Pathaan Controversy: 'ସଭ୍ୟ ସମାଜରେ ଏ ଗୀତ ଗ୍ରହଣୀୟ ନୁହେଁ '
Advertisement
Article Detail0/zeeodisha/odisha1487712

Pathaan Controversy: 'ସଭ୍ୟ ସମାଜରେ ଏ ଗୀତ ଗ୍ରହଣୀୟ ନୁହେଁ '

Pathaan Controversy: ଶାହରୁକ୍ ଖାନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ' ପଠାନ' । ରିଲିଜ୍ ହେବା ପୂର୍ବରୁ ଫିଲ୍ମକୁ ବଏକଟ୍ କରିବାକୁ ଦାବି ଜୋର ଧରୁଛି । ପଠାନ ଫିଲ୍ମର 'ବେସରମ ରଙ୍ଗ' ଶୀର୍ଷକ ଗୀତରେ ଶାହାରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଡ୍ରେସକୋଡକୁ ନେଇ ବିଭିନ୍ନ ମହଲରେ ବିବାଦ ତେଜୁଛି । ଏହି ଗୀତରେ ଦୀପିକା ପିନ୍ଧିଥିବା କଷ୍ଟ୍ୟୁମ୍ ଅଶ୍ଲିଳତାର ସବୁ ସୀମା ପାର କରିଛି ।

Pathaan Controversy: 'ସଭ୍ୟ ସମାଜରେ ଏ ଗୀତ ଗ୍ରହଣୀୟ ନୁହେଁ '

Pathaan Controversy: ଶାହରୁକ୍ ଖାନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ' ପଠାନ' । ରିଲିଜ୍ ହେବା ପୂର୍ବରୁ ଫିଲ୍ମକୁ ବଏକଟ୍ କରିବାକୁ ଦାବି ଜୋର ଧରୁଛି । ପଠାନ ଫିଲ୍ମର 'ବେସରମ ରଙ୍ଗ' ଶୀର୍ଷକ ଗୀତରେ ଶାହାରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଡ୍ରେସକୋଡକୁ ନେଇ ବିଭିନ୍ନ ମହଲରେ ବିବାଦ ତେଜୁଛି । ଏହି ଗୀତରେ ଦୀପିକା ପିନ୍ଧିଥିବା କଷ୍ଟ୍ୟୁମ୍ ଅଶ୍ଲିଳତାର ସବୁ ସୀମା ପାର କରିଛି । ଏହାସହ ଗୀତରେ ଦୀପିକା ପିନ୍ଧିଥିବା ଗେରୁଆ ରଙ୍ଗର ବିକିନିକୁ ଗୀତରୁ ହଟାଇବା ପାଇଁ ଦାବି ହୋଇଛି । କାହିଁକିନା ଏହା ଗେରୁଆଧାରୀ ସାଧୁସନ୍ଥଙ୍କ ପାଇଁ ଭାବନାକୁ ଆଘାତ ଦେଇଛି ।  ହିନ୍ଦୁ ମହାସଭାର ଭୀର ଶିବାଜୀ ସମୁହ ମଧ୍ୟ ଦୀପିକାଙ୍କ ଡ୍ରେସକୋଡକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ବିଶ୍ୱ ହିନ୍ଦୁ ପରିଷଦ ଦୀପିକା ପାଦୁକୋନଙ୍କ ଏଭଳି ହରକତକୁ ଘୋର ବିରୋଧ କରିଛି।  ବିଶ୍ୱ ହିନ୍ଦୁ ପରିଷଦ ସର୍ବସାଧାରଣରେ କହିଛନ୍ତି ଯେ ହିନ୍ଦୁ ସମାଜରେ ଏଭଳି ଚଳଚ୍ଚିତ୍ର କେବେ ଗ୍ରହଣ କରାଯିବ ନାହିଁ। ଏଭଳି ପରିସ୍ଥିତିରେ ଗୀତଟିକୁ ଠିକ୍ କରିବାକୁ ପରିଷଦ ଫିଲ୍ମ ମେକରଙ୍କୁ ନିର୍ଦ୍ଦେଶ ଦେଇଛି। 

