ହମାସଠୁ କେମିତି ଅଲଗା ଇସଲାମିକ୍ ଜିହାଦ ଗ୍ରୁପ୍ ?
Advertisement
Article Detail0/zeeodisha/odisha1922759

ହମାସଠୁ କେମିତି ଅଲଗା ଇସଲାମିକ୍ ଜିହାଦ ଗ୍ରୁପ୍ ?

ଗାଜାର ଏକ ହସ୍ପିଟାଲ ଉପରେ ରକେଟ୍ ଆକ୍ରମଣ ପରେ ବିଶ୍ୱର ସବୁ ମୁସଲିମ୍ ରାଷ୍ଟ୍ର ଇସ୍ରାଏଲ ବିରୋଧରେ ଏକାଠି ହୋଇଛନ୍ତି । ହସ୍ପିଟାଲ ଉପରେ ଆକ୍ରମଣରେ ୫ଶହରୁ ଅଧିକ ମରିଥିବା କୁହାଯାଉଛି । କିନ୍ତୁ ଇସ୍ରାଏଲ ଏହି ଅଭିଯୋଗକୁ ସିଧାସଳଖ ପ୍ରତ୍ୟାଖାନ କରିବା ସହିତ ଏଥିପାଇଁ ପାଲେଷ୍ଟାଇନ୍ ଇସଲାମିକ୍ ଜିହାଦ ଗ୍ରୁପକୁ ଦାୟୀ କରିଛି । ଇସ୍ରାଏଲ ନିଜ ଦାବି ସମର୍ଥନରେ ଗୋଟିଏ

SOCIAL MEDIA

ଗାଜାର ଏକ ହସ୍ପିଟାଲ ଉପରେ ରକେଟ୍ ଆକ୍ରମଣ ପରେ ବିଶ୍ୱର ସବୁ ମୁସଲିମ୍ ରାଷ୍ଟ୍ର ଇସ୍ରାଏଲ ବିରୋଧରେ ଏକାଠି ହୋଇଛନ୍ତି । ହସ୍ପିଟାଲ ଉପରେ ଆକ୍ରମଣରେ ୫ଶହରୁ ଅଧିକ ମରିଥିବା କୁହାଯାଉଛି । କିନ୍ତୁ ଇସ୍ରାଏଲ ଏହି ଅଭିଯୋଗକୁ ସିଧାସଳଖ ପ୍ରତ୍ୟାଖାନ କରିବା ସହିତ ଏଥିପାଇଁ ପାଲେଷ୍ଟାଇନ୍ ଇସଲାମିକ୍ ଜିହାଦ ଗ୍ରୁପକୁ ଦାୟୀ କରିଛି । ଇସ୍ରାଏଲ ନିଜ ଦାବି ସମର୍ଥନରେ ଗୋଟିଏ ପରେ ଗୋଟିଏ ପ୍ରମାଣ ଦେବାରେ ଲାଗିଛି । ଇସଲାମିକ୍ ଡିଫେନ୍ସ ଫୋର୍ସ ତରଫରୁ ଓପନସୋର୍ସରୁ ମିଳିଥିବା ଭିଡିଓ,ଦୁଇଜଣ ହମାସ ଆତଙ୍କବାଦୀଙ୍କ କଥାବାର୍ତ୍ତାର ଅଡିଓ ମଧ୍ଯ ସେୟାର କରିଛି । ଆମେରିକା ମଧ୍ଯ ଇସ୍ରାଏଲର ଦାବିକୁ ସମର୍ଥନ କରୁଛି । ଇସ୍ରାଏଲ ସେୟାର କରିଥିବା ଅଡିଓରେ ଦୁଇଜଣ ହମାସ ଆତଙ୍କବାଦୀ ନିଜ ଭିତରେ କଥା ହେଉଛନ୍ତି ଯେ, ହସ୍ପିଟାଲ ଉପରେ ଆମ ପଟୁ ଆସିଥିବା ମିଶାଇଲ ମିସ୍ ଫାୟାର ହୋଇ ପଡିଛି । ତେବେ ଏଇଠି ପ୍ରଶ୍ନ ଉଠୁଛି ଯେ, ଇସ୍ରାଏଲ ଯେଉଁ ଇସଲାମିକ୍ ଜିହାଦ କଥା କହୁଛି ସେ କିଏ ? ଏହାର ନେତୃତ୍ୱ କିଏ କରୁଛି ? ଆଉ କେଉଁଠାରୁ ଏହା ଅପରେଟ୍ କରୁଛି ? ସବୁଠାରୁ ବଡ଼ କଥା ହେଲା ହମାସ ଠାରୁ ଏହା କେମିତି ଅଲଗା ? ଆସନ୍ତୁ ଜାଣିବା ସବୁ ପ୍ରଶ୍ନର ଉତ୍ତର..

PIJକେବେ ଓ କେମିତି ଆରମ୍ଭ ହୋଇଥିଲା ?

