ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ୍
Advertisement
Article Detail0/zeeodisha/odisha2312090

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ୍

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜାନୁଆରୀ ୩୧ରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତା ଶ୍ରୀ ସୋରେନଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଜୁନ୍ ୧୩ ତାରିଖରେ ହୋଇଥିଲେ ବି କୋର୍ଟ ଏହି ରାୟକୁ ସଂରକ୍ଷିତ ରଖିଥିଲେ।

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ୍

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ୍ ନେତା ହେମନ୍ତ ସୋରେନ ଆଜି ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ଲାଭ କରିଛନ୍ତି। ଜମି ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜାନୁଆରୀ ୩୧ରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତା ଶ୍ରୀ ସୋରେନଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଜୁନ୍ ୧୩ ତାରିଖରେ ହୋଇଥିଲେ ବି କୋର୍ଟ ଏହି ରାୟକୁ ସଂରକ୍ଷିତ ରଖିଥିଲେ। ଆଜି ଜଷ୍ଟିସ୍ ରଙ୍ଗନ ମୁଖୋପାଧ୍ୟାୟଙ୍କ ଖଣ୍ଡପୀଠ ତାଙ୍କୁ ଜାମିନ୍ ମଞ୍ଜୁୂର କରିଛନ୍ତି।

ତାଙ୍କ ବିରୋଧ‌ରେ ଅଭିଯୋଗ ହୋଇଥିଲା ଯେ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା କୋଟି କୋଟି ଟଙ୍କା ମୂଲ୍ୟର ଜମି ହଡ଼ପ କରିବା ପାଇଁ କାଳ୍ପନିକ କାରବାର ଏବଂ ଜାଲ୍ ଦଲିଲ ମାଧ୍ୟମରେ ରେକର୍ଡକୁ ନିୟନ୍ତ୍ରଣ କରୁଥିଲେ। ଜମି ଦଖଲ ପାଇଁ ସେ ଏକ ବଡ଼ ଯୋଜନା ଚଳାଇଥିଲେ। ଅଭିଯୋଗ ଆସିବା ପରେ ଇଡି ତଦନ୍ତ ଜୋର ଧରିଥିଲା। ଇଡି ମାରାଥନ ପ୍ରଶ୍ନ ଅଧିବେଶନ ଆରମ୍ଭ କରିବାର କିଛି ଘଣ୍ଟା ପରେ ହେମନ୍ତ ସୋରେନ ଜାନୁଆରି ୩୧ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଇଡି ତାଙ୍କୁ ଗିରଫ କରିବ ବୋଲି କହିବା ପରେ ସେ ନିଜ ଆଡୁ ଇସ୍ତଫା ଦେଇ ଦେଇଥିଲେ। ମୁଖ୍ୟମନ୍ତ୍ରୀ ପଦରେ ଥିବାବେଳେ ଗିରଫ ହେବାକୁ ଚାହୁଁନଥିବା ସୋରେନ ଇସ୍ତଫା ଦେବା ପରେ ଯାଇ ଇଡି ହାତରେ ଗିରଫ ହୋଇଥିଲେ। 

କୋର୍ଟରେ ଯୁକ୍ତି ବାଢିବା ସମୟରେ, ସୋରେନ୍ ରାଞ୍ଚିରେ ବେଆଇନ ଭାବେ ୮.୮୬ ଏକର ଜମି ହଡ଼ପ କରିଥିବା ଅଭିଯୋଗ କରିଥିଲା ଇଡି। ସେ ଜମି ଜାଲିଆତି ପାଇଁ ତାଙ୍କ ପଦବୀର ଦୂରୁପୋଯଗ କରିଥିବା ଅଭିଯୋଗ ଇଡି କହିଥିଲା। ଇଡି ଅଭିଯୋଗକୁ ଖଣ୍ଡନ କରି, ସୋରେନଙ୍କ ଗିରଫଦାରୀ ରାଜନୈତିକ ଉଦ୍ଦେଶ ପ୍ରଣୋଦିତ ଓ ମିଥ୍ୟା ମାମଲାରେ କରାଯାଇଛି ବୋଲି ହେମନ୍ତ ସୋରେନଙ୍କ ଓକିଲ କହିଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ସୋରେନଙ୍କୁ ବେଲ ପ୍ରଦାନ କରିଛନ୍ତି।