ଚର୍ଚ୍ଚାରେ ସୁସ୍ମିତା ଦାସଙ୍କ 'ସାଇକେଲ୍'
Advertisement

ଚର୍ଚ୍ଚାରେ ସୁସ୍ମିତା ଦାସଙ୍କ 'ସାଇକେଲ୍'

ନିକଟରେ ଅରୋମିରା ଏଣ୍ଟରଟେନମେଣ୍ଟ୍ ବ୍ୟାନରରେ ରିଲିଜ୍ ହୋଇଥିବା ରୋମାଞ୍ଚକର ଗୀତ 'ସାଇକେଲ୍' କୁ ମିଳୁଛି ପ୍ରଶଂସା ଏବଂ ଦର୍ଶକ ମଧ୍ୟ ଗୀତଟିକୁ ବେଶ୍ ପସନ୍ଦ କରିଥିବା ସୋସିଆଲ୍ ମିଡିଆରେ ଦେଖିବାକୁ ମିଳୁଛି ।

ଚର୍ଚ୍ଚାରେ ସୁସ୍ମିତା ଦାସଙ୍କ 'ସାଇକେଲ୍'

ନୂଆଦିଲ୍ଲୀ: ସୌଭାଗ୍ୟ ରଞ୍ଜନ ମିଶ୍ର; ସାଇକେଲକୁ (Cycle) ନେଇ ପ୍ରାୟ ସମସ୍ତଙ୍କର କିଛି ନା କିଛି ସ୍ମୃତି ରହିଥିବ । ସାଇକେଲ୍ କେବେ ସ୍କୁଲ୍ ବେଳର ଦୁଷ୍ଟାମୀକୁ ମନେ ପକେଇଦିଏ ତ ଆଉ କେତେବେଳେ ଗରିବର ସୁଖ, ଦୁଃଖର ସାଥିଟିଏ ହୋଇ ଥାଏ। କିନ୍ତୁ ଏବେ ସାଇକେଲ୍ କେବଳ ସେତିକିରେ ସିମିତ ନାହିଁ ସାଇକେଲ୍ କୁ ନେଇ ତିଆରି ହୋଇଛି ଗୀତ ।ଏବଂ ଗୀତଟିକୁ ଲୋକପ୍ରିୟ ଗାୟିକା ସୁସ୍ମିତା ଦାସ ଗାଇଥିବାବେଳେ ଅଭିନୟ କରିଛନ୍ତି ଓଲିଉଡର ଚୁଲବୁଲି ନାୟିକା ଶିତଲ୍ ଓ ରିଶନ୍ ।

ନିକଟରେ ଅରୋମିରା ଏଣ୍ଟରଟେନମେଣ୍ଟ୍ ବ୍ୟାନରରେ ରିଲିଜ୍ ହୋଇଥିବା ରୋମାଞ୍ଚକର ଗୀତ 'ସାଇକେଲ୍' କୁ ମିଳୁଛି ପ୍ରଶଂସା ଏବଂ ଦର୍ଶକ ମଧ୍ୟ ଗୀତଟିକୁ ବେଶ୍ ପସନ୍ଦ କରିଥିବା ସୋସିଆଲ୍ ମିଡିଆରେ ଦେଖିବାକୁ ମିଳୁଛି । ଗୀତଟିକୁ ଦେବ ମେହେର ନିର୍ଦ୍ଦେଶନା ଦେଇଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଶ୍ୱଜିତ ମହାପାତ୍ର ଓ ଗୀତଟିର ଗୀତିକାର ଦେବାଶିଷ ଛୋଟରାୟ ।

fallback

ସବୁଠୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ଗୀତ ଗୁଡିକ ମଧ୍ୟରୁ ଅନେକ ଗୀତ ଜାତୀୟ ତଥା ଅନ୍ତଃଜାତୀୟ ସ୍ତରରେ ପୁରଷ୍କୃତ ମଧ୍ୟ ହୋଇଛି । ଯାହା ରାଜ୍ୟକୁ ଗୌରବାନ୍ୱିତ କରିଛି । ଗୋଲଡେନ୍ ସ୍ପାରୋ ଫିଲ୍ମ ଫେଷ୍ଟିଭାଲ୍, ଅଷ୍ଟିନ୍ ମ୍ୟୁଜିକ୍ ଭିଡିଓ ଫେଷ୍ଟିଭାଲ୍ ୨୦୨୧ ଦ୍ୱାରା 'ପୃଥିବୀ ମନ୍ଥନ'କୁ ଶ୍ରେଷ୍ଠ ମ୍ୟୁଜିକ୍ ଭିଡିଓ ଆୱାର୍ଡ ମିଳିଥିବା ବେଳେ ଗୀତ 'ନୂଆ ଠିକଣାକୁ' କାମ୍ୱୋଡ଼ିଆ ଇଣ୍ଡିପେଣ୍ଡେଣ୍ଟ୍ ଫିଲ୍ମ ଫେଷ୍ଟିଭାଲ୍ ଦ୍ୱାରା ଶ୍ରେଷ୍ଠ ମ୍ୟୁଜିକ୍ ଭିଡିଓ ଆୱାର୍ଡ ମିଳିଛି, ହାବେଲକ୍ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲରେ ବିଜେତା, ଗୋଲଡେନ୍ ଲିଫ୍ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଦ୍ୱାରା ଶ୍ରେଷ୍ଠ ମ୍ୟୁଜିକ ଭିଡିଓ ଆୱାର୍ଡ ଏବଂ ମାଡ୍ରିଡ୍ ଇଣ୍ଡିଆ ଫିଲ୍ମ ଫେଷ୍ଟିଭାଲରେ ବିଜେତା ମଧ୍ୟ ହୋଇଛି କେବଳ ସେତିକି ନୁହେଁ ୱାର୍ଲଡ୍ ଫିଲ୍ମ କାର୍ନିଭାଲ୍ ସିଙ୍ଗାପୁର ଦ୍ୱାରା ଶ୍ରେଷ୍ଠ ମ୍ୟୁଜିକ ଭିଡିଓ ଆୱାର୍ଡ ମଧ୍ୟ ପାଇଛି । ସେହିପରି 'ମହ୍ଲାର'କୁ କେନ୍ସ ସର୍ଟଫିଲ୍ମ ଫେଷ୍ଟିଭାଲ୍ ଦ୍ୱାରା ଶ୍ରେଷ୍ଠ ମ୍ୟୁଜିକ୍ ଭିଡିଓ ଆୱାର୍ଡ , ଉରବତୀ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଦ୍ୱାରା ଶ୍ରେଷ୍ଠ ମ୍ୟୁଜିକ୍ ଭିଡିଓ ଆୱାର୍ଡ, ଗ୍ଲୋବାଲ୍ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ ୨୦୨୧ରେ ବିଜେତା, ଲିଟିଲ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲର ବିଜେତା ମଧ୍ୟ ହୋଇଛି ।