Pakistan Hindu Party: ହିନ୍ଦୁଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପାକିସ୍ତାନ ଠାରେ କୌଣସି ରାଜନୈତିକ ଦଳ ଗଠନ କରାଯାଇନାହିଁ। ଯାହାର ଫଳ ସ୍ୱରୂପ କୌଣସି ହିନ୍ଦୁବାଦୀ ଦଳ ପାକିସ୍ତାନ ରାଜନୀତିରେ ପ୍ରଭାବଶାଳୀ ହୋଇପାରିଲା ନାହିଁ।
Trending Photos
hindu in pakistan politics: କେବେ ପାକିସ୍ତାନ ରାଜନୀତି ହିନ୍ଦୁଙ୍କ ସ୍ଥିତି ମଜବୁତ କରିବା ପାଇଁ ଏକଦା ରାଷ୍ଟ୍ରୀୟ ହିନ୍ଦୁ ପାର୍ଟି ଗଠନ କରାଯାଇଥିଲା। ଯାହାର ଗଠନ ଜଣେ ଶକ୍ତିଶାଳୀ ପାକିସ୍ତାନ ହିନ୍ଦୁ ନେତା କରିଥିଲେ। ଯିଏ ସେଠାକାର ଏକ ଗଡ଼ଜାତ ରାଜ୍ୟର ରାଜା ଥିଲେ। ହେଲେ ଏହି ଦଳ ଯେତେ ଆଗ୍ରହର ସହ ଗଠିତ ହୋଇଥିଲା ହେଲେ ରାଜନୀତିରେ ସେତେ ଅଧିକ ପ୍ରଭାବଶାଳୀ ହୋଇପାରିଲା ନାହିଁ।
ଗତ ୧୯୯୦ ମସିହାରେ ପାକିସ୍ତାନ ଉମରକୋଟ ଅଞ୍ଚଳର (Umarkot District Pakistan) ହିନ୍ଦୁ ରାଜା ରାଣା ଚନ୍ଦ୍ର ସିଂହଙ୍କ (Pakistan Hindu King Rana Chandra Singh) ଦ୍ୱାରା ପାକିସ୍ତାନ ହିନ୍ଦୁ ପାର୍ଟି (Pakistan Hindu Party) ନାମରେ ଏକ ଦଳ ଗଠନ କରାଯାଇଥିଲା। ଏହି ଦଳ ହିନ୍ଦୁଙ୍କ ସ୍ୱର ହେବ ବୋଲି ବିଶ୍ୱାସ କରାଯାଉଥିଲା। ହେଲେ ଏପରି କିଛି ହୋଇପାରିଲା ନାହିଁ। ଏହି ଦଳ ପାକିସ୍ତାନ ନିର୍ବାଚନ ଆୟୋଗ (Pakistan Election Commission) ନିକଟରେ ପଞ୍ଜୀକୃତ ହୋଇନାହିଁ। ହେଲେ ତଥାପି ଦସ୍ତାବିଜରେ ବିଦ୍ୟମାନ ରହିଛି। ବର୍ତ୍ତମାନ ରାଣା ଚନ୍ଦ୍ର ସିଂହଙ୍କ ପରିବାର ହାତରେ ଦଳର ନେତୃତ୍ୱ ରହିଛି।
କିଏ ଥିଲେ ରାଣା ଚନ୍ଦ୍ର ସିଂହ?
