ITR Filing: ଆୟକର ଭରିବାର ସହଜ ଉପାୟ; ଚାଟାର୍ଡ ଆକାଉଣ୍ଟାଟ୍ କୁ ଦେବାକୁ ପଡ଼ିବ ନାହିଁ ଟଙ୍କା, ଜାଣନ୍ତୁ କିପରି
Advertisement
Article Detail0/zeeodisha/odisha1769869

ITR Filing: ଆୟକର ଭରିବାର ସହଜ ଉପାୟ; ଚାଟାର୍ଡ ଆକାଉଣ୍ଟାଟ୍ କୁ ଦେବାକୁ ପଡ଼ିବ ନାହିଁ ଟଙ୍କା, ଜାଣନ୍ତୁ କିପରି

How to File ITR without CA: ଚାଟାର୍ଡ ଆକାଉଣ୍ଟାଟ୍ କିମ୍ବା ଏଜେଣ୍ଟ ବିନା ସହାୟତାରେ ଆପଣ ଭରିପାରିବେ ଆୟକର। ଜାଣନ୍ତୁ ପୁରା ପ୍ରକ୍ରିୟା।

 

ITR Filing: ଆୟକର ଭରିବାର ସହଜ ଉପାୟ; ଚାଟାର୍ଡ ଆକାଉଣ୍ଟାଟ୍ କୁ ଦେବାକୁ ପଡ଼ିବ ନାହିଁ ଟଙ୍କା, ଜାଣନ୍ତୁ କିପରି

Income Tax Return: ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟ ପାଖେଇ ଆସିଛି। ଏଥର ଆପଣ ୩୧ ଜୁଲାଇ ପର୍ଯ୍ୟନ୍ତ ଆପଣଙ୍କର ଆୟକର ଦାଖଲ କରିପାରିବେ। ଆୟକର ରିଟର୍ଣ୍ଣ ଦାଖଲ କରିବା ବେଳେ ଆପଣଙ୍କୁ ମଧ୍ୟ ମନେ ରଖିବାକୁ ପଡିବ ଯେ ଆପଣ ନୂଆ ଟ୍ୟାକ୍ସ ରେଜିମ୍ ନା ପୁରୁଣା ଟ୍ୟାକ୍ସ ରେଜିମ୍ ଚୟନ କରିଛନ୍ତି। ପୁରୁଣା ଟିକସ ବ୍ୟବସ୍ଥାରେ ଆପଣଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଦେବାକୁ ପଡିବ ନାହିଁ। ଏହା ସହିତ, ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ନୂତନ ଟିକସ ବ୍ୟବସ୍ଥାରେ ଟିକସମୁକ୍ତ ରହିଛି।

ଆୟକର ଭରିବାରେ ନେବାକୁ ପଡ଼ିବ ନାହିଁ ଚାଟାର୍ଡ ଆକାଉଣ୍ଟାଟ୍ କିମ୍ବା ଏଜେଣ୍ଟ ସହାୟତା
ଏହି ସମସ୍ତ ତଥ୍ୟ ଜାଣିବା ପରେ ମଧ୍ୟ ଲୋକେ ଆୟକର ଦାଖଲ (Income Tax Return) କରିପାରିବା ପାଇଁ ଚାଟାର୍ଡ ଆକାଉଣ୍ଟାଟ୍ (Chartered Accountant) କିମ୍ବା ଏଜେଣ୍ଟ (ITR Agent) ସହାୟତା ନେଇଥାନ୍ତି। ଲୋକେ ଆୟକର ଭରିବା (ITR Filing) କାର୍ଯ୍ୟକୁ ସବୁଠାରୁ କଷ୍ଟସାଧ୍ୟ ମନେ କରିଥାନ୍ତି। ଏପରି ଲୋକେ ଭାବନ୍ତି ଯେ କୌଣସି ଟେନସନ ନେବା ଅପେକ୍ଷା ଚାଟାର୍ଡ ଆକାଉଣ୍ଟାଟ୍ କିମ୍ବା ଏଜେଣ୍ଟ କୁ ଟଙ୍କା ଦେଇଦେବା ଭଲ। ହେଲେ କ'ଣ ଆପଣ ଜାଣିଛନ୍ତି ଆପଣ କିଛି କଥାକୁ ଧ୍ୟାନରେ ରଖି ଆପଣ ନିଜେ ଆପଣଙ୍କର ଆୟକର ପ୍ରଦାନ କରିପାରିବେ।

