Ayodhya Ram Mandir:ଅଯୋଧ୍ୟାରେ ଦୈନିକ କେତେ ଭକ୍ତ କରିବେ ଦର୍ଶନ ? ଜାଣନ୍ତୁ ଦେଶର ବାକି ମନ୍ଦିରର ହାଲ
Advertisement
Article Detail0/zeeodisha/odisha2036334

Ayodhya Ram Mandir:ଅଯୋଧ୍ୟାରେ ଦୈନିକ କେତେ ଭକ୍ତ କରିବେ ଦର୍ଶନ ? ଜାଣନ୍ତୁ ଦେଶର ବାକି ମନ୍ଦିରର ହାଲ

ଅଯୋଧ୍ୟାରେ ରାମମନ୍ଦୀରରେ  ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଜାନୁଆରୀ 22 ତାରିଖ ସ୍ଥିର କରାଯାଇଛି । ଯେଉଁଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ସାରିଲାଣି । ସମ୍ପୂର୍ଣ୍ଣ ଅଯୋଧ୍ୟ ଏଥିପାଇଁ ସଜେଇ ହେଉଛି । ଦୀର୍ଘ ୫୯୨ ବର୍ଷର ବନବାସ ପରେ ହିନ୍ଦୁଙ୍କ ଆରାଧ୍ଯ ଶ୍ରୀରାମ ନିଜ ଜନ୍ମଭୂମିକୁ ଫେରୁଛନ୍ତି । ଯାହା ହିନ୍ଦୁଙ୍କ ପାଇଁ

SOCIAL MEDIA

Ayodhya Ram Mandir: ଅଯୋଧ୍ୟାରେ ରାମମନ୍ଦୀରରେ  ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଜାନୁଆରୀ 22 ତାରିଖ ସ୍ଥିର କରାଯାଇଛି । ଯେଉଁଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ସାରିଲାଣି । ସମ୍ପୂର୍ଣ୍ଣ ଅଯୋଧ୍ୟ ଏଥିପାଇଁ ସଜେଇ ହେଉଛି । ଦୀର୍ଘ ୫୯୨ ବର୍ଷର ବନବାସ ପରେ ହିନ୍ଦୁଙ୍କ ଆରାଧ୍ଯ ଶ୍ରୀରାମ ନିଜ ଜନ୍ମଭୂମିକୁ ଫେରୁଛନ୍ତି । ଯାହା ହିନ୍ଦୁଙ୍କ ପାଇଁ ଗୋଟିଏ ଐତିହାସିକ କ୍ଷଣ । ମନ୍ଦିରର ପ୍ରାଣପ୍ରତିଷ୍ଠାରେ ଯୋଗ ଦେବା ପାଇଁ ହଜାର ହଜାର ଭକ୍ତ ଆସିବେ । ମନ୍ଦିର ପ୍ରତିଷ୍ଠା ସହିତ  ଅଯୋଧ୍ୟାର ରାମମନ୍ଦିର ହିନ୍ଦୁ ତିର୍ଥସ୍ଥଳୀ ମଧ୍ଯରେ ଆଉ ଏକ ପରିଚିତ ନାମ ହେବାକୁ ଯାଉଛି । ପ୍ରଭୁ ଶ୍ରୀରାମଙ୍କ ପ୍ରତି ଆସ୍ଥା ରଖୁଥିବା କୋଟି କୋଟି ହିନ୍ଦୁ ଏହି ମନ୍ଦିରକୁ ଦର୍ଶନ ପାଇଁ ଆସିବେ ଏଥିରେ ସନ୍ଦେହ ନାହିଁ । ଗଣମାଧ୍ଯମ ରିପୋର୍ଟ ଅନୁସାରେ ଅଯୋଧ୍ୟାକୁ ମନ୍ଦିର ପ୍ରତିଷ୍ଠା ପରେ ଦୈନିକ ୭୫ ହଜାରରୁ ଅଧିକ ଭକ୍ତ ଆସିବେ । ଏମତିରେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଯେ,ଭାରତର ଅନ୍ୟ ତିର୍ଥସ୍ଥଳୀକୁ ଦୈନିକ କେତେ ସଂଖ୍ୟକ ଭକ୍ତ ଆସୁଥିବେ । ଦେଶରେ ଏମିତି ଅନେକ ମନ୍ଦିର ଅଛି ଯେଉଁଠାକୁ ଦୈନିକ ଲକ୍ଷାଧିକ ଭକ୍ତ ଦର୍ଶନ ପାଇଁ ଆସିଥାନ୍ତି । ଆସନ୍ତୁ ନଜର ପକାଇବା ଏମିତି କିଛି ମନ୍ଦିର ଉପରେ ଯେଉଁଠାକୁ ଦୈନିକ ହଜାର ହଜାର ସଂଖ୍ୟକ ଭକ୍ତ ଆସିଥାନ୍ତି ।

