Sushant Singh Rajput Case Update: ନିଜ ପୋଷ୍ଟ ପାଇଁ ପୁଣି ଫସିବେ କି ରିୟା ?
Advertisement
Article Detail0/zeeodisha/odisha1504849

Sushant Singh Rajput Case Update: ନିଜ ପୋଷ୍ଟ ପାଇଁ ପୁଣି ଫସିବେ କି ରିୟା ?

Sushant Singh Rajput Case Update: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ଦିର୍ଘ ଦେଢ ବର୍ଷ ବିତିଲାଣୀ । ହେଲେ ତାଙ୍କୁ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ । କିନ୍ତୁ ତାଙ୍କ ମୃତ୍ୟୁ ଏପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି। ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ଦର୍ଶା ଯାଇଥିଲା।

Sushant Singh Rajput Case Update: ନିଜ ପୋଷ୍ଟ ପାଇଁ ପୁଣି ଫସିବେ କି ରିୟା ?

Sushant Singh Rajput Case Update: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ଦିର୍ଘ ଦେଢ ବର୍ଷ ବିତିଲାଣୀ । ହେଲେ ତାଙ୍କୁ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛନ୍ତି  ସେନେଇ କୌଣସି ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ । କିନ୍ତୁ ତାଙ୍କ ମୃତ୍ୟୁ ଏପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି। ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ଦର୍ଶା ଯାଇଥିଲା। କିନ୍ତୁ ଅଭିନେତାଙ୍କ ପରିବାର ଏହାକୁ ହତ୍ୟା ବୋଲି ଦାବି କରିଛନ୍ତି । ଗତ କିଛି ମାସ ଧରି ସୁଶାନ୍ତଙ୍କ ମାମଲା ବନ୍ଦ ରହିଥିଲା, କିନ୍ତୁ ନିକଟରେ ଏହି ମାମଲା ପୁଣି ଥରେ ଚର୍ଚ୍ଚାକୁ ଆସିଛି । କପୁର୍ ହସ୍ପିଟାଲର ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି ଯେ ଅଭିନେତାଙ୍କୁ ହତ୍ୟା କରାଯାଇଛି, ସେ ଆତ୍ମହତ୍ୟା କରିନାହାଁନ୍ତି।

ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀ କଲେ ଏମିତି ପୋଷ୍ଟ :

ଏହି ସମ୍ବେଦନଶୀଳ ଘଟଣା ବର୍ତ୍ତମାନ ଲୋକଲୋଚନକୁ ଆସିବା ପରେ , ସୁଶାନ୍ତଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଏକ ପୋଷ୍ଟ ସାମ୍ନାକୁ ଆସିଛି। ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଏକ ପୋଷ୍ଟ କରିଛନ୍ତି । ସେ ନିଜ ପୋଷ୍ଟରେ ଲେଖିଛନ୍ତି- 'ତୁମେ ଅଗ୍ନି ଦେଇ ଗତି କରିଛ, ନିଜକୁ ଝଡ଼ରୁ ରକ୍ଷା କରିଛ, ଶୟତାନ ଉପରେ ବିଜୟୀ କର, ଏହା ମନେରଖ ଯେତେବେଳେ ତୁମେ ପରବର୍ତ୍ତୀ ହେବ, ତୁମର ଶକ୍ତି ଉପରେ ସନ୍ଦେହ କର।'

ମୃତ୍ୟୁ ପାଇଁ ରିୟାଙ୍କୁ ଦାୟୀ କରାଯାଇଥିଲା :

ରିୟା ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ସମ୍ପର୍କ ଥିଲା। ସୁଶାନ୍ତ ମୃତ୍ୟୁ ମାମଲାରେ ଅଭିନେତାଙ୍କ ପରିବାର ରିୟାଙ୍କୁ ଦାୟୀ କରି ଅନେକ ଗୁରୁତର ଅଭିଯୋଗ ଆଣିଥିଲେ। ରିୟାଙ୍କ ପାଇଁ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ସୁଶାନ୍ତଙ୍କ ପିତା ଅଭିଯୋଗ କରିଥିଲେ। ରିୟା ଏବଂ ତାଙ୍କ ଭାଇ ମଧ୍ୟ ସୁଶାନ୍ତଙ୍କୁ ଡ୍ରଗ୍ସ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ରିୟା ତିନି ମାସ ଜେଲ ଯାଇଥିଲେ। ବର୍ତ୍ତମାନ ରିୟା ଜେଲରୁ ବାହାରିଛନ୍ତି ଏବଂ ତାଙ୍କ ଜୀବନ ପୁଣି ଆରମ୍ଭ କରିଛନ୍ତି । 

fallback

ମୁମ୍ବାଇର କପୁର୍ ହସ୍ପିଟାଲରେ ସୁଶାନ୍ତଙ୍କ ପୋଷ୍ଟମର୍ଟମ ହୋଇଥିଲା। ସମ୍ପ୍ରତି ଏହି ଡାକ୍ତରଖାନାର ଜଣେ କର୍ମଚାରୀଙ୍କ ବିବୃତ୍ତି ଏକ ଆଲୋଡ଼ନ ସୃଷ୍ଟି କରିଛି। କର୍ମଚାରୀ ଦାବି କରିଛନ୍ତି ଯେ ସୁଶାନ୍ତଙ୍କ ମୃତଦେହ ଦେଖି ସେ ଏହା ଆତ୍ମହତ୍ୟା ମାମଲା ବୋଲି ଅନୁଭବ କରିନାହାଁନ୍ତି। ରୂପକୁମାର ଶାହା କହିଥିଲେ- ଯେତେବେଳେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା, ସେତେବେଳେ ଆମେ କପୁର୍ ହସ୍ପିଟାଲରେ ପୋଷ୍ଟମର୍ଟମ ପାଇଁ ୫ ଟି ମୃତଦେହ ପାଇଥିଲୁ। ଏଥିମଧ୍ୟରୁ ଭିଭିଆଇପି ସୁଶାନ୍ତଙ୍କ ଶରୀର ଥିଲା। ମୁଁ ମୋର ସିନିୟରଙ୍କ ନିକଟକୁ ଯାଇ କହିଲି ଯେ ଏହା ଆତ୍ମହତ୍ୟା ଭଳି ଘଟଣା ନୁହେଁ। ସୁଶାନ୍ତଙ୍କ ବେକରେ ଥିବା ଚିହ୍ନଟି ରଶିର ଦାଗ ପରି ମନେ ହେଉ ନାହିଁ । କିନ୍ତୁ ମୋର ସିନିୟର ଏହି ମାମଲାକୁ ସ୍ଥଗିତ ରଖିଥିଲେ।

ଏହାବି ପଢନ୍ତୁ : Siddharth: Madurai Airportରେ ହଟହଟା ହେଲେ ସିଦ୍ଧାର୍ଥଙ୍କ ପରିବାର, CRPF ଅଧିକାରୀଙ୍କ ବିରୋଧରେ ସାଘାଂତିକ ଅଭିଯୋଗ ଆଣିଲେ ଅଭିନେତା