ଗୀତରୁ ଦୀପିକାଙ୍କ ଗେରୁଆ ବସ୍ତ୍ର ଧାରଣ କରିଥିବା ସିନକୁ କାଟି ଦିଆଯିବା ସହ କିଛି ଦୃଶ୍ୟକୁ ଗୀତରୁ ହଟା ଯିବାକୁ ଦାବି କରିଛନ୍ତି। ବିଶ୍ୱ ହିନ୍ଦୁ ପରିଷଦର ମୁଖପାତ୍ରଙ୍କ ବିବୃତ୍ତି ସାମ୍ନାକୁ ଆସିଛି। କୁହାଯାଏ ଯେ ଗେରୁଆ ରଙ୍ଗକୁ ଲଜ୍ଜାଜନକ କହିବା, ଅଜ୍ଞାନ କାର୍ଯ୍ୟକଳାପ କରିବା ହିନ୍ଦୁ ବିରୋଧୀ ମାନସିକତା । ଏଭଳି ପରିସ୍ଥିତିରେ ମୁଖପାତ୍ର ବିନୋଦ ବନସାଲ ତାଙ୍କ ବାର୍ତ୍ତାରେ ନିର୍ମାତାଙ୍କ ଉପରେ ବର୍ଷିଛନ୍ତି ଏବଂ ଖୁବଶୀଘ୍ର ଗୀତରେ ପରିବର୍ତ୍ତନ ଆଣିବାକୁ ଚେତାବନୀ ଦେଇଛନ୍ତି। କେବଳ ସେତିକି ନୁହେଁ, ଗୀତକୁ ରାଷ୍ଟ୍ରିୟ ସ୍ବଂୟ ସେବକ ସଂଘ (RSS ) ମଧ୍ୟ ବିରୋଧ କରିଛି।  ଆରଏସଏସ  କହିଛି ଯେ,  ଏହି ଗୀତର କିଛି ଦୃଶ୍ୟ ଦେଖିବା ମଧ୍ୟ ଯୋଗ୍ୟ ନୁହେଁ। ଏହିପରି ଦୃଶ୍ୟକୁ ଯଥାଶୀଘ୍ର ପରିବର୍ତ୍ତନ କରାଯିବା ଉଚିତ୍ । ଦୀପିକାଙ୍କ ଦୃଶ୍ୟ ବ୍ୟତୀତ 'ବେସରାମ ରଙ୍ଗ' ଟାଇଟଲରେ ମଧ୍ୟ ଆପତ୍ତି ଉଠାଯାଇଛି। 

ସେପଟେ, ମଧ୍ୟପ୍ରଦେଶ ମନ୍ତ୍ରୀ ଡକ୍ଟର ନରୋତ୍ତମ ମିଶ୍ର ମଧ୍ୟ ଗୀତକୁ ନାପସନ୍ଦ କରିଛନ୍ତି । ଏପରିକି ଯଦି ଫିଲ୍ମକୁ ପୁନଃସମ୍ପାଦିତ ନ କରାଯାଏ ତେବେ ରାଜ୍ୟରେ ଫିଲ୍ମକୁ ନିଷିଦ୍ଧ କରାଯିବ ବୋଲି ସେ କହିଛନ୍ତି । ସେ କହିଛନ୍ତି- ଗୀତରେ ବ୍ୟବହୃତ ହୋଇଥିବା ପୋଷାକ ଅତ୍ୟନ୍ତ କୁତ୍ସିତ ଏବଂ ତୁରନ୍ତ ଏହାକୁ ହଟାଇବା ଦରକାର । ସେପଟେ ସ୍ବାମୀ ଚକ୍ରପାଣି ମହାରାଜ ମଧ୍ୟ ଗୀତର ତୀବ୍ର ବିରୋଧ କରିଛନ୍ତି। ସେନସର ବୋର୍ଡ ବିରୋଧରେ ସେ ଗର୍ଜିଛନ୍ତି। ବେସରମ ଗୀତକୁ ଶିଳ୍ପା ରାଓ, କାରାଲିସା ମୋଣ୍ଟେରିଓ, ବିଶାଳ ଓ ଶେଖର ଗାଇଥିବାବେଳେ ଏକ ଆକର୍ଷଣୀୟ ସ୍ଥାନରେ ଗୀତର ସୁଟିଂ କରାଯାଇଥିଲା । ଗୀତରେ ଦୀପିକା ବିକିନି ପିନ୍ଧିଥିବା ଦେଖାଯାଇଛି। ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଗୀତଟି ଡିସେମ୍ବର ୧୨ ରେ ମୁକ୍ତିଲାଭ କରିଥିଲା, ସେହି ଦିନଠାରୁ ଦୀପିକାଙ୍କ କଷ୍ଟ୍ୟୁମକୁ ବିରୋଧ କରାଯିବା ସହ ଗୀତରେ ବୋଲ୍ଡ ଦୃଶ୍ୟକୁ ଘୋର ବିରୋଧ କରାଯାଉଛି । ସିଦ୍ଧାର୍ଥ ଆନନ୍ଦ ଏହି ଚଳଚ୍ଚିତ୍ରର ନିର୍ଦେଶନା ଦେଇଥିବାବେଳେ ଶାହାରୁଖ ଖାଁ, ଦୀପିକା ପଦୁକୋନ ଓ ଜନ ଆବ୍ରାହାମ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ୨୦୨୩ ଜାନୁଆରୀ ୨୫ରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ସ୍ଥିର ହୋଇଛି।