ତିରୁପତି ବାଲାଜୀ
ତିରୁପତି ବାଲାଜୀ ମନ୍ଦିର ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାର ତିରୁମାଲା ପର୍ବତରେ ଅବସ୍ଥିତ। ଏହା ଦେଶର ସବୁଠାରୁ ଧନୀ ମନ୍ଦିର ତାଲିକାରେ ଅଛି । ଆମେ ଆପଣଙ୍କୁ କହିବୁ ଯେ ପ୍ରତିଦିନ ହଜାର ହଜାର ଭକ୍ତ ପ୍ରଭୁ ବିଷ୍ଣୁଙ୍କ ଦର୍ଶନ କରିବାକୁ ଏଠାକୁ ଆସନ୍ତି। ଧାର୍ମିକ ବିଶ୍ୱାସ ଅନୁଯାୟୀ ଭଗବାନ ଶ୍ରୀ ଭେଙ୍କଟେଶ୍ୱରା ତାଙ୍କ ପତ୍ନୀ ପଦ୍ମାବତୀଙ୍କ ସହ ଏଠାରେ ରୁହନ୍ତି। ଏହି ମନ୍ଦିରକୁ ଦୈନିକ ଏକ ଲକ୍ଷରୁ ଅଧିକ ଭକ୍ତ ଆସିଥାନ୍ତି ।

ବୈଷ୍ଣୋ ଦେବୀ
ମାତା ବୈଷ୍ଣୋ ଦେବୀ ମନ୍ଦିର ମଧ୍ୟ ଭାରତର ସବୁଠାରୁ ପ୍ରସିଦ୍ଧ ଏବଂ ଧନୀ ମନ୍ଦିର ମଧ୍ୟରୁ ଅନ୍ୟତମ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ମନ୍ଦିର ପ୍ରତିବର୍ଷ ପ୍ରାୟ 500 କୋଟି ଟଙ୍କା ରୋଜଗାର କରିଥାଏ। 14 କିଲୋମିଟର ପର୍ବତ ଆରୋହଣ କରିବା ପରେ ଲୋକମାନେ ମା’ଙ୍କର ଦର୍ଶନ ପାଇଥାନ୍ତି । ପ୍ରତିଦିନ ହଜାର ହଜାର ଲୋକ ଏଠାକୁ ଆସନ୍ତି ।

ଜଗନ୍ନାଥ ପୁରୀ
ଓଡ଼ିଶାର ପୁରୀରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ହିନ୍ଦୁମାନଙ୍କର ଚାରି ଧାମ ମଧ୍ୟରୁ ଅନ୍ୟତମ। ଏହି ମନ୍ଦିର ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର ଶ୍ରୀକୃଷ୍ଣଙ୍କୁ ଉତ୍ସର୍ଗ କରାଯାଇଛି। ଲୋକମାନେ କେବଳ ଭାରତରୁ ନୁହେଁ ବିଦେଶରୁ ମଧ୍ୟ ପରିଦର୍ଶନ କରିବାକୁ ଆସନ୍ତି । ଦୈନିକ ଏଠାକୁ ୫୦ହଜାରରୁ ଅଧିକ ଭକ୍ତ ଦର୍ଶନ ପାଇଁ ଆସୁଥିବା ବେଳେ ରଥଯାତ୍ରା ସମୟରେ ଭକ୍ତଙ୍କ ସଂଖ୍ୟା ୧୦ ଲକ୍ଷରୁ ଅଧିକ ହୋଇଥାଏ ।

କାଶୀ ବିଶ୍ୱନାଥ
ବାରାଣାସୀରେ ଅବସ୍ଥିତ ଭଗବାନ ବିଶ୍ୱନାଥଙ୍କ ମନ୍ଦିର ବିଶ୍ୱ ପ୍ରସିଦ୍ଧ ମନ୍ଦିର ମଧ୍ୟରୁ ଅନ୍ୟତମ । ଏହି ମନ୍ଦିର ଯୋଗୁଁ ବାରାଣାସୀ ବା ବନାରସ ଦେଶ ତଥା ବିଦେଶର  ପ୍ରସିଦ୍ଧ ଧାର୍ମିକ ସ୍ଥାନ ମଧ୍ୟରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି। ହଜାର ହଜାର ଲୋକ ମଧ୍ୟ ବାରଣାସୀକୁ ଆସିଥାନ୍ତି। ବାରଣାସୀର ଘାଟ ଅନେକଙ୍କୁ ଧାର୍ମିକ ଅନୁଭୂତି ପାଇଁ ନିଜ ଆଡକୁ ଟାଣିଥାଏ।