ପାକିସ୍ତାନ ଗଠନ ସମୟରେ ରାଣା ଚନ୍ଦ୍ର ସିଂହଙ୍କ ରାଜ୍ୟ ଅମରକୋଟ ବର୍ତ୍ତମାନର ଉମରକୋଟ ସବୁଠାରୁ ଶକ୍ତିଶାଳୀ ତଥା ବୃହତ୍ତମ ଥିଲା। ସେ ଏହାର ଶାସକ ଥିଲେ। ଏହି ରାଜ୍ୟ ପ୍ରାୟ ୨୨ ହଜାର କିମି ମଧ୍ୟରେ ବ୍ୟାପିଥିଲା।| ପାକିସ୍ତାନ ଗଠନ ସମୟରେ ସେ ଶାସକ ଦଳ ସହ ହାତ ମିଳାଇଥିଲେ। ପରେ ରାଣା ଚନ୍ଦ୍ର ସିଂହ ଯେଉଁମାନେ ପାକିସ୍ତାନ ପିପୁଲ୍ସ ପାର୍ଟି (Pakistan Peoples Party) ଗଠନ କରିଥିଲେ ସେମାନଙ୍କ ସହ ଯୋଗ ଦେଇଥିଲେ। ଉମରକୋଟ ରାଜା ପାକିସ୍ତାନ ଜାତୀୟ ସଭାକୁ (Pakistan National Assemblyu) ୭ ଥର ନିର୍ବାଚିତ ହୋଇଥିଲେ। ଏପରିକି ସେ ୨ ଥର ପାକିସ୍ତାନ ସରକାରରେ (Pakistan Govt) ମନ୍ତ୍ରୀ ମଧ୍ୟ ଥିଲେ। ଏହା ପାକିସ୍ତାନ ସଂଖ୍ୟାଲଘୁ କମିଟି (Pakistan National Commission for Minorities) ସଭାପତି ମଧ୍ୟ ଥିଲେ। ତାଙ୍କୁ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲି ଭୁଟ୍ଟୋଙ୍କ (Zulfikar Ali Bhutto) ଘନିଷ୍ଠ ବନ୍ଧୁ ଭାବରେ ମଧ୍ୟ ବିବେଚନା କରାଯାଉଥିଲା। ଗତ ୨୦୦୩ ବର୍ଷରେ ତାଙ୍କର ଦେହାନ୍ତ ହୋଇଥିଲା।
କାହିଁକି ଗଠନ କରିଥିଲେ ପାର୍ଟି? କ'ଣ ଥିଲା ଦଳର ସମ୍ବିଧାନ ଏବଂ ପତାକା?
ଏକ ସମୟରେ ଅମରକୋଟ ରାଜା ଅନୁଭବ କରିଥିଲେ ଯେ ପାକିସ୍ତାନ ଠାରେ ବହୁ ସଂଖ୍ୟକ ହିନ୍ଦୁ (Hindu in Pakistan) ଅଛନ୍ତି। ସଠିକ୍ ଭାବରେ ସ୍ୱର ଉତ୍ତୋଳନ କରିବାକୁ କୌଣସି ଦଳ ନାହିଁ। ରାଜା ରାଣା ଚନ୍ଦ୍ର ସିଂହଙ୍କ ପାଖରେ ଧନ କିମ୍ବା ଲୋକସମ୍ପର୍କ କମ ନଥିଲା। ୧୯୯୦ ମସିହାରେ ରାଜା ପାକିସ୍ତାନ ହିନ୍ଦୁ ପାର୍ଟି ଗଠନ କରିଥିଲେ। ଏହି ଦଳର ଏକମାତ୍ର ସ୍ଲୋଗାନ ଥିଲା ହିନ୍ଦୁଙ୍କ ସାମୂହିକ ଶକ୍ତି। ଏହି ଦଳ ପ୍ରାଚୀନ ହିନ୍ଦୁ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିଥିଲା। ଏହାର ପତାକା ଗୈରିକ ରଙ୍ଗର (Hindu Saffron Flag) ଥିଲା। ଓମ୍ ଏବଂ ତ୍ରିଶୂଳ (Om and Trishul) ସେମାନଙ୍କ ପତାକା ଉପରେ ପ୍ରତୀକ ଭାବରେ ରହିଥିଲ।
କାହିଁକି ପାକିସ୍ତାନ ରାଜନୀତିରେ ପ୍ରଭାବଶାଳୀ ହୋଇପାରିଲା ନାହିଁ ହିନ୍ଦୁ ପାର୍ଟି?
