Sunday:କେମିତି ରବିବାର ହେଲା ଛୁଟିଦିନ, ଜାଣନ୍ତୁ ଏହାପଛର କାହାଣୀ
Advertisement

Sunday:କେମିତି ରବିବାର ହେଲା ଛୁଟିଦିନ, ଜାଣନ୍ତୁ ଏହାପଛର କାହାଣୀ

ଦୁନିଆରେ ରବିବାର ଛୁଟି କେବେ ଏବଂ କେମିତି ଆରମ୍ଭ ହୋଇଥାନ୍ତା, ଏହା ଏକ ପ୍ରଶ୍ନ ଯାହାର ଉତ୍ତର ସମସ୍ତେ ଜାଣିବାକୁ ଚାହିଁବେ । ତେବେ ରବିବାର ଛୁଟିଦିନରେ ଆମେ ସମସ୍ତେ ଆରାମ କରି ଏହାକୁ ଉପଭୋଗ କରିଥାଉ। ଦୈନନ୍ଦିନ ଶୃଙ୍ଖଳାରୁ ରବିବାର ଦିନ ଜୀବନ ଭିନ୍ନ ହୋଇଯାଏ । ଭାରତରେ ବ୍ରିଟିଶ ଶାସନ ସମୟରେ ଶ୍ରମିକମାନଙ୍କୁ ସପ୍ତାହସାରା କାମ କରିବାକୁ ବାଧ୍ୟ କରାଯାଉଥିଲା, ସାପ୍ତାହିକ ଛୁଟି ନଥିଲା ।

SOCIAL MEDIA

Sunday: ଦୁନିଆରେ ରବିବାର ଛୁଟି କେବେ ଏବଂ କେମିତି ଆରମ୍ଭ ହୋଇଥାନ୍ତା, ଏହା ଏକ ପ୍ରଶ୍ନ ଯାହାର ଉତ୍ତର ସମସ୍ତେ ଜାଣିବାକୁ ଚାହିଁବେ । ତେବେ ରବିବାର ଛୁଟିଦିନରେ ଆମେ ସମସ୍ତେ ଆରାମ କରି ଏହାକୁ ଉପଭୋଗ କରିଥାଉ। ଦୈନନ୍ଦିନ ଶୃଙ୍ଖଳାରୁ ରବିବାର ଦିନ ଜୀବନ ଭିନ୍ନ ହୋଇଯାଏ । ଭାରତରେ ବ୍ରିଟିଶ ଶାସନ ସମୟରେ ଶ୍ରମିକମାନଙ୍କୁ ସପ୍ତାହସାରା କାମ କରିବାକୁ ବାଧ୍ୟ କରାଯାଉଥିଲା, ସାପ୍ତାହିକ ଛୁଟି ନଥିଲା । ଏଥିପାଇଁ ଆନ୍ଦୋଳନ ହୋଇଥିଲା। ତେବେ ରବିବାର ଛୁଟିର ଶ୍ରେୟ ରୋମାନ ସମ୍ରାଟମାନଙ୍କୁ ଦିଆଯିବା ଉଚିତ। କାରଣ ରବିବାର ଛୁଟି ରୋମରୁ ଆରମ୍ଭ ହୋଇ ଏହା ୟୁରୋପ ଏବଂ ପରେ ଧୀରେ ଧୀରେ ବିଶ୍ୱକୁ ବ୍ୟାପିଥିଲା । ଚୀନରେ ଗାଧୋଇବା ନାଁରେ ଏହି ସାପ୍ତାହିକ ଛୁଟି ଆରମ୍ଭ ହୋଇଥିଲା ।

୩୨୧ ଖ୍ରୀଷ୍ଟାବ୍ଦରେ ସମ୍ରାଟ କନଷ୍ଟାଣ୍ଟିନ ରବିବାରକୁ ସରକାରୀ ଛୁଟି ଘୋଷଣା କରିଥିଲେ । ଏହି ଦିନ ଲୋକମାନେ  ରୋମାନ ସୂର୍ଯ୍ୟ ଦେବତା ସୋଲ୍ ଇନଭିକ୍ଟସଙ୍କୁ ପ୍ରାର୍ଥନା କରିବା ପରେ ବିଶ୍ରାମ ନେଉଥିଲେ ଏବଂ କୌଣସି କାମ କରୁନଥିଲେ ।

