Urfi Javed: ପାର୍ଟିରେ ଦୁଇ ଭଉଣୀଙ୍କ ସହ ନଜର ଆସିଲେ ଉର୍ଫି
Advertisement
Article Detail0/zeeodisha/odisha1416870

Urfi Javed: ପାର୍ଟିରେ ଦୁଇ ଭଉଣୀଙ୍କ ସହ ନଜର ଆସିଲେ ଉର୍ଫି

Urfi Javed: ସୋସିଆଲ ମିଡିଆ ସେନସେସନ୍ ଉର୍ଫି ଜାଭେଦ (Urfi Javed)। ତାଙ୍କର ବୋଲ୍ଡନେସ ପାଇଁ ଅଧିକ ଚର୍ଚ୍ଚାରେ ରୁହନ୍ତି । ସୋସିଆଲ୍‌ ମିଡିଆରେ ଉର୍ଫି ଜାଭେଦ୍‌ ବେଶ୍‌ ସକ୍ରିୟ । ପ୍ରତ୍ୟକ ଦିନ କିଛି ନୂଆ ନୂଆ ଫ୍ୟାଶନର ଡ୍ରେସ ପିନ୍ଧି ଦର୍ଶକଙ୍କ ସହ ଫଟୋ ଓ ଭିଡିଓ ସେୟାର କରିଥାନ୍ତି । 

Urfi Javed: ପାର୍ଟିରେ ଦୁଇ ଭଉଣୀଙ୍କ ସହ ନଜର ଆସିଲେ ଉର୍ଫି

Urfi Javed: ସୋସିଆଲ ମିଡିଆ ସେନସେସନ୍ ଉର୍ଫି ଜାଭେଦ (Urfi Javed)। ତାଙ୍କର ବୋଲ୍ଡନେସ ପାଇଁ ଅଧିକ ଚର୍ଚ୍ଚାରେ ରୁହନ୍ତି । ସୋସିଆଲ୍‌ ମିଡିଆରେ ଉର୍ଫି ଜାଭେଦ୍‌ ବେଶ୍‌ ସକ୍ରିୟ । ପ୍ରତ୍ୟକ ଦିନ କିଛି ନୂଆ ନୂଆ ଫ୍ୟାଶନର ଡ୍ରେସ ପିନ୍ଧି ଦର୍ଶକଙ୍କ ସହ ଫଟୋ ଓ ଭିଡିଓ ସେୟାର କରିଥାନ୍ତି । ତେବେ ଏହାରି ଭିତରେ ଉର୍ଫିଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଅଭିନେତ୍ରୀ ଉର୍ଫି ତାଙ୍କ ସାଙ୍ଗମାନଙ୍କ ସହିତ ଏକ ପାର୍ଟିରେ ଥିବା ଦେଖିବାକୁ ମିଳିଥିଲା। ଯେଉଁଥିରେ ,ତାଙ୍କ ଭଉଣୀ ଉରୁସା ଜାଭେଦ୍ ଏବଂ ଆସଫି ଜାଭେଦ୍ ମଧ୍ୟ ତାଙ୍କ ସହ ଥିଲେ। ଉର୍ଫି ଏହି ପାର୍ଟିରେ ମଜା ନେଉ ଥିବାର ଦେଖିବାକୁ ମିଳିଥିଲା। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।  ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ସବୁଥର ପରି, ଉର୍ଫିଙ୍କୁ ଏହି ପାର୍ଟିରେ ବୋଲ୍ଡ ଅନ୍ଦାଜରେ ଦେଖିବାକୁ ମିଳିଛି । ଉର୍ଫି ଏଥିରେ ଏକ ନେଡ୍ ଡ୍ରେସ ସହ ବ୍ଲାକ୍ ସର୍ଟସ ପିନ୍ଧି ଥିବା ଦେଖିବାକୁ ମିଳିଛି। ହାଲୁକା ମେକପ ନେବା ସହ କେଶକୁ ହାଇ ପୋନିଟେଲ ଷ୍ଟାଇଲେରେ ବାନ୍ଧି ଥିଲେ । ଯେଉଁଥିରେ ସେ ଖୁବ୍ ଆକର୍ଷଣୀୟ ଦେଖାଯାଉଥିଲେ। 

