Gold Rate Today: ସୁନାପ୍ରେମୀଙ୍କ ପାଇଁ ବଡ଼ ଖବର। ବିବାହ ସିଜିନ୍ ରେ କମିଲା ସୁନା ରେଟ୍। ସୁନାଦରରେ ହ୍ରାସ ହୋଇଛି। ଗତକାଲି ରେଟ୍ ଖସିଥିବା ବେଳେ ଆଜି ଦରରେ ପରିବର୍ତ୍ତନ ଦେଖାଦେଇଛି। ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦,୯୩୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୩୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୧୨୦ ଓ ୧୬୦ ଟଙ୍କା ଖସିଛି।
ALSO READ: Shani Gochar 2025: ୨୦୨୫ରେ ଶନିଙ୍କ ଶୁଭ ଚଳନ,ବଦଳିବ ୫ରାଶିଙ୍କ ଭାଗ୍ୟ,ବର୍ଷସାରା ହେବ ଟଙ୍କା ବର୍ଷା!
ALSO READ: Job And Business Horoscope: ନଭେମ୍ବର ୨୮ରେ ଫିଟିବ ୫ ରାଶିଙ୍କ ଭାଗ୍ୟ, କର୍ମକ୍ଷେତ୍ରରୁ ମିଳିବ ଶୁଭଫଳ
ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୦୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୫୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୫୦ ଓ ୧୬୦ ଟଙ୍କା ହ୍ରାସ ପାଇଛି।
ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦,୯୩୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୭,୩୫୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ୧୨୦ ଓ ୧୬୦ ଟଙ୍କା ଖସିଛି।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦,୯୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୩୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୫୦ ଓ ୧୬୦ ଟଙ୍କା କମିଛି।
ଅନ୍ୟପଟେ, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦,୯୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୩୫୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ଦାମ୍ ୫୮,୦୧୦ ଟଙ୍କା ରହିଛି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ କ୍ୟାରେଟ୍ ରେ ୧୫୦, ୨୪ କ୍ୟାରେଟ୍ ରେ ୧୬୦ ଓ ୧୮ କ୍ୟାରେଟ୍ ରେ ୧୨୦ ଟଙ୍କା ହ୍ରାସ ପାଇଛି।
ट्रेन्डिंग फोटोज़