Sushant Singh Rajput: 'ମିଠା ଚୋରୀ କରି ଖାଉଥିଲେ ସୁଶାନ୍ତ'
Advertisement
Article Detail0/zeeodisha/odisha1537054

Sushant Singh Rajput: 'ମିଠା ଚୋରୀ କରି ଖାଉଥିଲେ ସୁଶାନ୍ତ'

Sushant Singh Rajput Sister Shweta: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ । ସେ ଆମ ଗହଣରେ ନାହାଁନ୍ତି ସତ । ହେଲେ ସେ ଏମିତି କିଛି ଅଭିନୟର ଛାପ ଛାଡି ଯାଇଛନ୍ତି ଯାହା ଦର୍ଶକଙ୍କ ହୃଦୟରେ ବସାବନ୍ଧି ରିହିଛି ଆଉ ରହିଥିବ । ଆସନ୍ତାକାଲି (ଜାନୁଆରୀ ୨୧) ସୁଶାନ୍ତଙ୍କ ଜନ୍ମ ବାର୍ଷିକୀ । ଏନେଇ ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଆଜି ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ଏକ ଭାବପ୍ରବଣ ଭିଡିଓ ନିଜ ଭାଇର ଜନ୍ମ ବାର୍ଷିକୀ ପାଇଁ ସେୟାର କରିଛନ୍ତି । ସୁଶାନ୍ତଙ୍କ ସହ ଥିବା ତାଙ୍କ ପିଲାଦିନର ସ୍ମୃତିକୁ ସେ ମଧ୍ୟ ସମସ୍ତଙ୍କ ସହ ବାଣ୍ଟିଛନ୍ତି ।

Sushant Singh Rajput: 'ମିଠା ଚୋରୀ କରି ଖାଉଥିଲେ ସୁଶାନ୍ତ'

Sushant Singh Rajput Sister Shweta: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ । ସେ ଆମ ଗହଣରେ ନାହାଁନ୍ତି ସତ ।  ହେଲେ ସେ ଏମିତି କିଛି ଅଭିନୟର ଛାପ ଛାଡି ଯାଇଛନ୍ତି ଯାହା ଦର୍ଶକଙ୍କ ହୃଦୟରେ ବସାବନ୍ଧି ରିହିଛି ଆଉ ରହିଥିବ । ଆସନ୍ତାକାଲି (ଜାନୁଆରୀ ୨୧) ସୁଶାନ୍ତଙ୍କ ଜନ୍ମ ବାର୍ଷିକୀ । ଏନେଇ ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଆଜି ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ଏକ ଭାବପ୍ରବଣ ଭିଡିଓ ନିଜ ଭାଇର ଜନ୍ମ ବାର୍ଷିକୀ  ପାଇଁ ସେୟାର କରିଛନ୍ତି ।  ସୁଶାନ୍ତଙ୍କ ସହ ଥିବା ତାଙ୍କ ପିଲାଦିନର ସ୍ମୃତିକୁ ସେ ମଧ୍ୟ ସମସ୍ତଙ୍କ ସହ ବାଣ୍ଟିଛନ୍ତି । ଶ୍ବେତା ଏହି ଭିଡିଓରେ କହିଛନ୍ତି ଯେ, ସେ ଏବଂ ସୁଶାନ୍ତଙ୍କ ମଧ୍ୟରେ ପିଲାଦିନେ ଭଲ ବନ୍ଧନ ରହିଥିଲା । ପରପ୍ପର ଭିତରେ ବହୁତ ଭଲ ପାଇବା ବେଶ ଅଧିକ ଥିଲା । ଦୁହେଁ ଏକାଠି ବହୁତ ମଜା କରୁଥିଲେ । 

ଭଉଣୀ ସୁଶାନ୍ତଙ୍କ ସହ ଜଡିତ ପିଲାଦିନର ସ୍ମୃତି ବାଣ୍ଟିଥିଲେ: ଭିଡିଓରେ ଶ୍ୱେତା ସିଂ କିର୍ତ୍ତୀ କହିଛନ୍ତି,'ସମସ୍ତଙ୍କୁ ନମସ୍କାର, ଭାଇଙ୍କ ଜନ୍ମଦିନ ପୂର୍ବରୁ, ମୁଁ ଆପଣଙ୍କ ସହିତ ଭାଇ ସମ୍ବନ୍ଧୀୟ କିଛି ସ୍ମୃତି ବାଣ୍ଟିବାକୁ ଚାହେଁ ଏବଂ ସେ ପିଲାବେଳେ କ’ଣ କରିବାକୁ ପସନ୍ଦ କରୁଥିଲେ,  ତାହା ମୁଁ ଆପଣଙ୍କୁ ଜଣାଇବାକୁ ଚାହେଁ , ଘରେ ଆମକୁ ଗୁଡିଆ ଏବଂ ଗୁଲଶାନ ବୋଲି ଡାକୁଥିଲେ । ଯେତେବେଳେ ବି ଆମକୁ କିଛି କରିବାକୁ ପଡୁଥିଲା,ଆମେ ଏହାକୁ ଏକାଠି କରୁଥୁଲୁ।  '

