)
Commissionerate Police : ଭୁବନେଶ୍ବର କମିଶନରେଟଙ୍କ ବଡ଼ ପ୍ରୟାସ। ଆଜି (ଶନିବାର)ସଂପର୍ତ୍ତି ଫେରସ୍ତ ମେଳା କରି କମିଶନରେଟ ପୋଲିସ ଲୁଟ ସାମଗ୍ରୀ ଲୋକମାନଙ୍କୁ ଫେରାଇଛନ୍ତି।
ଭୁବନେଶ୍ବରରେ ସୁନା ଚେନ୍ ଝାମ୍ପି ନେଇଥିବା ଲୁଟରାଙ୍କୁ ଗିରଫ କରିଲା ପୋଲିସ।ଗିରଫ ପରେ ଲୁଟରାଙ୍କଠୁ ଜବତ ହୋଇଥିବା ଚୋରି ସାମଗ୍ରୀ ଲୋକମାନଙ୍କୁ ଫେରା ଯାଇଛି।ଜବତ ହୋଇଥିବା ୩୦ ଟି ସୁନା ଚେନ, ୧୪୩ ଟି ମୋବାଇଲ, ଗୋଟିଏ ଟ୍ରକ୍, ୨ଟି ବାଇକ୍, ଗୋଟିଏ ସ୍କୁଟି ଓ ଲାପଟପ୍ ଲୋକଙ୍କୁ ଫେରାଇଲା ପୋଲିସ୍।
କମିଶନରେଟ ପୋଲିସ କହିଛି ଯେ,op opdcl ଏବଂ ସ୍ପେଶାଲ ସ୍କ୍ୱାର୍ଡଙ୍କ ମିଳିତ ସହଯୋଗରେ ଲୁଟେରା ଧରା ପଡ଼ିଛି।ଏବଂ ସମସ୍ତେ ନିଜ ନିଜର ହଜିଥିବା ଜିନିଷ ପାଇ ପାରିଛନ୍ତି ଯାହାକି ଆମ ପୋଲିସ ଡିପାର୍ଟମେଣ୍ଟ ପାଇଁ ଗୌରବର ବିଷୟ।