Bird Species in India: ଦେଶରେ ୬୦ ହ୍ରାସ ପାଇଛି ୩୩୮ ପ୍ରଜାତିର ପକ୍ଷୀ ସଂଖ୍ୟା, ଏହି ପକ୍ଷୀଙ୍କ ଉପରକୁ ମାଡ଼ି ଆସୁଛି ବିପଦ
Advertisement
Article Detail0/zeeodisha/odisha1842810

Bird Species in India: ଦେଶରେ ୬୦ ହ୍ରାସ ପାଇଛି ୩୩୮ ପ୍ରଜାତିର ପକ୍ଷୀ ସଂଖ୍ୟା, ଏହି ପକ୍ଷୀଙ୍କ ଉପରକୁ ମାଡ଼ି ଆସୁଛି ବିପଦ

Research on Bird Species in India: ନିକଟରେ ଦେଶରେ ଦେଖାଯାଉଥିବା ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ସଂଖ୍ୟା ଉପରେ ଗବେଷଣା କରାଯାଇଥିଲା। ଯେଉଁଥିରେ ଦେଶରେ ବିପଦପୂର୍ଣ୍ଣ ପ୍ରଜାତିର ସଂରକ୍ଷଣର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। 

Bird Species in India: ଦେଶରେ ୬୦ ହ୍ରାସ ପାଇଛି ୩୩୮ ପ୍ରଜାତିର ପକ୍ଷୀ ସଂଖ୍ୟା, ଏହି ପକ୍ଷୀଙ୍କ ଉପରକୁ ମାଡ଼ି ଆସୁଛି ବିପଦ

Studied On Bird Species in India: ସମଗ୍ର ଦେଶରେ ପ୍ରାୟ ୩୦ ହଜାର ପକ୍ଷୀପ୍ରେମୀଙ୍କ ତଥ୍ୟକୁ ଆଧାର କରି ଏକ ରିପୋର୍ଟ ପ୍ରକାଶିତ ହୋଇଛି। ବିଗତ ୩୦ ବର୍ଷ ମଧ୍ୟରେ ପକ୍ଷୀ ପ୍ରଜାତିର ସଂଖ୍ୟା ୬୦% ହ୍ରାସ ପାଇଛି। ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରି ସୋସାଇଟି, ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ, ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ସମେତ ୧୩ ସରକାରୀ ତଥା ଅଣ-ସରକାରୀ ଅନୁଷ୍ଠାନର ଗୋଷ୍ଠୀ ଦ୍ୱାରା ପ୍ରକାଶିତ ରିପୋର୍ଟ ମାଧ୍ୟମରେ ଏପରି ଦାବି କରାଯାଇଛି। 

ଏହି ରିପୋର୍ଟ ମାଧ୍ୟମରେ କୁହାଯାଉଛି ଦେଶରୁ ମିଳିଥିବା ୩୩୮ ପକ୍ଷୀ ପ୍ରଜାତି ପକ୍ଷୀ ଅଧ୍ୟୟନ କରାଯାଇଛି। କେବଳ ଏତିକି ନୁହେଁ ଦେଶରେ ବିପଦପୂର୍ଣ୍ଣ ପ୍ରଜାତିର ସଂରକ୍ଷଣର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। 'ଷ୍ଟେଟ୍ ଅଫ୍ ଇଣ୍ଡିଆ ବାର୍ଡ' ଶୀର୍ଷକ ରିପୋର୍ଟ ଅନୁଯାୟୀ, ବିଗତ ୭ ବର୍ଷ ମଧ୍ୟରେ ୩୫୯ ପ୍ରଜାତି ପକ୍ଷୀ ସଂଖ୍ୟା ୪୦% ହ୍ରାସ ପାଇଛି।

ସଂଖ୍ୟା ହ୍ରାସର କାରଣ ଜଣାପଡିନାହିଁ
ପିଟିଆଇ ରିପୋର୍ଟ ଅନୁଯାୟୀ ଏହି ଅଧ୍ୟୟନରେ ସମ୍ପୃକ୍ତ ଗବେଷକ କହିଛନ୍ତି ଯେ ସେମାନେ ପ୍ରତ୍ୟେକ ପ୍ରଜାତି ପକ୍ଷୀ ସଂଖ୍ୟା ହ୍ରାସ ପାଇବା ପଛରେ ରହିଥିବା କାରଣ ସମ୍ପର୍କରେ କିଛି କହିପାରିବେ ନାହିଁ। ପକ୍ଷୀ ସଂଖ୍ୟା ହ୍ରାସ ପାଇବାର କାରଣ ଜାଣିବା ପାଇଁ ଅନୁସନ୍ଧାନର ଆବଶ୍ୟକତା ରହିଥିବା ଗବେଷକ କହିଛନ୍ତି। ଯାହା ଦ୍ୱାରା ପକ୍ଷୀ ସଂଖ୍ୟା କାହିଁକି ହ୍ରାସ ପାଉଛି ତାହା ଜାଣିହେବ।

