Advertisement
Article Detail0/zeeodisha/odisha1659730
Zee OdishaOdisha EntertainmentSamantha Ruth Prabhu: ଷ୍ଟାର ହିରୋଇନ୍ ଭାବେ ସମନ୍ଥାଙ୍କ କ୍ୟାରିୟର୍ ବର୍ତ୍ତମାନ ଶେଷ, ଏହି ଫିଲ୍ମ ନିର୍ମାତା କଲେ ଆଶ୍ଚର୍ଯ୍ୟଜନକ ଦାବି!

Samantha Ruth Prabhu: 'ଷ୍ଟାର ହିରୋଇନ୍ ଭାବେ ସମନ୍ଥାଙ୍କ କ୍ୟାରିୟର୍ ବର୍ତ୍ତମାନ ଶେଷ', ଏହି ଫିଲ୍ମ ନିର୍ମାତା କଲେ ଆଶ୍ଚର୍ଯ୍ୟଜନକ ଦାବି!

Chittibabu On Samantha Ruth Prabhu: ନିର୍ଦ୍ଦେଶକ ଚିତିବାବୁ ଏକ ସାକ୍ଷାତକାରରେ କହିଥିଲେ ଯେ, ଜଣେ "ଷ୍ଟାର୍ ହିରୋଇନ୍" ଭାବରେ ସାମନ୍ଥାଙ୍କ କ୍ୟାରିୟର୍ ସମାପ୍ତ ହୋଇଛି । ସେ ବର୍ତ୍ତମାନ ତାଙ୍କ ଚଳଚ୍ଚିତ୍ରର ପ୍ରମୋସନ୍ ପାଇଁ "ଶସ୍ତା କୌଶଳ" ବ୍ୟବହାର କରୁଛନ୍ତି। 

ସୌ(ସୋସିଆଲ ମିଡିଆ)
ସୌ(ସୋସିଆଲ ମିଡିଆ)