ପ୍ରାୟ ସମସ୍ତ ପ୍ରାଚୀନ ସଭ୍ୟତାରେ ରବିବାର ଦିନ ଭଗବାନ ସୂର୍ଯ୍ୟଙ୍କୁ ପୂଜା କରାଯାଉଥିଲା।  ଯେହେତୁ ଲୋକମାନେ ଏକ ନିର୍ଦ୍ଦିଷ୍ଟ ଦିନରେ ମହାପ୍ରଭୁଙ୍କୁ ପୂଜା କରନ୍ତି, ତେଣୁ ଏହି ଦିନକୁ 'ରବିବାର' ଅର୍ଥାତ୍ ସୂର୍ଯ୍ୟଙ୍କ ଦିନ ଭାବେ ଘୋଷଣା କରାଗଲା । ପରବର୍ତ୍ତୀ ସମୟରେ ଚର୍ଚ୍ଚ ନିର୍ମାଣ ହେବା ପରେ ଲୋକମାନେ ଏହି ଦିନ ସେଠାକୁ ପ୍ରାର୍ଥନା ପାଇଁ ଯିବା ଆରମ୍ଭ କରିଥିଲେ। ତେଣୁ ଲୋକଙ୍କ ଭାବନାକୁ ସମ୍ମାନ ଦେଇ ରବିବାର ଛୁଟି ଘୋଷଣା କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା।

ଚତୁର୍ଥ ଶତାବ୍ଦୀରେ ରୋମାନ ସମ୍ରାଟ ରବିବାରକୁ ଛୁଟି ଘୋଷଣା କରିଥିଲେ,

୩୨୧ ଖ୍ରୀଷ୍ଟାବ୍ଦରେ ସମ୍ରାଟ କନଷ୍ଟାଣ୍ଟିନ ହିଁ ସାତ ଦିନିଆ ସରକାରୀ ରୋମାନ ସପ୍ତାହରେ ରବିବାରକୁ ସରକାରୀ ଛୁଟି ଘୋଷଣା କରିବାକୁ ଆଦେଶ ଦେଇଥିଲେ । ଏଥିପାଇଁ ସେ ପ୍ରଥମ ନାଗରିକ ଆଇନ ପ୍ରଣୟନ କରିଥିଲେ। ସେହି ଦିନ (ରବିବାର) ସମସ୍ତ କାମ ବନ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ, କେବଳ ଆବଶ୍ୟକ ସ୍ଥଳେ କୃଷକମାନେ କାମ କରିପାରିବେ ବୋଲି ରାଜାଦେଶ ଥିଲା।

ଏହାପରେ ଏହି ଧାରଣା ୟୁରୋପରେ ବ୍ୟାପିଯାଇଥିଲା । ପରବର୍ତ୍ତୀ ସମୟରେ ଯେତେବେଳେ ୟୁରୋପ ଓ ଆମେରିକାର ଅଧିକାଂଶ ଲୋକ ଖ୍ରୀଷ୍ଟିଆନ ହୋଇଗଲେ, ସେମାନେ ଏହି ଦିନ ଚର୍ଚ୍ଚକୁ ଯାଇ ସେଠାରେ ପ୍ରାର୍ଥନା କରିବା ଆରମ୍ଭ କଲେ । ଅନେକ ପଣ୍ଡିତଙ୍କ ମତରେ ସାତ ଦିନିଆ ସପ୍ତାହର ଧାରଣା ପ୍ରଥମେ ଭାରତ ଓ ପରେ ଚୀନକୁ ଆସିଥିଲା ।

'ରବିବାର' ଛୁଟି ବ୍ୟତୀତ, ରୋମାନମାନେ ମଧ୍ୟ ଚାହୁଁଥିଲେ ଯେ 'ଶନିବାର'କୁ ଏକ ଅଧା ଦିନର ଛୁଟି ଭାବରେ ବିବେଚନା କରାଯାଉ, କାରଣ ଶନିବାର ଇହୁଦୀମାନଙ୍କ ମଧ୍ୟରେ ସାବାଥ୍ ବା 'ବିଶ୍ରାମ' ଦିନ ଥିଲା ଏବଂ ରୋମୀୟ ଦେବତା ସଟର୍ନ ବା ଶନିଙ୍କ ନାମରେ ନାମିତ ଏକମାତ୍ର ଦିନ ଥିଲା । ଏହି କାରଣରୁ ପରେ ଦୁନିଆରେ ଶନିବାର ପୁରାଛୁଟି କିମ୍ବା ଅଧା ଦିନ ଛୁଟି ହୋଇଥିଲା ।

