Advertisement
Photo Details/zeeodisha/odisha1536968
photoDetails0hindi

Radhika And Anant Engagement: ଅମ୍ବାନୀ ପରିବାରର ଏହି ଖୁସିର ମୂହୁର୍ତ୍ତରେ ସାମିଲ ହେଲେ ବଲିଉଡର ଏହି ସେଲିବ୍ରିଟି

Radhika Merchant-Anant Ambani Engagement Photos:ବିଜନେସ୍‌ ଟାଇକୁନ୍‌ ମୁକେଶ ଓ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କର ନିର୍ବନ୍ଧ ଶେଷ ହୋଇଛି। ବହୁତ ଜଲ୍‌ଦି ତାଙ୍କର ବିବାହ ଅନୁଷ୍ଠିତ ହେବାକୁ ଯାଉଛି। ୨୯ ଡିସେମ୍ବର ୨୦୨୨ରେ,ସେମାନଙ୍କ ରୋକା ସେରିମନି ରାଜସ୍ଥାନର ଶ୍ରୀନାଥଜୀ ମନ୍ଦିରରେ ସମ୍ପନ୍ନ ହୋଇଛି। ତେବେ ଅନନ୍ତ ଓ ରାଧିକାଙ୍କ ବିବାହ କେବେ ହେବ, ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ସାମ୍ନାକୁ ଆସିନାହିଁ। କିନ୍ତୁ ଗୁରୁବାର(ଜାନୁଆରୀ ୧୯)ରେ ମୁମ୍ବାଇ ସ୍ଥିତ ଆଣ୍ଟିଲିଆ ବାସଭବନରେ ଦୁଇ ପରିବାରର ଉପସ୍ଥିତିରେ ପାରମ୍ପାରିକ ରୀତିନୀତିରେ ନିର୍ବନ୍ଧ ହୋଇଛି । ତେବେ ବଲିଉଡର କେଉଁ ତାରକା ଏହି ପାର୍ଟିରେ ଯୋଗ ଦେଇଥିଲେ ଆସନ୍ତୁ କିଛି ଫଟୋ ଉପରେ ନଜର ପକାଇବା ।

1/5

ରାଧିକା ମର୍ଚାଣ୍ଟ ଓ ଅନନ୍ତଙ୍କ ନିର୍ବନ୍ଧରେ ବଚ୍ଚନ ପରିବାର ମଧ୍ୟ ସାମିଲ ହୋଇଥିଲା। ନୀଳ ନୟାନା ଐଶ୍ବର୍ଯ୍ୟା ରାୟବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ମଧ୍ୟ ଏହି ପାର୍ଟିରେ ସାମିଲ ହୋଇଥିଲେ। ଐଶ୍ବର୍ଯ୍ୟା ଏକ ଗ୍ରୀନ କର୍ଲର ସାଲଓ୍ବର ସୁଟ ପିନ୍ଧିଥିବା ବେଳେ ଝିଅ ଆରାଧ୍ୟା ମଧ୍ୟ ଏକ ପାର୍ଟି ଓ୍ବେୟାର ଡ୍ରେସ ପିନ୍ଦିଥିବା ଦେଖିବାକୁ ମିଳିଥିଲେ । ଯେଉଁଥିରେ ଉଭୟ ଖୁବ ସୁନ୍ଦର ଦେଖାଯାଉଥିଲେ। ସେହିପରି, ବଲିଉଡର ମୋଷ୍ଟ ପାଓ୍ବାରଫୁଲ କପୁଲ ଦୀପିକା ଓ ରଣବୀର ମଧ୍ୟ ପାର୍ଟିରେ ନଜର ଆସିଥିଲେ ।  ଦୀପିକା ରେଡ କର୍ଲର ଏକ ଶାଢି ପିନ୍ଧିଥିବା ଦେଖିବାକୁ ମିଳିଥିଲା । 

 

2/5

ସେହିପରି ଶ୍ରୀଦେବୀଙ୍କ ଲାଡଲୀ ଖୁସି କପୁର, ଜାହ୍ନବୀ କପୁର ମଧ୍ୟ ପାର୍ଟିରେ ନଜର ଆସିଥିଲେ। କେବେଳ ଏ ଦୁଇ ଭଉଣୀ ନୁହଁନ୍ତି ସାରା ଓ କ୍ୟାଟ୍ରିନା କୈଫ ମଧ୍ୟ ଓ୍ବାଇଟ ଡ୍ରେସ ପିନ୍ଧି ପାର୍ଟିରେ ପହଞ୍ଚିଥିଲେ । ଉଭୟ ବହୁତ ଗର୍ଜିୟସ ଦେଖାଯାଉଥିଲେ ।

3/5

ବରୁଣ ଧାୱନ ଏବଂ ତାଙ୍କ ପତ୍ନୀ ନତାଶା ଡାଲାଲ ମଧ୍ୟ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପାର୍ଟୀରେ ପହଞ୍ଚିଥିଲେ। ଅମ୍ବାନୀ ପରିବାରର ଏହି ଶୁଭ କାର୍ଯ୍ୟରେ ନୀତୁ କପୁର ଏକାକୀ ଦେଖାଦେଇଥିଲେ । ରଣବୀର ଏବଂ ଆଲିଆ ପାର୍ଟୀରେ ଯୋଗ ଦେଇନ ଥିଲେ। 

4/5

ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ଏହି ପାର୍ଟିରେ ଶାହରୁକ ଖାନଙ୍କ ପତ୍ନୀ ଗୌରୀ ଖାନ୍ ଓ ତାଙ୍କ ପୁଅ ଆର୍ଯ୍ୟାନ ଖାନ ମଧ୍ୟ ନଜର ଆସିଥିଲେ। ପ୍ରଥମ ଥର ଲାଗି  ଉଭୟ ମାଆ ଓ ପୁଅ ସାଙ୍ଗ ହୋଇ ମିଡିଆ ସାମ୍ନାରେ ଫଟୋ କ୍ଲିକ୍ କରିଥିଲେ। ଯେତେବେଳେ ଶାହାରୁଖ ଖାନ ପଛରୁ ପାର୍ଟୀ ହଲ ଆଡକୁ ଯାଇଥିଲେ। 

5/5

ସଲମାନ ଖାନ ତାଙ୍କ ଭଣିଜୀ ଆଲିଜେହ ଅଗ୍ନିହୋତ୍ରୀଙ୍କ ସହ ଅମ୍ବାନୀ ପରିବାର ଏହି ପାର୍ଟୀରେ ପହଞ୍ଚିଥିଲେ। ସେହି ସମୟରେ,ଜନ୍ ଅବ୍ରହାମଙ୍କୁ ମଧ୍ୟ ସେଠାରେ ଦେଖିବାକୁ ମିଳିଥିଲା । ଜନ୍ ଏକ ସ୍ପୋର୍ଟସ୍ ଆଉଟ ଫିଟରେ ନଜର ଆସିଥିଲେ।  ଅକ୍ଷୟ କୁମାର ମଧ୍ୟ ପାର୍ଟୀରେ ଟ୍ରାଇଡିନାଲ ଗେଡଅପରେ ପହଞ୍ଚିଥିଲେ ।