ଚକୋଲେଟ୍ ଦୁନିଆର ସବୁଠାରୁ ଲୋକପ୍ରିୟ ଖାଦ୍ୟ ମଧ୍ୟରୁ ଅନ୍ୟତମ ।ଅନେକ ଦେଶରେ ଏହା ମିଠା ପାଇଁ ଏକ ବିକଳ୍ପ ପାଲଟିଛି । ଅଧିକନ୍ତୁରେ, କିଛି ଦେଶର ଲୋକମାନେ ମିଠାକୁ ଚକୋଲେଟର ବିକଳ୍ପ ଭାବରେ ବିବେଚନା କରନ୍ତି । ଚକୋଲେଟ୍ ଏକ ବିରାଟ ବ୍ୟବସାୟ । ଚକୋଲେଟ୍ ଏବେ ହଜାର ହଜାର କୋଟିଟଙ୍କାର ଶ
Trending Photos
Alarming levels of lead and cadmium in chocolates:
ଚକୋଲେଟ୍ ଦୁନିଆର ସବୁଠାରୁ ଲୋକପ୍ରିୟ ଖାଦ୍ୟ ମଧ୍ୟରୁ ଅନ୍ୟତମ ।ଅନେକ ଦେଶରେ ଏହା ମିଠା ପାଇଁ ଏକ ବିକଳ୍ପ ପାଲଟିଛି । ଅଧିକନ୍ତୁରେ, କିଛି ଦେଶର ଲୋକମାନେ ମିଠାକୁ ଚକୋଲେଟର ବିକଳ୍ପ ଭାବରେ ବିବେଚନା କରନ୍ତି । ଚକୋଲେଟ୍ ଏକ ବିରାଟ ବ୍ୟବସାୟ । ଚକୋଲେଟ୍ ଏବେ ହଜାର ହଜାର କୋଟିଟଙ୍କାର ଶିଳ୍ପ । କିନ୍ତୁ ନିକଟରେ ଚକୋଲେଟ୍ ଉପରେ ହୋଇଥିବା ଏକ ଅଧ୍ୟୟନର ଫଳାଫଳ ବିଶ୍ୱର ଲୋକଙ୍କୁ ଚିନ୍ତାରେ ପକାଇଛି । ଅଧ୍ୟୟନରେ ଚାରି ଡଜନ ଚକୋଲେଟରେ କ୍ଷତିକାରକ ସୀସା ଏବଂ କ୍ୟାଡମିୟମର ସ୍ତର ଯାଞ୍ଚ କରାଯାଇଥିଲା ଏବଂ ଏକ ତୃତୀୟାଂଶ ଚକୋଲେଟରେ ଏହି ଧାତୁର ମାତ୍ରା ବିପଜ୍ଜନକ ସ୍ତରରେ ରହିଛି।
ଏକ ଅଣ-ଲାଭକାରୀ ଉପଭୋକ୍ତା ସୁରକ୍ଷା ମଂଚ କଞ୍ଜ୍ୟୁମର୍ ରିପୋର୍ଟ୍ସ ଦ୍ୱାରା କରାଯାଇଥିବା ଅଧ୍ୟୟନରେ ପରୀକ୍ଷିତ ଚକୋଲେଟ୍ ଉତ୍ପାଦଗୁଡିକର ଏକ ତୃତୀୟାଂଶରେ ସୀସା ଏବଂ କ୍ୟାଡମିୟମର ବିପଜ୍ଜନକ ସ୍ତର ମିଳିଛି। କେବଳ ଏତିକି ନୁହେଁ ଆମେରିକାର ବୃହତ୍ତମ ଚକୋଲେଟ୍ ଉତ୍ପାଦନକାରୀ କମ୍ପାନୀକୁ ମଧ୍ୟ ଏହି ଭାରୀ ଧାତୁର ପରିମାଣ ହ୍ରାସ କରିବାକୁ କୁହାଯାଇଛି।
ଏହି ଅଧ୍ୟୟନରେ ସାତୋଟି ବର୍ଗରେ ୪୮ ଟି ଚକୋଲେଟ୍ ଉତ୍ପାଦ ପରୀକ୍ଷା କରାଯାଇଥିଲା, ଯେଉଁଥିରେ ଡାର୍କ ଚକୋଲେଟ୍ ବାର୍, କୋକୋ ପାଉଡର୍, ଚକୋଲେଟ୍ ଚିପ୍ସ ଏବଂ ମିକ୍ସ, ବ୍ରାଉନି ଏବଂ ଚକୋଲେଟ୍ କେକ୍ ସାମିଲ ଥିଲା । ଏଥିମଧ୍ୟରୁ ୧୬ ଟି ଉତ୍ପାଦରେ ସୀସା, କ୍ୟାଡମିୟମ୍ କିମ୍ବା ଉଭୟର ଅତ୍ୟଧିକ ବିପଜ୍ଜନକ ସ୍ତର ଥିବା ଦେଖିବାକୁ ମିଳିଥିଲା ।
