Weather Update: ସରିନି ଫେବୃଆରୀ ଏବେଠୁ ତାତିରେ କଲବଲ ରାଜ୍ୟବାସୀ, ଆସନ୍ତା ସପ୍ତାହରୁ ଅସମ୍ଭାଳ ହେବ ସ୍ଥିତି
Advertisement
Article Detail0/zeeodisha/odisha1584475

Weather Update: ସରିନି ଫେବୃଆରୀ ଏବେଠୁ ତାତିରେ କଲବଲ ରାଜ୍ୟବାସୀ, ଆସନ୍ତା ସପ୍ତାହରୁ ଅସମ୍ଭାଳ ହେବ ସ୍ଥିତି

Weather Update: ସରିନି ଫେବୃଆରୀ କିନ୍ତୁ ଏବେଠୁ କଲବଲ କଲାଣୀ ମୁଣ୍ତଫଟା ଖରା । ଟାଇଁ ଟାଇଁ ଖରାରେ(Day temperature) ସିଝିଲେଣୀ ରାଜ୍ୟବାସୀ। ଉପକୂଳରେ ପ୍ରବଳ ତାତି ସହ ବହୁଛି ଝାଞ୍ଜି ପବନ। ଗୁରୁବାର ୩ଟି ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀ ପାର କରିଥିଲା। ଉପକୂଳରେ ପ୍ରବଳ ତାତି ସହ ବହୁଛି ଝାଞ୍ଜି ପବନ। ଆସନ୍ତା ୫ ଦିନ ଯାଏ ତାତିରୁ ତ୍ରାହି ମିଳିବନି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସୌଜନ୍ୟ- ସୋସିଆଲ ମିଡିଆ

Weather Update: ସରିନି ଫେବୃଆରୀ କିନ୍ତୁ ଏବେଠୁ କଲବଲ କଲାଣୀ ମୁଣ୍ତଫଟା ଖରା । ଟାଇଁ ଟାଇଁ ଖରାରେ(Day temperature) ସିଝିଲେଣୀ ରାଜ୍ୟବାସୀ। ଉପକୂଳରେ ପ୍ରବଳ ତାତି ସହ ବହୁଛି ଝାଞ୍ଜି ପବନ। ଗୁରୁବାର ୩ଟି ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀ ପାର କରିଥିଲା। ଉପକୂଳରେ ପ୍ରବଳ ତାତି ସହ ବହୁଛି ଝାଞ୍ଜି ପବନ।  ଆସନ୍ତା ୫ ଦିନ ଯାଏ ତାତିରୁ ତ୍ରାହି ମିଳିବନି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।  (odisha Weather news)ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବନାହିଁ । ଆଗାମୀ ଦିନରେ ସ୍ବାଭାବିକ ତାପମାତ୍ରାରେ ୪ରୁ ୫ ଡିଗ୍ରୀ ବୃଦ୍ଧି ପାଇବ । ଉପକୂଳରୁ ଉପାନ୍ତ ସବୁଠି ତାଉ ଦେଖାଇବ ତାତି (Weather Update)। ଏବେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୭ ଡିଗ୍ରୀ ବା ତା’ଠାରୁ ଉପରେ ରହିଛି ।

ଗତକାଲି ତାଳଚେର, ବୌଦ୍ଧ ଓ ନୟାଗଡ଼ରେ ସର୍ବାଧିକ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଲଗାତାର ୩୭ ଡିଗ୍ରୀରେ ରହୁଛି ଭୁବନେଶ୍ବରର ପାରା । ସେପଟେ ଆସନ୍ତା ସପ୍ତାହ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ ରାଜ୍ୟରେ ସ୍ଥିତି ସଙ୍ଗୀନ ହେବ । ବିଶେଷ କରି ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବା ଆଶଙ୍କା ରହିଛି । ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ଯେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ। ମାତ୍ର ଭୋର ସମୟରେ କୁହୁଡ଼ି କଲବଲ କରିବ। ୨୪ ତାରିଖ ସକାଳୁ ଖୋର୍ଦ୍ଧା, କଟକ, ଜଗତ୍‌ସିଂହପୁର, ଅନୁଗୁଳ, ଢେଙ୍କାନାଳ ଓ ପୁରୀ ଜିଲ୍ଲା, ୨୫ ତାରିଖ ସକାଳୁ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। 

 

Also Read : Lover Arrest: ପ୍ରେମିକାର ଅନ୍ୟତ୍ର ବାହାଘର ସ୍ଥିର ହେବା ପରେ, ଖେଳ ବିଗାଡ଼ିଦେଲା ପ୍ରେମିକ...

Also Read : Economical survey: ମହାମାରୀ ବେଳେ ବି ବିକାଶ ପଥରେ ଆଗେଇଛି ଓଡ଼ିଶା

୪ରୁ ୫ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବନାହିଁ। ଆଜି ଦିନ ସମୟରେ ତାଳଚେର,ନୟାଗଡ଼ ଓ ବୌଦ୍ଧ ସହରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ରେକର୍ଡ ହୋଇଛି। ସୋନପୁରରେ ୩୭.୯, ବଲାଙ୍ଗୀରରେ ୩୭.୮, ଭବାନୀପାଟଣାରେ ୩୭.୫, ଭୁବନେଶ୍ବର, ବାରିପଦା, ଝାରସୁଗୁଡ଼ାରେ ୩୭ ଡିଗ୍ରି ରହିଥିଲା। ତେବେ ମାର୍ଚ୍ଚ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ। ସେତେବେଳେ ଗୁରୁଚାପ ବଳୟ ପ୍ରଭାବରେ ଓଡ଼ିଶାକୁ ସାମୁଦ୍ରିକ ପବନ ବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ହେବ। ଫେବୃଆରୀ ମାସର ତାତି ଚିନ୍ତାରେ ପକାଇଛି। ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ସ୍ଥିତି ଅସମ୍ଭାଳ ହେବ ବୋଲି ଆଶଙ୍କା ବଢିଲାଣି। ଅକ୍ଟୋବର ମାସ ପରଠାରୁ ରାଜ୍ୟରେ ବର୍ଷା ମଧ୍ୟ ହୋଇନଥିବାରୁ ମଧ୍ୟ ତାପମାତ୍ରା ବୃଦ୍ଧିର କାରଣ ପାଲଟିଛି।

Also Read : Road Accident: କାରକୁ ଧକ୍କା ଦେଲା ଟ୍ରକ୍, ଅକାଳରେ ଲିଭିଗଲା ୫ ଜୀବନ ଦୀପ

Also Read  : Nikki Murder Case: ପୋଲିସ ଆଗରେ ସତ ଓଗାଳିଲା ବଏଫ୍ରେଣ୍ତ ସାହିଲ୍, ହତ୍ୟାର ୧୨ ଘଣ୍ଟା ପୂର୍ବରୁ ନିକି ସହ...