ଭଏସ କଲ ରେକର୍ଡିଂ ଭାଇରାଲ ପଛରେ ଖଳନାୟକ କିଏ ?
Advertisement
Article Detail0/zeeodisha/odisha1279299

ଭଏସ କଲ ରେକର୍ଡିଂ ଭାଇରାଲ ପଛରେ ଖଳନାୟକ କିଏ ?

ବାବୁସାନ ଚେନ୍ନାଇରୁ ଫେରିଥିଲେ। ଚେନ୍ନାଇରୁ ଫେରିବା ସମୟରେ ତାଙ୍କୁ ବିଭିନ୍ନ କଥା ଆଲୋଚନା ହୋଇଥିଲା। ଚେନ୍ନାଇ ବିମାନବନ୍ଦରରେ ଭୁବନେଶ୍ୱର ଫେରୁଥିବା ସମୟରେ ବାବୁସାନଙ୍କୁ ଦେଖିବାକୁ ମିଳିଥିଲା।

ଭଏସ କଲ ରେକର୍ଡିଂ ଭାଇରାଲ ପଛରେ ଖଳନାୟକ କିଏ ?

ଭୁବନେଶ୍ୱର: ପ୍ରକୃତି (Prakruti Mishra) ଓ ବାବୁସାନଙ୍କ (Babusan Mohanty) ସମ୍ପର୍କକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଉଭୟ ପତ୍ନୀ ତୃପ୍ତିଙ୍କ (Trupti Satpathy) ହାତରେ ଧରା ପଡ଼ିବା ପରେ ସମ୍ପର୍କ ବିଷୟରେ ସମସ୍ତେ ଜାଣିଥିଲେ। ଯାହାକୁ ନେଇ ଗଣମାଧ୍ୟମ ଠାରୁ ଆସମ୍ଭ କରି ସୋସିଆଲ ମିଡ଼ିଆରେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। କେତେବେଳେ ଉଭୟଙ୍କ ପ୍ରତିକ୍ରିୟାକୁ ନେଇ ତ ପୁଣି କେତେବେଳେ ଆଚରଣକୁ ନେଇ ଚର୍ଚ୍ଚା। ବର୍ତ୍ତମାନ ସୁଦ୍ଧା ପ୍ରକୃତି ତାଙ୍କର ପ୍ରତିକ୍ରିୟା ରଖି ସାରିଥିବା ବେଳେ ବାବୁସାନ (Babusan Mohanty) ମୁଁହ ଖୋଲି ନାହାନ୍ତି।  ଏବେ କିନ୍ତୁ ଚର୍ଚ୍ଚାରେ ରହିବା କାରଣ କିଛି ଭିନ୍ନ ରହିଛି। ଯାହା ଆମେ ଆପଣଙ୍କୁ ଜଣାଇବୁ। 

ନିକଟରେ ବାବୁସାନ ଚେନ୍ନାଇରୁ ଫେରିଥିଲେ। ଚେନ୍ନାଇରୁ ଫେରିବା ସମୟରେ ତାଙ୍କୁ ବିଭିନ୍ନ କଥା ଆଲୋଚନା ହୋଇଥିଲା। ଚେନ୍ନାଇ ବିମାନବନ୍ଦରରେ ଭୁବନେଶ୍ୱର ଫେରୁଥିବା ସମୟରେ ବାବୁସାନଙ୍କୁ ଦେଖିବାକୁ ମିଳିଥିଲା। କିନ୍ତୁ ସେହି ଦିନ ରାତିରେ ସେ ଭୁବନେଶ୍ୱରକୁ ଫେରିନଥିଲେ। ତେବେ ତାହା ପର ଦିନ ଭୁବନେଶ୍ୱରରେ ପହଞ୍ଚିଥିଲେ। ଫଳରେ ତାଙ୍କର ପ୍ରତିକ୍ରିୟା ନେବାକୁ ବିମାନବନ୍ଦରରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ଼ ଲାଗିଥିଲା। କିନ୍ତୁ କେଇପଦ କଥାରେ ନିଜର ପ୍ରତିକ୍ରିୟାକୁ ସାରିଦେଇଥିଲେ। ମୁଁ ବହୁତ ଥକି ପଡ଼ିଛି। ବାପା ମାଙ୍କୁ ପ୍ରଥମେ ଦେଖା କରିବି ପରେ ଯାହା କିଛି କହିବି କହି ଘରକୁ ବାହାରି ଯାଇଥିଲେ ବାବୁସାନ। ଘଟଣାର ଦୁଇ ଦିନ ପର୍ଯ୍ୟନ୍ତ କିଛି କହିନଥିଲେ। ଦୁଇ ଦିନ ପରେ ତାଙ୍କର ଭଏସ କଲ ରେକର୍ଡ ଭାଇରାଲ ହୋଇଥିଲା। ଯାହାକୁ ନେଇ ପୁଣି ଥରେ ଆଲୋଚନା ଜୋର ଧରିଛି। 

ତେବେ ଦୁଇ ଦିନ ଧରି ପ୍ରକୃତି ଓ ବାବୁସାନଙ୍କ ଏକ ଭଏସ କଲ ରେକର୍ଡ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭାଇରାଲ ରେକର୍ଡିଂରେ ଉଭୟ ଉଭୟଙ୍କୁ ଭଲ ପାଉଥିବା କଥା କହିଛନ୍ତି। ପ୍ରକୃତି ତାଙ୍କ ଦେହ ଅସୁସ୍ଥ ଥିବା ନେଇ ବାବୁସାନଙ୍କୁ କହୁଥିବା ଉକ୍ତ କଲ ରେକର୍ଡିଂରେ ଶୁଣିବାକୁ ମିଳୁଛି। ଆହୁରି ଅନେକ କଥା ଶୁଣିବାକୁ ମିଳୁଛି। ଅଡିଓରେ ପ୍ରକୃତି କାନ୍ଦି କାନ୍ଦି ବାବୁସାନଙ୍କୁ କହୁଛନ୍ତି ତୁମକୁ କିଛି ଜଣାପଡୁନି ତୁମେ କିଛି ବୁଝିପାରୁନ, ଆଉ ଏହାର ପ୍ରତି ଉତ୍ତରରେ ବାବୁସାନ କହିଛନ୍ତି ମୁଁ ସବୁ ବୁଝୁଛି। ତୁମ ଦେହ ଭଲ ନାହିଁ ତୁମେ ଆରାମ କର । ଏହାପରେ ପ୍ରକୃତି କହିଛନ୍ତି ଲଭ ୟୁ ବାଏ...ବାବୁସାନ ବି ଏହାର ପ୍ରତି ଉତ୍ତରରେ ଲଭୟୁ ବାଏ ବୋଲି କହିଛନ୍ତି। 

ସେପଟେ କିନ୍ତୁ ଏହି ଅଡ଼ିଓକୁ କିଏ ଭାଇରାଲ କରିଛି ତାହା ସ୍ପଷ୍ଟ ହୋଇ ପାରୁନାହିଁ। ସାଧାରଣରେ କେହି କେହି ପ୍ରକୃତିଙ୍କୁ ଦାୟି କରୁଛନ୍ତି ପୁଣି କେହି କେହି ତୃପ୍ତି ପ୍ରମାଣ ସ୍ୱରୂପ ଏହାକୁ ଭାଇରାଲ କରାଇ ଥାଇ ପାରନ୍ତି ବୋଲି ଆଲୋଚନା ହେଉଛି। ତେବେ ଏହାର ଖଳନାୟକ ବା ଖଳନାୟିକା କିଏ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ।