦେବୀଙ୍କ ମୃତ୍ୟୁ ପରେ ତାଙ୍କର ଦୁଇ ଝିଅ ଏବଂ ସ୍ୱାମୀ ବୋନି କପୁରଙ୍କ ଜୀବନ ଯେପରି ଏପଟସେପଟ ହୋଇଯାଇଥିଲା । ବହୁ ଚେଷ୍ଟା କରିଥିଲେ ମଧ୍ୟ ଶ୍ରୀଦେବୀଙ୍କର ଅଭାବ ପୂରା କରିପାରି ନ ଥିଲେ ପିତା ବୋନି କପୁର । ଏହି ସମୟରେ ଦୁଇ ଭଉଣୀ ଜାହ୍ନବୀ ଏବଂ ଖୁସିଙ୍କର ବହୁତ ଧ୍ୟାନ ରଖିଥିଲେ ଅଭିନେତ୍ରୀ ଶାଲିନୀ କପୁର । ପ୍ରକୃତରେ ଶାଲିନୀ ଜାହ୍ନବୀଙ୍କ  ଚଳଚ୍ଚିତ୍ର ‘ଧଡ଼କ’ରେ ତାଙ୍କର ମା’ ଭୂମିକାରେ ନଜର ଆସିଥିଲେ । ଯେଉଁ ସମୟରେ ଜାହ୍ନବୀ ତାଙ୍କ ମା’ ଶ୍ରୀଦେବୀଙ୍କ ନିଧନ ବିଷୟରେ ଶୁଣିଥିଲେ ସେତେବେଳେ ସେ ‘ଧଡ଼କ’ର ସୁଟିଂ ସେଟରେ ଥିଲେ । ଏହି ସମୟରୁ ହିଁ ଶାଲିନୀ ଜାହ୍ନବୀଙ୍କୁ ସମ୍ଭାଳିଥିଲେ । ବର୍ତ୍ତମାନ ଦୁହିଁଙ୍କ ମଧ୍ୟରେ ବାସ୍ତବରେ ଜଣେ ମା’ ଏବଂ ଝିଅଙ୍କ ସଂପର୍କ ଗଢ଼ି ଉଠିଛି। ଜାହ୍ନବୀ ସୁଟିଂରୁ କିଛି ସମୟ ବିରତି ପାଇଲେ ଶାଲିନୀଙ୍କ ସହିତ ବସି ତାଙ୍କ ମା’ ଏବଂ ତାଙ୍କ ମଧ୍ୟରେ ଥିବା ସଂପର୍କ ବିଷୟରେ ଆଲୋଚନା କରିଥାନ୍ତି ।