Chittibabu On Samantha Ruth Prabhu: ସ୍ବାମୀ ନାଗା ଚୌତନ୍ୟଙ୍କ (Naga Chaitanya) ସହ ଛାଡପତ୍ର ପରେ ମାୟୋସିଟିସ୍ (myositis) ନାମକ ଏକ ରୋଗରେ ପୀଡିତ ହୋଇଥିଲେ ସାଉଥ୍ ର ଲେଡି଼ ସୁପରଷ୍ଟାର ଭାବେ ପ୍ରସିଦ୍ଧ ସାମନ୍ଥା ପ୍ରଭୁ (Samantha Ruth Prabhu) । ତେବେ ନିକଟରେ ବଡ଼ ପରଦାରେ ରିଲିଜ ହୋଇଥିଲା ଅଭିନେତ୍ରୀଙ୍କ ଫିଲ୍ମ ‘ଶକୁନ୍ତଲାମ” (Shakuntalam) । ସାମନ୍ଥାଙ୍କ ଏହି ଫିଲ୍ମକୁ ଖାସ ପସନ୍ଦ କରିନାହାନ୍ତି ଦର୍ଶକ । କହିବାକୁ ଗଲେ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ ହୋଇଛି । ତେବେ ଏହିସବୁ ମଧ୍ୟରେ ନିର୍ଦ୍ଦେଶକ-ନିର୍ମାତା ଚିତିବାବୁ (Chittibabu) ଅଭିନେତ୍ରୀଙ୍କ ପାଇଁ ଦେଇଥିବା ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ସୂଚନାଯୋଗ୍ୟ, ନିକଟରେ ନିର୍ଦ୍ଦେଶକ ଚିତିବାବୁ (Chittibabu) ଏକ ସାକ୍ଷାତକାରରେ କହିଥିଲେ ଯେ, ଜଣେ "ଷ୍ଟାର୍ ହିରୋଇନ୍" ଭାବରେ ସାମନ୍ଥାଙ୍କ କ୍ୟାରିୟର୍ ସମାପ୍ତ ହୋଇଛି । ସେ ବର୍ତ୍ତମାନ ତାଙ୍କ ଚଳଚ୍ଚିତ୍ରର ପ୍ରମୋସନ୍ ପାଇଁ "ଶସ୍ତା କୌଶଳ" ବ୍ୟବହାର କରୁଛନ୍ତି। ସେ ଆଉ ମଧ୍ଯ କହିଛନ୍ତି, ଯେ “ଛାଡପତ୍ର ପରେ ସାମନ୍ତ 'ପୁଷ୍ପା ଦି ରାଇଜ୍'ରେ (pushpa: the rise ) ଆଇଟମ୍' ଗୀତ କରିଥିଲେ । ସେ ନିଜ ରୋଜଗାର ପାଇଁ ଏହା କରିଥିଲେ । ଷ୍ଟାର ହିରୋଇନ୍ ମାନ୍ୟତା ହରାଇବା ପରେ ତାଙ୍କୁ ଯାହା ଅଫର୍ ହେଉଛି ସେ ତାହା କରୁଛନ୍ତି । ଜଣେ ଅଭିନେତ୍ରୀ ଭାବରେ ତାଙ୍କର କ୍ୟାରିୟର୍ ସମାପ୍ତ ହୋଇଛି । ସେ ପୁଣି ଥରେ ଆଉ ଷ୍ଟାର ଡମକୁ ଫେରି ପାରିବେ ନାହିଁ । ତାଙ୍କୁ ଯେଉଁ ସବୁ ଅଫର ମିଳୁଛି ତାହା ମାଧ୍ୟରେ ସେ ତାଙ୍କର ଯାତ୍ରା ଜାର ରଖିବା ଉଚିତ୍” । ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି, ଫିଲ୍ମ “ଯଶୋଦା”ର (Yashoda) ପ୍ରମୋଶନ ସମୟରେ ଫିଲ୍ମ ହିଟ୍ କରିବା ଲାଗି ଅଭିନେତ୍ରୀ ଲୁହର ସହାୟତା ନେଇଥିଲେ । ବର୍ତ୍ତମାନ 'ଶକୁନ୍ତଲାମ' ଲାଗି ମଧ୍ଯ ସହାନୁଭୂତି ପାଇବାକୁ ପାଇଁ ସେ ଚେଷ୍ଟା କରୁଛନ୍ତି । ଏଥିଲାଗି ସେ କହିଛନ୍ତି ଯେ, ମୃତ୍ୟୁ ପୂର୍ବରୁ ଏହି ଭୂମିକାରେ କାମ କରିବାକୁ ସେ ଯୋଜନା ରଖିଥିଲେ। ଏହା ରେକର୍ଡରେ ଗଲା ଯେ ସେ ତାଙ୍କ ଗଳାରୁ ସ୍ୱର ବାହାର କରିପାରୁ ନ ଥିବାରୁ ସେ କଥା କହିବାକୁ ଅସମର୍ଥ । ସେ ଆହୁରି ମଧ୍ୟ କହିଛନ୍ତି ଯେ 'ଶକୁନ୍ତଲାମ'ରେ (Shakuntalam) ସାମନ୍ଥାଙ୍କୁ ମୁଖ୍ୟ ଭୂମିକାରେ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ କହିଛନ୍ତି, “ପ୍ରତ୍ୟେକ ଥର ଇମୋସନାଲ ହେବା କାମ ଦେବ ନାହିଁ। ଯଦି ଭୂମିକା ଓ ଚଳଚ୍ଚିତ୍ର ଭଲ ଥିବା ତେବେ ଦର୍ଶକ ନିଶ୍ଚୟ ଦେଖିବେ। ଏସବୁ ସବୁ ଶସ୍ତା ଓ ପାଗଳାମୀ ଅଟେ। ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ, ହିରୋଇନ୍ ମାନ୍ୟତା ହରାଇଥିବା ଶକୁନ୍ତଲାଙ୍କ ଭୂମିକା ପାଇଁ ସେ କିପରି ଫିଟ୍? ମୋର “ଶକୁନ୍ତଲାମ” ପ୍ରତି କୌଣସି ଆଗ୍ରହ ନାହିଁ।

ପ୍ରକାଶ ଥାଉ କି, 'ଶକୁନ୍ତଲାମ' (Shakuntalam) ତେଲୁଗୁ ଭାଷାର ଏକ ପୌରାଣିକ ଡ୍ରାମା ଫିଲ୍ମ ଅଟେ । ଗୁଣଶେଖର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଚଳଚ୍ଚିତ୍ରଟି ୧୪ ଏପ୍ରିଲରେ ତେଲୁଗୁ, ତାମିଲ, ମାଲାୟାଲମ୍, କନ୍ନଡ ଓ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିଥିଲା। ୮୦ କୋଟି ବଜେଟରେ ତିଆରି ହୋଇଥିବା ଫିଲ୍ମଟି ବକ୍ସ ଅଫିସରେ କିଛି ଖାସ ପ୍ରର୍ଦଶନ କରିପାରିନାହିଁ । ତେବେ ଆଗକୁ ରୋମାଣ୍ଟିକ ଡ୍ରାମା ଫିଲ୍ମ “ଖୁସି”ରେ ଅଭିନେତା ବିଜୟ ଦେବରାକୋଣ୍ତଙ୍କ ବିପକ୍ଷରେ ନଜର ଆସିବେ ଅଭିନେତ୍ରୀ । ଏହାସହ ଆକ୍ସନ ଥ୍ରୀଲର ୱେବ ସିରିଜ “ସିଟାଡ଼େଲ” (citadel) ସାମନ୍ଥା ବଲିଉଡ଼ ଅଭିନେତା ବରୁଣ ଧାୱନଙ୍କ ସହ ନଜର ଆସିବେ ।

Add Zee News as a Preferred Source

ଏହା ବି ପଢନ୍ତୁ-Pushpa 2: ମାଲାକାନଗିରି ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହେଲା “ପୁଷ୍ପା -୨” ସୁଟିଂ

 

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author