FIR against Honey singh: 'ହନି ସିଂ ମୋତେ ଅପହରଣ କରି ହୋଟେଲ ରୁମରେ ବନ୍ଦ କରି ପିଟିଛନ୍ତି'
Advertisement

FIR against Honey singh: 'ହନି ସିଂ ମୋତେ ଅପହରଣ କରି ହୋଟେଲ ରୁମରେ ବନ୍ଦ କରି ପିଟିଛନ୍ତି'

FIR against Honey singh: ପୁଣିଥରେ ବିବାଦରେ ଛନ୍ଦି ହୋଇପଡିଛନ୍ତି ପ୍ରସିଦ୍ଧ ରାପର ହନି ସିଂ । ରାପରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

ସୌ(ସୋସିଆଲ ମିଡିଆ)

FIR against Honey singh: ବଲିଉଡ଼ର ଜଣାଶୁଣା ରାପର ହନି ସିଂ (yo yo honey singh) ତାଙ୍କର ନୂଆ ମ୍ୟୁଜିକ୍ ଆଲବମ୍ 'ହନି ୩.୦' ପାଇଁ ଆଜିକାଲି ବେଶ ଲାଇମ୍ ଲାଇଟରେ ରହିଛନ୍ତି । ନିକଟରେ ଏହି ଆଲବମର ପ୍ରଥମ ଗୀତ 'ନାଗନ୍' (Naagan) ମଧ୍ୟ ରିଲିଜ୍ ହୋଇଛି । ତେବେ ପୁଣିଥରେ ପ୍ରସିଦ୍ଧ ରାପର ହନି ସିଂଙ୍କ ଇଣ୍ତଷ୍ଟ୍ରିରେ ଜବରଦସ୍ତ କମବ୍ୟାକ ନେଇ ଚର୍ଚ୍ଚା ଲାଗିରହିଛି। ତେବେ ଏସବୁ ଭିତରେ ପୁଣିଥରେ ବିବାଦରେ ଛନ୍ଦି ହୋଇପଡିଛନ୍ତି ଗାୟକ। ନିକଟରେ ହନି ସିଂଙ୍କ ବିରୋଧରେ ଆଇନଗତ (Complaint file against honey singh) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମୁମ୍ବାଇର ବି.କେ.ସି (BKC Police Station Mumbai Maharashtra) ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଅପହରଣ ଭଳି ଗୁରୁତର ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଏକ ବଡ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ମାଲିକ ବିବେକ ରମଣ ହନି ସିଂଙ୍କ ବିରୋଧରେ ଅପହରଣ (kidnapping), ବନ୍ଧକ ରଖିବା ଓ ଆକ୍ରମଣ ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗରେ ହନି ସିଂଙ୍କ ସହ ତାଙ୍କର କିଛି ସହଯୋଗୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଏହି ଇଭେଣ୍ଟ କମ୍ପାନୀ ଦ୍ବାରା ୟୋ ୟୋ ହନି ସିଂଙ୍କ ଫେଷ୍ଟିଭିନା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଆର୍ଥିକ ସମସ୍ୟା ହେତୁ ଏପ୍ରିଲ ୧୫ରେ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା। କାର୍ଯ୍ୟକ୍ରମ ବାତିଲ ହେବା ପରେ ହନି ସିଂ(Honey singh) ଓ ତାଙ୍କ ସହକର୍ମୀ ମାନେ ପ୍ରତିଶୋଧ ପରାୟଣ ହୋଇ ଏହି କାଣ୍ତ କରିଥିବା ଅଭିଯୋଗ ହୋଉଛି ।

ଏହା ବି ପଢନ୍ତୁ-kisi ka bhai kisi ki jaan: ଏକାଠି ନାଚିଲେ ସଲମାନ ଖାନ ଓ ହନି ସିଂ, ଦେଖନ୍ତୁ ଭିଡ଼ିଓ

କୁହାଯାଉଛି ଯେ, ହନି ସିଂ ଅଭିଯୋଗକାରୀଙ୍କୁ କେବଳ ଏକ ହୋଟେଲରେ ବନ୍ଦୀ କରି ରଖିଥିଲେ ତାହା ନୁହେଁ ବରଂ ତାଙ୍କ ସହ ଅସଦାଚରଣ ମଧ୍ୟ କରିଥିଲୋ। ତେବେ ମାମଲା ରୁଜୁ ହେବା ପରେ ହନି ସିଂଙ୍କୁ ଗିରଫ କରିବାକୁ ଦାବି କରାଯାଇଛି। ଏହି ପ୍ରସଙ୍ଗରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ନିକଟରେ ୟୋ ୟୋ ହନି ସିଂ (yo yo honey singh) 'କିସି କା ଭାଇ କିସି କି ଜାନ'ର' ଗାଇଥିବା ଛୋଟୁ-ମୋଟୁ ' (Let's dance chotu motu )ଗୀତଟି ରିଲିଜ ହୋଇଛି । ଖାସ କଥା ଏହି ଗୀତରେ ସଲମାନ ଖାନଙ୍କ ମଧ୍ଯ ହନି ସିଂଙ୍କ ସହ କଣ୍ଠଦାନ କରିଛନ୍ତି ।  ସଲମାନ ଖାନ (salman khan) ଓ ଅଭିନେତ୍ରୀ ପୂଜା ହେଗଡ଼େଙ୍କ (Pooja Hegde) ସହ ଫିଲ୍ମର ପୁରା ଷ୍ଟାରକାଷ୍ଟ ଜବରଦସ୍ତ ଡାନ୍ସ କରୁଥିବା ନଜର ଆସିଛନ୍ତି। ଗୀତରେ ହନି ସିଂଙ୍କ (Honey singh) ସହ ପୂରା ଟିମ ସାଉଥ ଇଣ୍ତିଆନ ପରିଧାନ ପିନ୍ଧିଥିବା ଦେଖିବାକୁ ମିଳିଛି । ଗୀତଟି ରିଲିଜ ହେବା ପରେ ଏହାକୁ ଫ୍ୟାନ୍ସଙ୍କ ଜବରଦସ୍ତ ରେନ୍ସପେନ୍ସ ମିଳିଛି ।

ଏହା ବି ପଢନ୍ତୁ-Yash chopra Wife passed away: ଆରପାରିରେ ୟଶ ଚୋପ୍ରାଙ୍କ ପତ୍ନୀ, ବଲିଉଡ଼ରେ ଶୋକର ଛାୟା

ଏହା ବି ପଢନ୍ତୁ-Samantha Ruth Prabhu: 'ଷ୍ଟାର ହିରୋଇନ୍ ଭାବେ ସମନ୍ଥାଙ୍କ କ୍ୟାରିୟର୍ ବର୍ତ୍ତମାନ ଶେଷ', ଏହି ଫିଲ୍ମ ନିର୍ମାତା କଲେ ଆଶ୍ଚର୍ଯ୍ୟଜନକ ଦାବି!

ଏହା ବି ପଢନ୍ତୁ-Pushpa 2: ମାଲାକାନଗିରି ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହେଲା “ପୁଷ୍ପା -୨” ସୁଟିଂ