Batman Animated Series: ଆଉ ନାହାଁନ୍ତି 'ବ୍ୟାଟମ୍ୟାନ'ର ଏହି କଳାକାର, କର୍କଟ ରୋଗରେ ଥିଲେ ପୀଡିତ
Advertisement
Article Detail0/zeeodisha/odisha1437576

Batman Animated Series: ଆଉ ନାହାଁନ୍ତି 'ବ୍ୟାଟମ୍ୟାନ'ର ଏହି କଳାକାର, କର୍କଟ ରୋଗରେ ଥିଲେ ପୀଡିତ

Batman Animated Series: ହଲିଉଡରୁ ଆସିଛି ଆଉ ଏକ ଦୁଃଖଦ ଖବର । ଅଭିନେତା କେଭିନ୍ କନ୍‌ରୋଏଙ୍କ ପରଲୋକ (Kevin Conroy Death) ହୋଇଛି। ଅଭିନୟ ଓ ସ୍ୱର କଳାକାର ଭାବେ ସେ ବେଶ ପରିଚିତ ଥିଲେ। ୬୬ ବୟସରେ ତାଙ୍କର ପରଲୋକ ଘଟିଛି ।

ସୌଜନ୍ୟ : ସୋସିଆଲ ମିଡିଆ

Batman Animated Series​: ହଲିଉଡରୁ ଆସିଛି ଆଉ ଏକ ଦୁଃଖଦ ଖବର । ଅଭିନେତା କେଭିନ୍ କନ୍‌ରୋଏଙ୍କ ପରଲୋକ (Kevin Conroy Death) ହୋଇଛି। ଅଭିନୟ ଓ ସ୍ୱର କଳାକାର ଭାବେ ସେ ବେଶ ପରିଚିତ ଥିଲେ। ୬୬ ବୟସରେ ତାଙ୍କର ପରଲୋକ ଘଟିଛି । ଯାହାକୁ ନେଇ କଳା ଜଗତରେ ଶୋକର ଛାୟା ଖେଳି ଯାଇଛି । 'ବ୍ୟାଟମ୍ୟାନ୍ ଆନିମେଟେଡ୍ ସିରିଜ୍'ରେ କାମ କରୁଥିବା କୋ ଷ୍ଟାର ଡାଏନେ ପର୍ସିଂ(Diane Pershing) କେଭିନଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି । ଏଥି ସହିତ ୱାର୍ଣ୍ଣର ବ୍ରୋସ ମଧ୍ୟ ଏହାକୁ ନିଶ୍ଚିତ କରିଛନ୍ତି ଏବଂ କେଭିନଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ 'କେଭିନ ଜଣେ ପରୋପକାରୀ ଥିଲେ । ଦୁନିଆରେ ସବୁଠୁ ମୋର ପ୍ରିୟ ବ୍ୟକ୍ତି ଥିଲେ, ଯାହାଙ୍କ ସହ ମୁଁ ଭାଇ ପରି କଥା ହେଉଥିଲି ' । 

କେଭିନ ଜଣେ ଯତ୍ନଶୀଳ ବ୍ୟକ୍ତି ଥିଲେ :

ଡିସି କମିକ୍ସ ଏହାର ପୋଷ୍ଟରେ ଆହୁରି ଲେଖିଛନ୍ତି ଯେ 'ସେ ସମସ୍ତଙ୍କ ଯତ୍ନ ନେଉଥିଲେ। ଯେତେବେଳେ ବି ମୁଁ ତାଙ୍କୁ ଦେଖୁଥିଲି ଏବଂ ତାଙ୍କ ସହ କଥାବାର୍ତ୍ତା କରୁଥିଲି, ମୁଁ ଏକ ଭିନ୍ନ ଉତ୍ସାହରେ ହଜି ଯାଉଥିଲି '। ଅନେକ ଓଲିଉଡ ତାରକା ମଧ୍ୟ ତାଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କର ପ୍ରତ୍ୟେକ ପ୍ରଶଂସକ ବହୁତ ଶୋକରେ ଅଛନ୍ତି।