ଅମରକୋଟ ରାଜା ରାଣା ଚନ୍ଦ୍ର ସିଂହ ପାକିସ୍ତାନ ହିନ୍ଦୁ ପାର୍ଟି ଗଠନ କରିଥିଲେ। ହେଲେ ଏହି ଦଳର ନେତୃତ୍ୱ ଉଚ୍ଚ ଜାତିର ହିନ୍ଦୁଙ୍କ ହାତରେ ରହିଥିଲା। ପାକିସ୍ତାନ ଠାରେ ବସବାସ କରୁଥିବା ନିମ୍ନ ଜାତିର ହିନ୍ଦୁଙ୍କ କୌଣସି ପ୍ରତିନିଧିତ୍ୱ ନଥିଲା। ଏଭଳି ପରିସ୍ଥିତିରେ ଏହି ଦଳ ଏହାର ଜନାଧାର ନିର୍ମାଣ କରିବାରେ ବିଫଳ ହୋଇଥିଲା। ଏହି ଦଳର ନେତାଙ୍କୁ ଯେଉଁଭଳି ଭାବରେ ତୃଣମୂଳ ସ୍ତରରେ ହିନ୍ଦୁଙ୍କୁ ନେବାକୁ ପଡ଼ିଲା ତାହା ହୋଇପାରିଲା ନାହିଁ। ଅନ୍ୟପକ୍ଷରେ ପାକିସ୍ତାନ ପିପୁଲ୍ସ ପାର୍ଟି ଦ୍ୱାରା ପ୍ରାଦେଶିକ ବିଧାନସଭା ତଥା ଜାତୀୟ ସଭାରେ ସଂରକ୍ଷିତ ଆସନକୁ ପଠାଯାଇଥିବା ସଂଖ୍ୟାଲଘୁ ହିନ୍ଦୁ ମଧ୍ୟ ନିମ୍ନ ଜାତିର ଥିଲେ। ଅବଶ୍ୟ ପିପିପି ହୁଏତ ହିନ୍ଦୁଙ୍କ ପାଇଁ ଅଧିକ କିଛି କରି ନଥିଲା ବରଂ ଦଳ ସହ ଯୋଡି ନେଇଥିଲା।
ନିର୍ବାଚନରେ କିପରି ରହିଥିଲା ହିନ୍ଦୁ ପାର୍ଟି ପ୍ରଦର୍ଶନ?
ଜିଲ୍ଲା ଏବଂ ପ୍ରାଦେଶିକ ସ୍ତରରେ ହେଉଥିବା ନିର୍ବାଚନ ପାକିସ୍ତାନ ହିନ୍ଦୁ ପାର୍ଟି ସଫଳ ହେବ ବୋଲି ଆଶା କରାଯାଉଥିଲା। ହେଲେ ତାହା ହୋଇ ନଥିଲା। ଯାହାର ଫଳସ୍ୱରୂପ ଏହି ଦଳ କିଛି ବର୍ଷ ମଧ୍ୟରେ ଦୌଡ଼ରୁ ଦୂରେଇ ଯାଇଥିଲେ। ଯାହାର ଫଳାଫଳ ହେଲା ଏହାକୁ ଗଠନ କରିଥିବା ରାଣା ଚନ୍ଦ୍ର ସିଂହ ପିପିପି ହାତ ଧରିଥିଲେ। ସେବେଠାରୁ ହିନ୍ଦୁ ପାକିସ୍ତାନ ଠାରେ କୌଣସି ରାଜନୈତିକ ଦଳ ଗଠନ କରିବାକୁ ଚେଷ୍ଟା କଲେ ନାହିଁ।
ପାକିସ୍ତାନ ରାଜମନୀତିରେ କାହିଁକି ତିଷ୍ଠି ପାରିଲା ନାହିଁ ହିନ୍ଦୁ ରାଜନୈତିକ ଦଳ?
ପାକିସ୍ତାନ ଭଳି ଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ବିରୋଧରେ ହେଉଥିବା ହିଂସା, ଅତ୍ୟାଚାର, ମାନବାଧିକାର ଉଲଂଘନ ବାବଦରେ ଦେଶର ହିନ୍ଦୁ ରାଜନେତାଙ୍କ ନୀରବତା ଆଶ୍ଚର୍ଯ୍ୟଜନକ। ଯେଉଁ ରାଜନେତା ଜାତୀୟ ସଂସଦ, ସିନେଟ ଏବଂ ପ୍ରାଦେଶିକ ବିଧାନସଭାକୁ ପ୍ରତିନିଧିତ୍ୱ କରୁଥିଲେ। ସେମାନେ କଦାପି ହିନ୍ଦୁଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ରାଜନୈତିକ ଦଳ ଗଠନ କରିବାକୁ ଚେଷ୍ଟା କରିନାହାଁନ୍ତି। ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଯଦି ପାକିସ୍ତାନ ରାଜନୀତିରେ ଏପରି କିଛି ହୋଇଥାନ୍ତା ତାହେଲେ ଏହା ହିନ୍ଦୁଙ୍କର ବିକାଶ ଉପରେ ସକାରାତ୍ମକ ପ୍ରଭାବ ପକାଇଥାନ୍ତା।