Advertisement
Article Detail0/zeeodisha/odisha2306785
Zee OdishaOdisha EntertainmentI Love You-2କୁ ନେଇ ଏମିତି କହିଲେ ସୁପରଷ୍ଟାର ଅନୁଭବ ମହାନ୍ତି

I Love You-2କୁ ନେଇ ଏମିତି କହିଲେ ସୁପରଷ୍ଟାର ଅନୁଭବ ମହାନ୍ତି

Ollywood News: ରେକର୍ଡ ସୃଷ୍ଟିକାରି ସିନେମା 'ଆଇ ଲଭ୍ ୟୁ' ସହିତ ରହିଛି କି ନୂଆ ସିନେମା 'ଆଇ ଲଭ୍ ୟୁ 2'ର ସମ୍ପର୍କ ?

I Love You-2କୁ ନେଇ ଏମିତି କହିଲେ ସୁପରଷ୍ଟାର ଅନୁଭବ ମହାନ୍ତି

Ollywood News: ୨୦୦୪ ମସିହାରେ ନାୟକ ଭାବେ 'ଆଇ ଲଭ୍ ୟୁ' ସିନେମା ମାଧ୍ୟମରେ ଓଲିଉଡରେ ପାଦ ଥାପିଥିଲେ ଅଭିନେତା ଅନୁଭବ ମହାନ୍ତି । ପ୍ରଥମ ସିନେମାରେ ଦର୍ଶକଙ୍କ ପ୍ରଚୁର ଭଲ ପାଇବା ଅନୁଭବଙ୍କୁ ରାତାରାତି ବନେଇଦେଇଥିଲା ସୁପରଷ୍ଟାର । ସିନେମା 'ଆଇ ଲଭ୍ ୟୁ' ବକ୍ସ ଅଫିସରେ ଏକ ରେକର୍ଡ ସୃଷ୍ଟି କରିଥିଲା । ଏହା ପରେ ଅନୁଭବଙ୍କ ନିକଟକୁ ସିନେମାର ସୁଅ ଛୁଟିବାରେ ଲାଗିଥିଲା ।

'ଆଇ ଲଭ୍ ୟୁ' ସିନେମାର ନିର୍ଦ୍ଦେଶକ ଥିଲେ ପ୍ରଖ୍ୟାତ ଅଭିନେତା ସ୍ୱର୍ଗତ ହର ପଟ୍ଟନାୟକ । ଅନୁଭବଙ୍କ ସହିତ ଏହି ସିନେମାରେ ନମ୍ରତା ଥାପାଙ୍କୁ ଦେଖିବାକୁ ମିଳିଥିଲା । ଏହି ରୋମାଣ୍ଟିକ ଆକ୍ସନ ସିନେମାଟିର ଉଭୟ କାହାଣୀ ଏବଂ ଗୀତ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା । ସିନେମାରେ ଅନ୍ୟ କଳାକାରଙ୍କ ମଧ୍ୟରେ ସ୍ୱର୍ଗତ ବିଜୟ ମହାନ୍ତି, ତନ୍ଦ୍ରା ରଏ, ଅନିତା ଦାସ, ହର ପଟ୍ଟନାୟକ, ଶୋଭନ ଦିବ୍ୟଦର୍ଶନଙ୍କୁ ଦେଖିବାକୁ ମିଳିଥିଲା । ବ୍ରଜରାଜ ମୁଭିସ୍ ଦ୍ୱାରା ଏହି ସିନେମାଟି ୧୨ ଫେବୃଆରୀ ୨୦୦୪ରେ ରିଲିଜ୍ ହୋଇଥିଲା ।

ତେବେ ବର୍ତ୍ତମାନ ଓଲିଉଡରେ ଆଉ ଏକ ନୂଆ ସିନେମା 'ଆଇ ଲଭ୍ ୟୁ 2' ଆସିବାକୁ ଯାଉଛି । ପ୍ରଶଂସକମାନଙ୍କ ମଧ୍ୟରେ ଏହା ଆଶା ରହିଛି ଯେ, ବୋଧ ହୁଏ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ପୁଣିଥରେ 'ଆଇ ଲଭ୍ ୟୁ 2' ସିନେମାରେ ଦେଖିବାକୁ ମିଳିବ । କିନ୍ତୁ ଅନୁଭବ ମହାନ୍ତି ଏ ସମ୍ପର୍କରେ ନିଜ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମୁଁ, ଓଡ଼ିଆ ଚଳଚ୍ଚିତ୍ର, I Love You - 2ର ଅଂଶ ନୁହେଁ । ମୋର ପ୍ରିୟର ପ୍ରଶଂସକମାନେ କାହା ଦ୍ୱାରା ବିଭ୍ରାନ୍ତ ହୁଅନ୍ତୁ ବୋଲି ମୁଁ ଚାହେଁ ନାହିଁ । ଯଦି ଚଳଚ୍ଚିତ୍ର ନିର୍ମାତା ଏହି ସରଳ ସ୍ୱଚ୍ଛତା ଦେଇଥାନ୍ତେ, ତେବେ ଭଲ ହୋଇଥାନ୍ତା । ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ।

Add Zee News as a Preferred Source

Also Read- Lucky Zodiac Sign: ୨୫ ଜୁନରେ ଲକ୍ଷ୍ମୀନାରାୟଣ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- ପିଲାଦିନର ସ୍ମୁତି ମନେପକାଇ ଭାବବିହ୍ୱଳ ହେଲେ ମୁଖ୍ୟମନ୍ତ୍ରୀ

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author