ହ୍ରାସ ପାଇଛି ୨୦୪ ପ୍ରଜାତିର ପକ୍ଷୀ ସଂଖ୍ୟା 
ରିପୋର୍ଟ ଅନୁଯାୟୀ ୨୦୪ ପ୍ରଜାତିର ପକ୍ଷୀ ସଂଖ୍ୟା ହ୍ରାସ ପାଇଛି। ଅନ୍ୟପଟେ ୯୮ ପ୍ରଜାତିର ପକ୍ଷୀ ସଂଖ୍ୟା ସ୍ଥିର ଏବଂ ଅନ୍ୟ ୩୬ ପ୍ରଜାତିର ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି। ଦେଶରେ ଗୁରୁତର ବିଲୁପ୍ତପ୍ରାୟ ପ୍ରଜାତିର ପକ୍ଷୀ ସଂରକ୍ଷଣ କରିବା ପାଇଁ ଜରୁରୀ କାଳୀନ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି। 

ଏହି ପକ୍ଷୀଙ୍କ ଉପରେ ରହିଛି ସବୁଠାରୁ ଅଧିକ ବିପଦ
ରିପୋର୍ଟ ଅନୁଯାୟୀ Northern Shoveler, Northern Pintail, Common Teal, Tufted Duck, Greater Flamingo, Sarus Crane, Indian Corsair and Andaman Serpent Eagle ସମେତ ୧୭୮ ପ୍ରଜାତିର ସର୍ବାଧିକ ସଂରକ୍ଷିତ ପ୍ରଜାତି ତାଲିକାରେ ସ୍ଥାନ ପାଇଛନ୍ତି।

୩୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି ୧୪ ପ୍ରଜାତିର ପକ୍ଷୀ ସଂଖ୍ୟା 
ରିପୋର୍ଟ ମାଧ୍ୟମରେ ଦର୍ଶାଯାଇଛି ଯେ Indian Roller, Common Teal, Northern Shoveler, Common Sandpiper ସମେତ ୧୪ ପ୍ରଜାତିର ପକ୍ଷୀ ସଂଖ୍ୟା ୩୦ ପ୍ରତିଶତ ହ୍ରାସ ପାଇଛି। IUCN Red List ପୁନଃ ମୂଲ୍ୟାଙ୍କନ ପାଇଁ ସୁପାରିଶ କରାଯାଇଛି।

ଭଲ ରହିଛି Asian Koel ଏବଂ ମୟୁର ଅବସ୍ଥା
Feral Rock Pigeon, Asian Prinia, Asian Cuckoo ସହିତ ମୟୂର ଭଳି ପ୍ରଜାତିର ପକ୍ଷୀଙ୍କ ଅବସ୍ଥା ବହୁତ ଭଲ। Online Platform Ebird ଠାରେ ଅପଲୋଡ୍ ହୋଇଥିବା ତଥ୍ୟ ବ୍ୟବହାର କରି ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ ଅନ୍ୟାନ୍ୟ ସାଧାରଣ ପ୍ରଜାତି ପକ୍ଷୀ ଯେପରିକି Baya Weaver ଏବଂ Pied Bushchat ସଂଖ୍ୟା ସ୍ଥିର ରହିଛି। 

ହ୍ରାସ ପାଇଛି Woodlands ପକ୍ଷୀ ସଂଖ୍ୟା 
ରିପୋର୍ଟ ମାଧ୍ୟମରେ ଦର୍ଶାଯାଇଛି ଯେ ତୃଣଭୂମି ତଥା ଅନ୍ୟାନ୍ୟ ଖୋଲା ବାସସ୍ଥାନ, ଆର୍ଦ୍ରଭୂମି ଏବଂ ଜଙ୍ଗଲରେ ବସବାସ କରୁଥିବା ପକ୍ଷୀଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ଏହା ସହିତ Raptor ଏବଂ ଅନ୍ୟ କୀଟ ପତଙ୍ଗ ଖାଉଥିବା ପକ୍ଷୀ ସଂଖ୍ୟା ହ୍ରାସ ବିଷାକ୍ତ ରାସାୟନିକ ପଦାର୍ଥକୁ ସୂଚିତ କରେ। ବିଗତ କିଛି ଦଶନ୍ଧି ମଧ୍ୟରେ ସହରୀକରଣ, ମନୁଷ୍ୟ ଦ୍ୱାରା ହେଉଥିବା ଏକଚାଟିଆ କାରବାର ଏବଂ ଭିତ୍ତିଭୂମି ବିକାଶ ହେତୁ ବାସସ୍ଥାନ ନଷ୍ଟ ହେଉଛି। ଯାହା ଦ୍ୱାରା ଦେଶରେ ବିଭିନ୍ନ ପ୍ରଜାତିର ପକ୍ଷୀ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଛି।