Social Media influencer Balwinder Kataria : ବିବାଦିୟ ବଲୱିନ୍ଦର କଟାରିଆଙ୍କୁ ଜାମିନ୍, ଗତ ୨ ମାସ ତଳେ ଘଟାଇ ଥିଲେ କିଛି ଏମିତି କାଣ୍ତ
Advertisement
Article Detail0/zeeodisha/odisha1385449

Social Media influencer Balwinder Kataria : ବିବାଦିୟ ବଲୱିନ୍ଦର କଟାରିଆଙ୍କୁ ଜାମିନ୍, ଗତ ୨ ମାସ ତଳେ ଘଟାଇ ଥିଲେ କିଛି ଏମିତି କାଣ୍ତ

Social Media influencer Balwinder Kataria : ସୋସିଆଲ ମିଡିଆ ଇନଫ୍ୟୁଏନ୍ସର(Social Media influencer ) ବଲୱିନ୍ଦର କଟାରିଆ (Balwinder Kataria)  ଓରଫ ବବି (Bobby Kataria) ।

ସୌଜନ୍ୟ : ସୋସିଆଲ ମିଡିଆ

Social Media influencer Balwinder Kataria : ସୋସିଆଲ ମିଡିଆ ଇନଫ୍ୟୁଏନ୍ସର(Social Media influencer ) ବଲୱିନ୍ଦର କଟାରିଆ (Balwinder Kataria)  ଓରଫ ବବି (Bobby Kataria) । ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ମାମଲାରେ ସେ  ଦିର୍ଘ ୨ ମାସ ଧରି ପୋଲିସକୁ ଚକମା ଦେଇ ଫେରାର ଥିଲେ। ହେଲେ ଶୁକ୍ରବାର ଦିନ  ଡେରାଡୁନର ସ୍ଥାନୀୟ ଥାନାରେ ସେ ଆତ୍ମସମର୍ପଣ କରିଛନ୍ତି। ସେହିଦିନ ହିଁ କୋର୍ଟ ତାଙ୍କୁ ବେଲ ପ୍ରଦାନ କରିଛନ୍ତି । ଜଜ୍ ସଞ୍ଜୟ କୁମାରଙ୍କ କୋର୍ଟ (Judge Sanjay Kumar’s court granted bail )୨୫,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡ ପ୍ରଦାନ କରିବା ପରେ କଟାରିଆକୁ ଜାମିନ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ସେ ଦିଲ୍ଲୀର ବହୁ ଓକିଲଙ୍କ ଏକ ଟିମ୍ ସହିତ ଏଠାରେ ପହଞ୍ଚିଥିଲେ।  ସୂଚନା ଅନୁସାରେ,  କାଟାରିଆ ଗୁରୁଗ୍ରାମରେ ରୁହନ୍ତି । ଅଗଷ୍ଟ ମାସରେ ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଥିଲା ଯେ, କଟାରିଆ ରାସ୍ତା ମଝିରେ ଏକ ଚେୟାରରେ ବସି ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରୁଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା।  ପୋଲିସ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଛାପା ମାରିଥିଲା ହେଲେ ସେ ଫେରାର ହୋଇଯାଇଥିଲେ। 

 

ଏହି ମାମଲାରେ କଟାରିଆ  (Balwinder Kataria)ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଭାରତୀୟ ଦଣ୍ଡ ସଂହିତା ଧାରା ୩୪୨, ୩୩୬,୨୯୦ ଓ ୫୧୦ ସୂଚନା ପ୍ରଯୁକ୍ତିବିଦ୍ୟା ଅଧି ନିୟମର ଧାରା ୬୭ ଅନୁଯାୟୀ କାଟାରିଆ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଏହା ପ୍ରଥମ ଘଟଣା ନୁହେଁ,  ଏହା ପୂର୍ବରୁ ମଧ୍ୟ ସେ ଏଭଳି କାଣ୍ତ ଘଟାଇ ଚର୍ଚ୍ଚାରେ ରହିଆସିଛନ୍ତି । ସେପ୍ଟେମ୍ବର ଆରମ୍ଭରେ ବବି କଟାରିଆଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏକ ଲୁକଆଉଟ ସର୍କୁଲାର ଜାରି କରିଥିଲା। ଜାନୁଆରୀରେ ବବି ଏକ ସ୍ପାଇସଜେଟ ବିମାନରେ ସିଗାରେଟ ଟାଣୁଥିବାର ନଜର ଆସିଥିଲେ।

ଏହାବି ପଢନ୍ତୁ : Javed Akhtar : ମିସେଲ ଓବାମାଙ୍କୁ କାହିଁକି ଟ୍ବିଟ୍ କଲେ ଜାଭେଦ ଅକ୍ତର ?

ବବି କାଟାରିଆ ଅତି ଲୋକପ୍ରିୟ ବ୍ୟକ୍ତିତ୍ୱ । ବବି କାଟାରିଆ ହେଉଛନ୍ତି ହରିୟାଣାର ବଡି ବିଲଡର୍, ବ୍ୟବସାୟୀ, ସାମାଜିକ କର୍ମୀ ଏବଂ ଯୁବ ଆଇକନ୍ । ବବି କାଟାରିଆ ହରିୟାଣା ଏବଂ ଦିଲ୍ଲୀ ପୋଲିସ୍ ସହିତ ସାମାଜିକ କାର୍ଯ୍ୟ ଏବଂ ବିବାଦ ପାଇଁ ବେଶ୍ ଜଣାଶୁଣା ।  ବବି କାଟାରିଆ ପ୍ରକୃତ ନାମ ହେଉଛି ବଲୱନ୍ତ ସିଂ କାଟରିଆ । ସେ ଗୁରୁଗାଓଁର ବସାଇ ଗାଁର ବାସିନ୍ଦା । ବବି କାଟରିଆ ଗୁରୁଗାଓଁରେ ଅବସ୍ଥିତ ୟୁଭା ଏକତା ଫାଉଣ୍ଡେସନ୍ ନାମକ ଏକ ଏନଜିଓର ପ୍ରତିଷ୍ଠାତା ।  ସୋସିଆଲ ମିଡିଆ ପ୍ରସିଦ୍ଧ ଇନଫ୍ଲୁଏନ୍ସର ତଥା ସୋସିଆଲ ୱାର୍କର୍ ବବି କାଟାରିଆ । ନିଜର ଅଦଭୁତ ଲାଇଫଷ୍ଚାଇଲ ପାଇଁ ଅନେକ ଥର ବିବାଦରେ ଫସିଛନ୍ତି । ସେ ଗତ କିଛି ଦିନତଳେ ରାସ୍ତା ମଝିରେ ମଦପିଇ ଚର୍ଚ୍ଚାକୁ ଆସିଥିଲେ। ଏହା ପୂର୍ବରୁ ମଧ୍ୟ ସେ ଏକ ସ୍ପାଇସଜେଟ ବିମାନରେ ସିଗାରେଟ ଟାଣୁଥିବାର ନଜର ଆସିଥିଲେ।  ଯାହା ଆଇନ ଅନୁଯାୟୀ ଦଣ୍ତନୀୟ ଅପରାଧ ।