ଆୟକର ଭରିବା ପାଇଁ ଆପଣାନ୍ତୁ ଏହି ଉପାୟ
ହଁ ଆଜ୍ଞା, ଯଦି ଆପଣ କିଛି ସହଜ ପଦକ୍ଷେପ ଅନୁସରଣ କରି ଆୟକର ଦାଖଲ କରନ୍ତି, ତାହେଲେ ଚାଟାର୍ଡ ଆକାଉଣ୍ଟାଟ୍ କିମ୍ବା ଏଜେଣ୍ଟ ଲାଗି ଖର୍ଚ୍ଚକୁ ରୋକାଯାଇ ପାରିବ। ପ୍ରତ୍ୟେକ ଥର ଭଳି, ଆୟକର ବିଭାଗ (Income Tax Department) ଦ୍ୱାରା ଆଇଟିଆର ଦାଖଲ କରିବାର ପଦକ୍ଷେପ ବିଷୟରେ କୁହାଯାଇଛି। ଏହାକୁ ଅନୁସରଣ କରି ଆପଣ ଅନଲାଇନ ମାଧ୍ୟମରେ ଆୟକର ଦାଖଲ (Online ITR Filing) କରିପାରିବେ। 

ଅନଲାଇନ ମାଧ୍ୟମରେ କିପରି ଆୟକର ଦାଖଲ?

  • ସର୍ବପ୍ରଥମେ ଆୟକର ବିଭାଗ ୱେବସାଇଟ www.incometaxindiaefiling.gov.in ପରିଦର୍ଶନ କରନ୍ତୁ।
  • ଆପଣଙ୍କ PAN Card ହେଉଛି ଆପଣଙ୍କ User ID। ଏହାକୁ ବ୍ୟବହାର କରି ଆପଣ ଲଗଇନ୍ କରନ୍ତୁ। ଯଦି ଆପଣ ପାସୱାର୍ଡ ଭୁଲି ଯାଇଛନ୍ତି, ଏହାକୁ ପୁନର୍ବାର Reset କରନ୍ତୁ।
  • Download Option ପାଖକୁ ଯାଆନ୍ତୁ। ସମ୍ପୃକ୍ତ ବର୍ଷ ଅଧୀନରେ ITR-1 (SAHAJ) Return Preparation Software ଚୟନ କରନ୍ତୁ। ଯାହା Excel ଆକାରରେ Download ହେବ।
  • Excel Sheet ଖୋଲନ୍ତୁ ଏବଂ Form-16 ସହିତ ସଂଲଗ୍ନ ବିବରଣୀ ପ୍ରବେଶ କରନ୍ତୁ।
  • ସମସ୍ତ ବିବରଣୀ ଗଣନା କରନ୍ତୁ ଏବଂ ଏହି Excel Sheet Save କରି ରଖନ୍ତୁ।
  • Submit Return ବିକଳ୍ପ ପାଖକୁ ଯାଆନ୍ତୁ। Save ହୋଇଥିବା Excel Sheet ଅପଲୋଡ୍ କରନ୍ତୁ।
  • ଆପଣଙ୍କୁ ଆପଣଙ୍କ Digital Signature Upload କରିବାକୁ କୁହାଯିବ। ଆପଣ ମଧ୍ୟ ଏହି ପଦକ୍ଷେପକୁ ଏଡ଼ାଇ ଦେଇ ପାରିବେ।
  • Successful e-filing Submission ବାର୍ତ୍ତା ଆପଣଙ୍କୁ ଆପଣ ବ୍ୟବହାର କରୁଥିବା Laptop କିମ୍ବା Computer ପରଦାରେ ଦେଖାଯିବ।
  • ଆପଣଙ୍କ ପଞ୍ଜୀକୃତ E-mail ID ମାଧ୍ୟମରେ ଆପଣଙ୍କ ପାଖକୁ ITR Verification Form ଫର୍ମ ପଠାଯିବ। 

କିପରି କରିବେ ITR Verification Form Download?
Income Tax India Website "https://portal.incometaxindiaefiling.gov.in/e-Filing/UserLogin/LoginHome" ଠାରେ Login କରନ୍ତୁ।  
View Returns/ Forms ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ଏବଂ ଆପଣ ଆପଣଙ୍କର E-File ITR ଦେଖନ୍ତୁ।