ଅଧିକ ଧାତୁ ଥିବା ଉତ୍ପାଦଗୁଡ଼ିକରେ ରହିଛି ଡାର୍କ ଚକୋଲେଟ୍ ବାର୍ ଏବଂ ହଟ୍ ଚକୋଲେଟ୍ ମିକ୍ସ, କୋକା ପାଉଡର୍, । ଟାର୍ଗେଟର ସେମି-ମିଠା ଚକୋଲେଟ୍ ଏବଂ ହଟ୍ ଚକୋଲେଟ୍ ମିକ୍ସ । କେବଳ ମିଲ୍କ ଚକୋଲେଟ୍ ବାର ଏକମାତ୍ର ଚକୋଲେଟ୍ ଉତ୍ପାଦ ଯେଉଁଥିରେ ଅତ୍ୟଧିକ ଧାତୁର ମାତ୍ରା ମିଳିନାହିଁ ।
ସୀସା ଏବଂ କ୍ୟାଡମିୟମର ଦୀର୍ଘକାଳୀନ ଏକ୍ସପୋଜର ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ । ଏହା ସ୍ନାୟୁ ପ୍ରଣାଳୀ ସମ୍ବନ୍ଧୀୟ ଅନେକ ସମସ୍ୟା, ପ୍ରତିରକ୍ଷା ପ୍ରଣାଳୀକୁ ଦୁର୍ବଳ କରିଦେବା ସହିତ କିଡନୀର ମଧ୍ଯ କ୍ଷତି କରିପାରେ । ଗର୍ଭବତୀ ମହିଳା ଏବଂ ଶିଶୁମାନଙ୍କ ପ୍ରତି ଏହା ଅଧିକ ବିପଦଜ୍ଜନକ । ଏହା ସତ୍ତ୍ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ କହିଛି ଯେ ଆନ୍ତର୍ଜାତୀୟ ସ୍ତରରେ ଚକୋଲେଟରେ ଏହି ଦୁଇ ଧାତୁ କମ ପରିମାଣରେ ବ୍ୟବହୃତ ହୋଇଛି ।
ଏହି ଅଧ୍ୟୟନ ଗତ ବର୍ଷ ଡିସେମ୍ବରରେ କରାଯାଇଥିବା ଅଧ୍ୟୟନ ପରେ ଆସିଥିଲା । ଯେଉଁଥିରେ ପରୀକ୍ଷିତ ୨୮ ଟି ଉତ୍ପାଦ ମଧ୍ୟରୁ ୨୩ ଟିରେ ଅତ୍ଯଧିକ ମାତ୍ରାରେ ସୀସା କିମ୍ବା କ୍ୟାଡମିୟମ ଧାତୁ ଥିବା ଦେଖିବାକୁ ମିଳିଥିଲା। ଚକଲେଟ୍ କମ୍ପାନୀକୁ ତା’ଦ୍ୱାରା ପ୍ରସ୍ତୁତ ଚକୋଲେଟକୁ ସୁରକ୍ଷିତ ସ୍ତରକୁ ଆଣିବାକୁ ଅନୁରୋଧ କରାଯାଇଛି ।
ଖୋଦ କମ୍ପାନୀର ମୁଖ୍ୟ ଆର୍ଥିକ ଅଧିକାରୀ ନିଜେ କହିଛନ୍ତି ଯେ କମ୍ପାନୀ ଏହାର ଉତ୍ପାଦରେ ସୀସା ଏବଂ କ୍ୟାଡମିୟମ୍ ହ୍ରାସ କରିବାକୁ ଚେଷ୍ଟା କରୁଛି। ସେ କହିଛନ୍ତି ଯେ ଏହି ଉତ୍ପାଦଗୁଡିକ ମାଟିରେ ପ୍ରାକୃତିକ ଭାବରେ ମିଳିଥାଏ କିନ୍ତୁ ସେଗୁଡିକୁ ତାଙ୍କ କମ୍ପାନୀ ନିଜ ଚକୋଲେଚରୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ଚାହୁଁଛି । ଅନ୍ୟପକ୍ଷରେ ନ୍ୟାସନାଲ କନଫେରେନ୍ସର୍ସ ଆସୋସିଏସନ ପକ୍ଷରୁ ଆଶ୍ୱାସନା ଯେ ଚକୋଲେଟ୍ ଏବଂ କୋକୋ ଖାଇବା ସୁରକ୍ଷିତ ।