ଭୁସ୍ଖଳନ ପୀଡିତଙ୍କ ଦୁଃଖରେ ସାହା ହେଲେ ସାଉଥ ଷ୍ଟାର୍, ଓଲିଉଡ୍ ଅଭିନେତା ଚୁପ୍ !
Advertisement
Article Detail0/zeeodisha/odisha2366954

ଭୁସ୍ଖଳନ ପୀଡିତଙ୍କ ଦୁଃଖରେ ସାହା ହେଲେ ସାଉଥ ଷ୍ଟାର୍, ଓଲିଉଡ୍ ଅଭିନେତା ଚୁପ୍ !

Wayanad Landslide Case:  କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କ ରିଲିଫ ପାଣ୍ଠିକୁ ଲକ୍ଷ ଲକ୍ଷ ଟଙ୍କା ଦାନ କରିଛନ୍ତି ସାଉଥ ସେଲିବ୍ରେଟିମାନେ । ଆସନ୍ତୁ ଜାଣିବା କେଉଁ ଅଭିନେତା ଅଭିନେତ୍ରୀମାନେ ଲୋକଙ୍କ ଏହି ଦୁର୍ଦ୍ଦଶା ସମୟରେ ସାହାଯ୍ୟର ହାତ ବଢାଇଛନ୍ତି ।

ଭୁସ୍ଖଳନ ପୀଡିତଙ୍କ ଦୁଃଖରେ ସାହା ହେଲେ ସାଉଥ ଷ୍ଟାର୍, ଓଲିଉଡ୍ ଅଭିନେତା ଚୁପ୍ !

Wayanad Landslide Case: ରିଲ୍ ଲାଇଫ ତଥା ସିନେ ପରଦାର ନାୟକ ନାୟିକା ପାଲଟିଛନ୍ତି ସତସତିକା ହିରୋ । କେରଳର ଓ୍ୱାୟାଡ଼ାଡରେ ହୋଇଥିବା ଭୁସ୍ଖଳନର ଶିକାର ହୋଇ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇବା ସହ ଅନେକ ଲୋକ ଆହତ ହୋଇଛନ୍ତି । ବିଭିନ୍ନ ଉଦ୍ଧାରକାରୀ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଏହି ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ସହାୟତା କରିବା ପାଇଁ ଅଣ୍ଟା ଭିଡିଛନ୍ତି ଅନେକ ସାଉଥ ଷ୍ଟାର । କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କ ରିଲିଫ ପାଣ୍ଠିକୁ ଲକ୍ଷ ଲକ୍ଷ ଟଙ୍କା ଦାନ କରିଛନ୍ତି ସାଉଥ ସେଲିବ୍ରେଟିମାନେ । ଆସନ୍ତୁ ଜାଣିବା କେଉଁ ଅଭିନେତା ଅଭିନେତ୍ରୀମାନେ ଲୋକଙ୍କ ଏହି ଦୁର୍ଦ୍ଦଶା ସମୟରେ ସାହାଯ୍ୟର ହାତ ବଢାଇଛନ୍ତି ।

ଅଭିନେତ୍ରୀ ରଶ୍ମିକା ମନ୍ଦନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ଦାନ ଦେଇଛନ୍ତି । ସେହିପରି ଅଭିନେତା ଚିଆନ ବିକ୍ରମ ୨୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ମାଲାୟାଲମ୍‌ ଅଭିନେତା ଫାହାଦ୍‌ ଫାସିଲ ଏବଂ ପତ୍ନୀ ନାଜରିଆ ନାଜିମ୍‌ ମିଳିତ ଭାବେ ୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ । ସୂର୍ଯ୍ୟ, ଜ୍ୟୋତିକା ଏବଂ କାର୍ତ୍ତି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ଦାନ କରିଥିବା ଜଣାପଡିଛି । ଏହି ସମସ୍ତ ଅଭିନେତା ଅଭିନେତ୍ରୀ ଦାନ କରିବା ସହ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ସମସ୍ତ ମୃତକଙ୍କ ଆତ୍ମାର ସଦଗତି କାମନା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ଓଡ଼ିଆ ସିନେ ଜଗତର କୌଣସି କଳାକାର, ଗାୟକ, ନିର୍ଦ୍ଦେଶକ କିମ୍ୱା ପ୍ରଯୋଜକ କେରଳ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ କୌଣସି ସହାୟତା ରାଶି ଦେଇନଥିବା ଜଣାପଡିଛି । ଗୋଟିଏ ପଟେ ସାଉଥ ସିନେମା କଳାକାରଙ୍କ ସାହାଯ୍ୟ ଅନ୍ୟ ପଟେ ଓଡ଼ିଆ ସିନେ କଳାକାରଙ୍କ ଚୁପ୍ ବସିବା ଖବରକୁ ନେଇ ସିନେପ୍ରେମୀମାନେ ବିଭିନ୍ନ ଚର୍ଚ୍ଚା ଆଲୋଚନା କରିବା ଆରମ୍ଭ କରିଦେଲେଣି ।

Also Read- ରାଜ୍ୟରେ ବୁଲା କୁକୁର ନେବେ ଟିକା, ଜାଣନ୍ତୁ କ'ଣ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

Also Read- Lucky Zodiac Sign: ୪ ଅଗଷ୍ଟରେ ରବି ପୁଷ୍ପ ଯୋଗର ଶୁଭ ସମକକ୍ଷ, ୫ ଟି ରାଶିର ଭାଗ୍ୟ ଉଜ୍ୱଳ