ଯଦି ଆମେ ଉର୍ଫିଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା, ତେବେ ଚଳିତ ମାସ ଆରମ୍ଭରେ ଅଭିନେତ୍ରୀଙ୍କ  'ହାଏ ହାଏ ହେ ୟେ ମଜବୁରି' (Haye Haye Yeh Majboori) ମ୍ୟୁଜିକ୍ ଭିଡିଓରେ ରିଲିଜ ହୋଇଛି।  ଉର୍ଫିଙ୍କ ଏହି ମ୍ୟୁଜିକ ଭିଡିଓଟି ୧୧ ଅକ୍ଟୋବରରେ ୟୁଟ୍ବୁବରେ ରିଲିଜ ହୋଇଛି । ଗୀତଟି ରିଲିଜ୍ ହେବା ଦିନଠାରୁ ଟ୍ରେଣ୍ଡିଂ କରୁଛି । ଏହି ଗୀତଟି ଗୋଟିଏ ଦିନରେ ପ୍ରାୟ ୮ ମିଲିୟନ୍ ଭ୍ୟୁ କରିଛି । ପୁଣିଥରେ ଏହି ଗୀତରେ ଉର୍ଫି ତାଙ୍କ ବୋଲ୍ଡ ଷ୍ଟାଇଲରେ ନଜର ଆସିଛନ୍ତି। 

 

 

 
 
 
 

 
 
 
 
 
 
 
 
 
 
 

A post shared by Voompla (@voompla)

 ଏହାବି ପଢନ୍ତୁ :Jaya Bachchan: 'ମୋ ନାତୁଣୀ ବାହା ନ ହୋଇ ମା' ହେଲେ ମୋର କୌଣସି ଅସୁବିଧା ନାହିଁ'

ଏହି ଗୀତରେ ଉର୍ଫି ଏକ ରେଡ କର୍ଲରର ଶାଢୀ ପିନ୍ଧି ଥିବା ଦେଖିବାକୁ ମିଳିଛି । ଏହି ଗୀତର ସୁଟିଂ ସମୟରେ ଉର୍ଫି ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଏକ ଦୋଳିରୁ ଖସି ପଡିଥିଲେ ଉର୍ଫି । ହେଲେ ସୌଭାଗ୍ୟବସତ ତାଙ୍କର ବଡ ଧରଣର କ୍ଷତ ହୋଇ ନ ଥିଲା। ଉର୍ଫିଙ୍କ ବିଷୟରେ କହିବାକୁ ଗଲେ ସେ ଅନେକ ଟିଭି ଶୋ’ରେ କାମ କରିଛନ୍ତି । କିନ୍ତୁ ତାଙ୍କୁ ଗତ ବର୍ଷ ବିଗବସ୍ ottରେ ନଜର ଆସିଥିଲେ । ପ୍ରଥମ ସପ୍ତାହରେ ଉର୍ଫି ଶୋ’ରୁ ବାହାରିଥିଲେ। ବାହାରକୁ ଆସିବା ପରେ ଉର୍ଫି ତାଙ୍କ ଫ୍ୟାଶନ ଇନ୍ସିଂ ମାଧ୍ୟମରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଲାଗିଲେ।  ଉର୍ଫିଙ୍କୁ ୨୦୧୬ରେ ଏକ ଟିଭି ଶୋ 'ବଡେ ଭାୟାକି ଦୁଲହନିୟା' ଓ ପରେ 'ମେରି ଦୁର୍ଗା', 'ବେପନାହା', 'ପୁଞ୍ଚ ବିଟ୍ ସିଜନ ୨', 'ୟେ ରିସ୍ତା କ୍ୟା କେହେଲାତା ହେ 'ଓ କଶୋଟି ଜିନ୍ଦେଗୀ କି ' ରେ ଦେଖିବାକୁ ମିଳିଥିଲା।