ଏହାବି ପଢନ୍ତୁ : Randeep Hooda: ରଣଦୀପ୍‌ ହୁଡ୍ଡାଙ୍କ ଅଭିନୀତ ଓ୍ବେବ ସିରିଜ୍ 'କ୍ୟାଟ୍' ,ଜାଣନ୍ତୁ ଏହାର ରିଲିଜ୍ ଡେଟ୍

ଏହାବି ପଢନ୍ତୁ :Amjad Khan Birth Anniversary: ବିନା ସ୍କ୍ରିପ୍ଟରେ 'ଶୋଲେ'ରେ କେମିତି ଡାଇଲଗ୍ କହିଲେ 'ଗବର' ? ଏହି ବ୍ୟକ୍ତିତ୍ବଙ୍କ ଠାରୁ ପାଇଥିଲେ ପ୍ରେରଣା

ଏହାବି ପଢନ୍ତୁ: Sania Mirza And Shoaib Malik Divorce: ସାନିଆ ଶୋଏବଙ୍କ ସମ୍ପର୍କରେ ଫାଟ ପାଇଁ ଦାୟୀ କି ଆୟେଶା ? ଜାଣନ୍ତୁ କିଏ ଏହି ବିବାଦୀୟ ମଡେଲ

 

କେଭିନ୍ କନ୍‌ରୋଏଙ୍କ ବୃତ୍ତି

କେଭିନ୍ କନ୍‌ରୋଏ ତାଙ୍କ କ୍ୟାରିୟର ୮୦ ଦଶକରୁ ଆରମ୍ଭ କରିଥିଲେ  । ଆରମ୍ଭରେ, ସେ ଥିଏଟରରେ କାମ କରୁଥିଲେ, ଯେଉଁଠାରୁ ତାଙ୍କ ପ୍ରତିଭା ପ୍ରସଫୁଟିତ ହୋଇଥିଲା। ୧୯୯୨ରେ ପ୍ରଥମ ଥର ପାଇଁ ସେ 'ବ୍ୟାଟ୍ସମ୍ୟାନ୍'ଙ୍କ ଚରିତ୍ରରେ ସ୍ୱର ଦେଇଥିଲେ। ସେହି ସ୍ୱର ବହୁତ ପ୍ରସିଦ୍ଧ ହୋଇଥିଲା । ଏହା ପରେ କେଭିନ 'ବ୍ୟାଟ୍ସମ୍ୟାନ୍'ର ପ୍ରତ୍ୟେକ ସିରିଜ୍ ପାଇଁ ସାଇନ୍ କରିଥିଲେ  । କେଭିନଙ୍କ ସ୍ୱରର ଯାଦୁ 'ବ୍ୟାଟମ୍ୟାନ୍: ଆନିମେଟେଡ୍ ସିରିଜ୍' ମାଧ୍ୟମରେ ଲୋକମାନଙ୍କ ମନରେ ଆଜିବି ରହିଛି । 

ବ୍ୟାଟ୍ସମ୍ୟାନ୍ ଆନିମେଟେଡ୍ ସିରିଜ୍ କାମ ପାଇଁ ବେଶ୍ ଜଣାଶୁଣା କେଭିନ୍‌। ତାଙ୍କ ସ୍ୱର ସହିତ ବ୍ୟାଟମ୍ୟାନ୍‌ଙ୍କ ଚରିତ୍ର ଜୀବନ୍ତ ଥିଲା। କେଭିନ ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡତ ଥିଲେ। ବହୁତ ସଂଘର୍ଷ ପରେ ସେ ଦୁନିଆକୁ ଅଲବିଦା କହିଛନ୍ତି।  ଅଭିନତାଙ୍କ ମୃତ୍ୟୁକୁ ନେଇ ତାଙ୍କ କୋ-ଷ୍ଟାର ଡାଏନେ ପର୍ସିଂ ନିଶ୍ଚିତ କରିଛି। ଯିଏ କେଭିନ୍‌ଙ୍କ ସହ ବ୍ୟାଟ୍‌ମ୍ୟାନ୍‌ ସିରିଜ୍‌ରେ କାମ କରିଥିଲେ।