Also Read : Radhika And Anant Engagement: ଅମ୍ବାନୀ ପରିବାରର ଏହି ଖୁସିର ମୂହୁର୍ତ୍ତରେ ସାମିଲ ହେଲେ ବଲିଉଡର ଏହି ସେଲିବ୍ରିଟି

 

 
 
 
 

 
 
 
 
 
 
 
 
 
 
 

A post shared by Shweta Singh Kirti (@shwetasinghkirti)

 

ଦୁହେଁ ନିଜ ପିଲାଦିନରେ ଏହି ଦୁଇଟି କମ୍ପାନୀ କରିଥିଲେ : ଶ୍ୱେତା ଆହୁରି କହିଛନ୍ତି,'ଖରା ଛୁଟି ସମୟରେ ଆମେ ଦୁଇଟି କମ୍ପାନୀ ଆରମ୍ଭ କରିଥିଲୁ। ଗୋଟିଏ ୟୁନିଅନ୍ କମ୍ପାନୀ ଏବଂ ଅନ୍ୟଟି ରେନବୋ କମ୍ପାନୀ । ଯେତେବେଳେ ଘରେ ସମସ୍ତ ଶୋଇ ପଡନ୍ତି ସେତେବେଳେ ଆମେ ମୁଁ ଏବଂ ଭାଇ(ସୁଶାନ୍ତ) ମିଶି ଘରେ ଥିବା ମିଠା ଲୁଚେଇ ଏକାଠି ଖାଉଥିଲୁ। ଏବଂ ଆମ ଘର ଗ୍ୟାରେଜରେ ଏକ ସ୍କ୍ରିପ୍ଟ ଲେଖି  ଅଭିନୟ ମଧ୍ୟ କରୁଥିଲୁ । ଦୁହେଁ ଗ୍ୟାରେଜରେ ବହୁତ ମଜା କରୁଥିଲୁ ।'ଶ୍ୱେତା ସିଂ କିର୍ତ୍ତୀଙ୍କ ଏହି ଭିଡିଓ ଦେଖି ପ୍ରଶଂସକମାନେ ବେଶ ଭାବପ୍ରବଣ ହୋଇପଡିଥିଲେ । ଏବଂ  ଏହି ଭିଡିଓରେ ଅନେକ ୟୁଜର୍ସ କମେଣ୍ଟ ମଧ୍ୟ ଦେଇଥିଲେ । 

୨୦୨୦ ମସିହାରେ ସୁଶାନ୍ତ ସିଂ ରାଜପୁତ ଦୁନିଆରୁ ବିଦାୟ ନେଇଥିଲେ : ୧୪ ଜୁନ୍ ୨୦୨୦ରେ ସୁଶାନ୍ତ ସିଂ ରାଜପୁତ ନିଜ ବାନ୍ଦ୍ରା ସ୍ଥିତ ଫ୍ଲାଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ହେଲେ ତାଙ୍କ ପରିବାର ଲୋକ କିନ୍ତୁ ଏହାକୁ ହତ୍ୟା ବୋଲି କହିଥିଲେ । ଆଜି ପର୍ଯ୍ୟନ୍ତ ମାମଲା ବିଚାରଧୀନ ରହିଛି । ତେବେ ତାଙ୍କ ମୃତ୍ୟୁରେ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । କୋରୋନା ଭାଇସର କାୟା ଭିତରେ ଏହି ଖବର ସମସ୍ତଙ୍କୁ ବିଚଳିତ କରିଥିଲା ​​। ବାନ୍ଦ୍ରା ସ୍ଥିତ ଆପାର୍ଟମେଣ୍ଟରୁ ସୁଶାନ୍ତଙ୍କ ମୃତଦେହ ମିଳିଥିଲା ।  ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କର ଶେଷ ଚଳଚ୍ଚିତ୍ର 'ଦିଲ ବେଚାରା' ମୁକ୍ତିଲାଭ କରିଥିଲା, ଯାହାକୁ ଲୋକମାନେ ବେଶ ପସନ୍ଦ କରିଥିଲେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ମୁକେଶ ଛାବ୍ରା(Mukesh Chhabra)।