ବ୍ରିଟିଶ ଅମଳରେ ଭାରତୀୟ ଶ୍ରମିକଙ୍କ ଆନ୍ଦୋଳନରୁ ରବିବାର ଛୁଟି

ଭାରତରେ ରବିବାର କିପରି ଛୁଟି ଦିନ ପାଲଟିଲା ତାହାର ଏକ କାହାଣୀ ମଧ୍ୟ ରହିଛି

। ଏହାର ଶ୍ରେୟ ମହାରାଷ୍ଟ୍ରର ଶ୍ରମିକ ନେତା ନାରାୟଣ ମେଘାଜୀ ଲୋଖଣ୍ଡେଙ୍କୁ ଦିଆଯିବା ଦରକାର। ଇଂରେଜଙ୍କ ଆଗମନ ପରେ ଭାରତରେ ଶ୍ରମିକମାନଙ୍କୁ ସପ୍ତାହର ସମସ୍ତ ସାତ ଦିନ କାମ କରିବାକୁ ପଡୁଥିଲା । ସେମାନଙ୍କ ପାଇଁ କୌଣସି ଛୁଟି ନଥିବା ବେଳେ ବ୍ରିଟିଶ ଶାସକ ଏବଂ ସେମାନଙ୍କ କର୍ମଚାରୀମାନେ ରବିବାରକୁ ଛୁଟି ଦିନ ଭାବେ ପାଳନ କରୁଥିଲେ। ସେତେବେଳକୁ ଭାରତରେ ଟ୍ରେଡ୍ ୟୁନିୟନ ଭଳି ଅନୁଷ୍ଠାନ ଆରମ୍ଭ ହୋଇସାରିଥିଲା, ଏହି ଆନ୍ଦୋଳନର ପିତା ଥିଲେ ନାରାୟଣ ମେଘାଜୀ ଲୋଖଣ୍ଡେ । ସେ ଇଂରେଜମାନଙ୍କ ସମ୍ମୁଖରେ ଶ୍ରମିକମାନଙ୍କୁ ଗୋଟିଏ ଦିନଛୁଟି ଦେବା ପାଇଁ ଦାବି  କରିଥିଲେ। ଶେଷରେ ୧୮୯୦ ମସିହା ଜୁନ୍ ୧୦ ତାରିଖରେ ବ୍ରିଟିଶ ସରକାର ରବିବାରକୁ ଶ୍ରମିକ ଓ ଅନ୍ୟମାନଙ୍କ ପାଇଁ ଛୁଟି ଘୋଷଣା କରିଥିଲେ।

ଚୀନରେ ଗାଧୋଇବା ପାଇଁ ଛୁଟିଦିନ

ଚୀନରେ ସପ୍ତାହର ଅବଧାରଣ ପ୍ରଥମେ ନଥିଲା। ପ୍ରାରମ୍ଭିକ ଶତାବ୍ଦୀରେ ସେଠାରେ ଗାଧୋଇବା ଏକ ବଡ଼ ସମସ୍ୟା ଥିଲା । କାରଣ ଏଥିପାଇଁ ଲୋକଙ୍କୁ ସାର୍ବଜନୀନ ସ୍ନାନାଗାରକୁ ଯିବାକୁ ପଡୁଥିଲା । ଘରେ ଗାଧୋଇବାର କୌଣସି ବ୍ୟବସ୍ଥା ନଥିଲା। ଆପଣ ଆଶ୍ଚର୍ଯ୍ୟ ହେବେ କିନ୍ତୁ ବହୁ ପରେ ଯେତେବେଳେ ଚୀନ୍ ର ଘରେ ପାଣି ପାଇପ୍ ପହଞ୍ଚିଥିଲା, ସେତେବେଳେ ଯାଇ ଲୋକମାନେ ନିଜ ଘରେ ଗାଧୋଇବା ଆରମ୍ଭ କରିଥିଲେ।

ତୃତୀୟ ଶତାବ୍ଦୀରେ ଚୀନର ହାନ ରାଜବଂଶ ଅଧିକାରୀମାନଙ୍କୁ ଗାଧୋଇବା ପାଇଁ ପ୍ରତି ପାଞ୍ଚ ଟି କାର୍ଯ୍ୟ ଦିବସରେ ଗୋଟିଏ ଦିନ ଛୁଟି ଦେବା ଆରମ୍ଭ କରିଥିଲା । ପ୍ରତି ପାଞ୍ଚ ଦିନରେ ଗାଧୋଇବା ସେଠାରେ ଏକ ନିୟମିତ କାର୍ଯ୍ୟ ପାଲଟିଯାଇଥିଲା, ଏହି ଛୁଟିଦିନରେ ଲୋକମାନେ କେବଳ ଭଲ ଭାବରେ ସ୍ନାନ କରୁନଥିଲେ,ସେମାନେ ମଧ୍ୟ ନିଜ ପୋଷାକ କୁ ଧୋଇ ସଫା କରୁଥିଲେ। ଦସ୍ତାବିଜରୁ ଜଣାପଡିଛି ଯେ ଚୀନ୍ ଏବଂ ହାନ୍ ରାଜବଂଶ ସମୟରେ ଲୋକମାନେ ପ୍ରତି ତୃତୀୟ ଦିନରେ କେଶ ଧୋଉଥିଲେ । ପ୍ରତି ପାଞ୍ଚ ଦିନରେ ଥରେ ସେମାନେ ଗାଧୋଉଥିଲେ।

ଏହା ମଧ୍ୟ କୁହାଯାଏ ଯେ ଚୀନର ମହାନ ନେତା ମାଓ ସେ ତୁଙ୍ଗ ଖୁବ୍ କମ୍ ଗାଧୋଉଥିଲେ । ୧୯୯୦ ଦଶକର ଶେଷ ଭାଗରେ ଚୀନ୍ ର ଘରକୁ ପାଣି ପାଇପ୍ ଲାଇନ୍ ଦ୍ୱାରା ଆସିଥିଲା।