Air pollution Chart:ହାରାହାରି ବାର୍ଷିକ PM୨.୫ ସ୍ତର ସହିତ ବିଶ୍ୱରେ ଇନଡୋର ବାୟୁପ୍ରଦୁଷଣ ତାଲିକାର ଶୀର୍ଷରେ ଭାରତ
Advertisement

Air pollution Chart:ହାରାହାରି ବାର୍ଷିକ PM୨.୫ ସ୍ତର ସହିତ ବିଶ୍ୱରେ ଇନଡୋର ବାୟୁପ୍ରଦୁଷଣ ତାଲିକାର ଶୀର୍ଷରେ ଭାରତ

ଏକ ଅଧ୍ୟୟନ ରିପୋର୍ଟ ଅନୁସାରେ ଇନଡୋର(ଆଭ୍ୟନ୍ତରୀଣ) ବାୟୁ ପ୍ରଦୁଷଣ ମାମଲା ଭାରତରେ ସଂକଟ ଜନକ ରୂପ ନେଇଛି । ଏହି ଅଧ୍ୟୟନ ରିପୋର୍ଟ ଅନୁସାରେ ବିଶ୍ୱର ସର୍ବାଧିକ ଇନଡୋର ବାୟୁ ପ୍ରଦୂଷିତ ରାଷ୍ଟ୍ର ହେଉଛି ଭାରତ । ବାର୍ଷିକ ହାରାହାରି PM୨.୫ ସ୍ତର ସହିତ ଭାରତ ଇନଡୋର ବାୟୁ ପ୍ରଦୂଷଣ ଚାର୍ଟରେ ଶୀର୍ଷ ସ୍ଥାନରେ ଅଛି । ଭାରତ ପରେ ସର୍ବାଧି

SOCIAL MEDIA

Air pollution Chart:

ଏକ ଅଧ୍ୟୟନ ରିପୋର୍ଟ ଅନୁସାରେ ଇନଡୋର(ଆଭ୍ୟନ୍ତରୀଣ) ବାୟୁ ପ୍ରଦୁଷଣ ମାମଲା ଭାରତରେ ସଂକଟ ଜନକ ରୂପ ନେଇଛି । ଏହି ଅଧ୍ୟୟନ ରିପୋର୍ଟ ଅନୁସାରେ ବିଶ୍ୱର ସର୍ବାଧିକ ଇନଡୋର ବାୟୁ ପ୍ରଦୂଷିତ ରାଷ୍ଟ୍ର ହେଉଛି ଭାରତ । ବାର୍ଷିକ ହାରାହାରି PM୨.୫ ସ୍ତର ସହିତ ଭାରତ ଇନଡୋର ବାୟୁ ପ୍ରଦୂଷଣ ଚାର୍ଟରେ ଶୀର୍ଷ ସ୍ଥାନରେ ଅଛି । ଭାରତ ପରେ ସର୍ବାଧିକ ଇନଡୋର ବାୟୁ ପ୍ରଦୂଷିତ ରାଷ୍ଟ୍ରଙ୍କ ତାଲିକାରେ ଚୀନ୍,ତୁର୍କି,ମିଳିତ ଆରବ ଏମିରଟ୍(ୟୁଏଇ) ଓ ଦ.କୋରିଆ ରହିଛନ୍ତି ।

ଏହା ବ୍ୟତିତ ସର୍ବାଧିକ ହାରାହାରି ବାର୍ଷିକ  PM୨.୫ ସ୍ତର ବିଶିଷ୍ଟ ସୂଚୀରେ ଥିବା ସହରଗୁଡିକଙ୍କ ମଧ୍ଯରେ ରାଜଧାନୀ ଦିଲ୍ଲୀ ଏକ ନମ୍ବରରେ ରହିଛି । ନୂଆଦିଲ୍ଲୀ ପରେ ଥିବା ସହର ହେଉଛନ୍ତି ଚୀନର ବେଜିଂ,ସାଂଘାଇ,ସେନଜେନ ଓ ଦକ୍ଷୀଣ କୋରିଆର ବୁସାନ । ଡାଏସନର ଏକ ଅଧ୍ୟୟନରୁ ଏହି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସଛି ।

ସୂଚନାଯୋଗ୍ୟ ଯେ, ଡାୟସନ ଗ୍ଲୋବାଲ କନେକ୍ଟେଡ୍ ଏୟାର କ୍ୱାଲିଟି ଡାଟା ପ୍ରୋଜେକ୍ଟ ବ୍ୟବହାରକାରୀଙ୍କ ଆଚରଣ ବୁଝିବା ପାଇଁ ଓ ଘର ଭିତର ତଥା ବାହାର ବାୟୁ ଗୁଣବତାର ତୁଳନା କରିବାକୁ ଅଧା ଟ୍ରିଲିୟରୁ ଅଧିକ ଡାଟା ବିନ୍ଦୁର ବିଶ୍ଲେଷଣ କରିଥାଏ ।