PIJ ବା ପାଲେଷ୍ଟାଇନ ଇସଲାମିକ ଜିହାଦକୁ ଆମେରିକା ଦ୍ୱାରା ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରାଯାଇଛି । ଏହା ହାମାସର ସହଯୋଗୀ ଏବଂ ଇସ୍ରାଏଲର ଅସ୍ତିତ୍ୱକୁ ସ୍ୱୀକାର କରେନାହିଁ । ଏହି ସଂଗଠନ ଇସ୍ରାଏଲକୁ ଶତ୍ରୁ ଭାବରେ ବିବେଚନା କରେ। PIJ ର ପ୍ରତିଷ୍ଠାତାମାନେ ହେଉଛନ୍ତି  ଫାତି ଶାକାକି ଏବଂ ଅବଦ ଅଲ-ଅଜିଜ ଆୱଦା । ଉଭୟ ମିଶରରେ ଶିକ୍ଷା ଲାଭ କରିଥିଲେ । ସେମାନେ ମିଶରରେ ରହିବା କାଳରେ ମୁସଲିମ ବ୍ରଦରହୁଡ୍  ସହିତ ଜଡିତ ଥିଲେ । ୧୯୭୦ ଦଶକରେ ସେମାନେ ବ୍ରଦରହୁଡକୁ ନେଇ ନିରାଶ ହୋଇଥିଲେ । ସେମାନେ ଅନୁଭବ କରିଥିଲେ ଯେ ପାଲେଷ୍ଟାଇନ ପ୍ରସଙ୍ଗରେ ମୁସଲିମ୍ ବ୍ରଦରହୁଡ୍ ସେତେଟା ଗମ୍ଭୀର ନୁହେଁ । ତେଣୁ ଉଭୟ ମୁସଲିମ୍ ବ୍ରଦରହୁଡରୁ ଅଲଗା ହୋଇ ପାଲେଷ୍ଟାଇନ୍ ଇସଲାମିକ୍ ଜିହାଦର ଆରମ୍ଭ କରିଥିଲେ । ପିଆଇଜେ ଗଠନର ଅଳ୍ପ ସମୟ ପରେ, 1981 ମସିହାରେ ରାଷ୍ଟ୍ରପତି ଅନୱାର ସାଦତଙ୍କ ହତ୍ୟା ପରେ ମିଶର ସରକାର PIJ ର କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇଲେ।

୧୯୮୭ ମସିହାରେ ଗୋଟିଏ ଆକ୍ରମଣ ପରେ ନଜରକୁ ଆସିଥିଲା ପିଆଇଜେ

ଅଗଷ୍ଟ 1987 ରେ ଗାଜାରେ ଇସ୍ରାଏଲର ଜଣେ ବରିଷ୍ଠ ସାମରିକ ଅଧିକାରୀଙ୍କୁ ହତ୍ୟା କରି ଚର୍ଚ୍ଚାକୁ ଆସିଥିଲା । ଏହାପରଠାରୁ ଏହି ସଂଗଠନ ଲଗାତର ଭାବେ ତା’ର  କାର୍ଯ୍ୟକଳାପ ଜାରି ରଖିଛି । PIJ ଏଭଳି ଏକ ସଂଗଠନ ଭାବରେ ଜଣାଶୁଣା ଯାହା ଇସ୍ରାଏଲ ଉପରେ ଆକ୍ରମଣକୁ ପ୍ରାଧାନ୍ୟ ଦେଇଥାଏ । ସେମାନେ ସାମାଜିକ ଏବଂ ରାଜନୈତିକ ଭୂମିକା ବଦଳରେ ସାମରିକ ଗତିବିଧିରେ ଅଧିକ ସକ୍ରୀୟ ଅଛନ୍ତି । ମିଶର ପରେ ଲେବାନନ୍ ମଧ୍ୟ ଏହି ଦଳକୁ ନିଜ ଦେଶରେ ପ୍ରତିବନ୍ଧିତ କରିଥିଲା ।  ଏହାପରେ ପିଆଇଜେ ସିରିଆର ଦାମିସ୍କରେ ନିଜର ମୁଖ୍ୟାଳୟ ପ୍ରତିଷ୍ଠା କରିଥିଲା । ସେବେଠାରୁ ଦାମିସ୍କରୁ ଏହି ସଂଗଠନ ତା’ର ଗତିବିଧି ଚଲାଇ ଆସୁଛି ।

କେମିତି ହମାସଠାରୁ ଅଲଗା PIJ

ହାମାସ ଠାରୁ PIJ ଅନେକ କ୍ଷେତ୍ରରେ ଭିନ୍ନ ଅଟେ । ହମାସ୍ ସାମରିକ ଗତିବିଧି ସହିତ ରାଜନୈତିକ ଗତିବିଧିରେ ସକ୍ରୀୟ ଅଛି ।  ଅନ୍ୟପକ୍ଷରେ, ଇସଲାମିକ ଜିହାଦ ଗାଜାରେ କୌଣସି ସାମାଜିକ କାର୍ଯ୍ୟ କରେ ନାହିଁ କିମ୍ବା ରାଜନୀତିରେ ଏହାର ରୂଚି ନାହିଁ ।  ଉଭୟ ଗୋଷ୍ଠୀ ମଧ୍ୟରେ ଏକମାତ୍ର  ସମାନତା ହେଉଛି ଯେ, ଉଭୟ ଇସ୍ରାଏଲକୁ ବିରୋଧ କରନ୍ତି। ଉଭୟ ହମାସ ଓ ଇସଲାମିକ୍ ଜିହାଦକୁ ଇରାନର ସମର୍ଥନ ରହିଛି । ଇରାନ ଉଭଯ ଗୋଷ୍ଠୀକୁ ଆର୍ଥିକ ସାହାଯ୍ୟ ଦେଉଛି । ଆମେରିକୀୟ ବୈଦେଶିକ ବିଭାଗ ଅନୁସାରେ ସିରିଆ ମଧ୍ଯ ଏହି ସଂଗଠନକୁ ସକ୍ରୀୟ ସହାୟତା ଦେଉଛି । ସୂଚନାଯୋଗ୍ୟ ଯେ, ସିରିଆର ଦମିସ୍କରେ ଇସଲାମିକ୍ ଜିହାଦର ମୁଖ୍ଯାଳୟ ରହିଛି ।