ପ୍ରବାସୀଙ୍କ ପାଇଁ ଏମିତି ହେଲା....
Advertisement

ପ୍ରବାସୀଙ୍କ ପାଇଁ ଏମିତି ହେଲା....

ଦିଗପହଣ୍ଡି ବିଧାୟକ ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି,  ପ୍ରଥମ ଦଫାରେ ଗଞ୍ଜାମରେ କୋରୋନା ନଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଗୁଜୁରାଟ, ମହାରାଷ୍ଟ୍ର ଇତ୍ୟାଦି ରାଜ୍ୟରୁ ପ୍ରବାସୀମାନେ ଫେରିଲେ । ଯେଉଁଥିପାଇଁ କୋରୋନା ସଂକ୍ରମଣ ହୋଇଛି ।

ଫାଇଲ ଫଟୋ

ଯଯାତି ମହାନ୍ତି, ଭୁବନେଶ୍ୱର: ଓଡ଼ିଶାରେ ୧୦ ହଜାର ମୁହାଁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ଗଞ୍ଜାମ । ଜିଲ୍ଲାରେ ଏପର୍ଯ୍ୟନ୍ତ ୨୩୪୮ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ୨୧ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ଏକମାତ୍ର ଜିଲ୍ଲା ଭାବେ ଏଠି ୧ ହଜାର ଉପରେ ରହିଛି ଆକ୍ଟିଭ କେସ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରମୁଖ ଏହି ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି । ତେବେ ଗଞ୍ଜାମରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ।

ଦିଗପହଣ୍ଡି ବିଧାୟକ ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି,  ପ୍ରଥମ ଦଫାରେ ଗଞ୍ଜାମରେ କୋରୋନା ନଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଗୁଜୁରାଟ, ମହାରାଷ୍ଟ୍ର ଇତ୍ୟାଦି ରାଜ୍ୟରୁ ପ୍ରବାସୀମାନେ ଫେରିଲେ । ଯେଉଁଥିପାଇଁ କୋରୋନା ସଂକ୍ରମଣ ହୋଇଛି । ତେବେ ଜିଲ୍ଲା ପ୍ରସାଶନ କୋଭିଡ ସଂକ୍ରମଣ ରୋକିବା ପାଇଁ ପ୍ରୟାସ ଜାରି ରଖିଥିବା କହିଛନ୍ତି ବାଚସ୍ପତି । 

ସେ ଆାହୁରି ମଧ୍ୟ କହିଛନ୍ତି, ପ୍ରତ୍ୟେକ ଦିନ ମୁଁ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ କଥା ହେଉଛି । ସରକାରଙ୍କ ଯାହା ଗାଇଡଲାଇନ ରହିଛି, ତାହା ସମସ୍ତେ ମାନିଲେ ମାସକ ମଧ୍ୟରେ କୋରୋନା କମିଯିବ । ଲୋକମାନେ ନିୟମ ମାନୁଛନ୍ତି ଓ ପୋଲିସ ବି କାମ କରୁଛି। କିନ୍ତୁ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ମତ ରଖିଛନ୍ତି ବାଚସ୍ପତି ।