Advertisement
Article Detail0/zeeodisha/odisha2033570
Zee OdishaZee OdishaRohingya: କାହିଁକି ମୁସଲିମ୍ ବହୁଳ ଇଣ୍ଡୋନେସିଆରେ ରୋହିଙ୍ଗ୍ୟା ମୁସଲମାନ ଶରଣାର୍ଥୀଙ୍କ ବିରୋଧରେ ବଢୁଛି ଆକ୍ରୋଶ

Rohingya: କାହିଁକି ମୁସଲିମ୍ ବହୁଳ ଇଣ୍ଡୋନେସିଆରେ ରୋହିଙ୍ଗ୍ୟା ମୁସଲମାନ ଶରଣାର୍ଥୀଙ୍କ ବିରୋଧରେ ବଢୁଛି ଆକ୍ରୋଶ

ଭାରତରେ ରୋହିଙ୍ଗ୍ୟା ମୁସଲିମ ଶରଣାର୍ଥୀଙ୍କୁ ଶରଣ ନେବାକୁ ନେଇ ଭିନ୍ନ ମତ ପ୍ରକାଶ ପାଉଛି। ନିଜକୁ ଧର୍ମନିରପେକ୍ଷ ବୋଲାଉଥିବା ଦଳ ଓ ମୁସଲମାନଙ୍କ ସ୍ୱାର୍ଥ କଥା କହୁଥିବା କିଛି ଦଳ ରୋହିଙ୍ଗ୍ୟାଙ୍କୁ ମାନବୀୟ ଆଧାରରେ ଶରଣ ଦେବାକୁ କହୁଛନ୍ତି। ଅନ୍ୟପକ୍ଷରେ ବିଜେପି ଭଳି ଦଳ ଏହାକୁ ବିରୋଧ କରୁଛନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଇଣ୍ଡୋନ

SOCIAL MEDIA
SOCIAL MEDIA

Rohingya:

ଭାରତରେ ରୋହିଙ୍ଗ୍ୟା ମୁସଲିମ ଶରଣାର୍ଥୀଙ୍କୁ ଶରଣ ନେବାକୁ ନେଇ ଭିନ୍ନ ମତ ପ୍ରକାଶ ପାଉଛି। ନିଜକୁ ଧର୍ମନିରପେକ୍ଷ ବୋଲାଉଥିବା ଦଳ ଓ ମୁସଲମାନଙ୍କ ସ୍ୱାର୍ଥ କଥା କହୁଥିବା କିଛି ଦଳ ରୋହିଙ୍ଗ୍ୟାଙ୍କୁ ମାନବୀୟ ଆଧାରରେ ଶରଣ ଦେବାକୁ କହୁଛନ୍ତି। ଅନ୍ୟପକ୍ଷରେ ବିଜେପି ଭଳି ଦଳ ଏହାକୁ ବିରୋଧ କରୁଛନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଇଣ୍ଡୋନେସିଆ ଭଳି ମୁସଲିମ ବହୁଳ ରାଷ୍ଟ୍ରରେ ଖୋଦ ମୁସଲମାନେ ରୋହିଙ୍ଗ୍ୟାଙ୍କୁ ବିରୋଧ କରୁଛନ୍ତି। ଏମିତିକି ଜୋରଜବରଦସ୍ତ ସେମାନଙ୍କୁ ଶରଣାର୍ଥୀ ଶିବିରରୁ ହଟାଇ ଦେଉଛନ୍ତି। ନିକଟରେ ଇଣ୍ଡୋନେସିଆରେ ସେହିଭଳି ଏକ ଘଟଣା ଘଟିଛି।

ଇଣ୍ଡୋନେସିଆର ବନ୍ଦା ଆଚେଗ ସହରକରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ସମ୍ମିଳନୀ କେନ୍ଦ୍ରରେ ଶତାଧିକ ଛାତ୍ରଛାତ୍ରୀ ପଶି ଶରଣାର୍ଥୀଙ୍କ ଉପରେ ଆକ୍ରମଣ କରିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି କିଭଳି ଛାତ୍ରମାନେ ସ୍ଲୋଗାନ ଦେଉଥିବା ବେଳେ ଅନୁପ୍ରବେଶ କରୁଛନ୍ତି । ସେମାନେ ବିଲ୍ଡିଂର ବେସମେଣ୍ଟରେ ପ୍ରବେଶ କରିଥିଲେ ଯେଉଁଠାରେ ରୋହିଙ୍ଗ୍ୟା ପୁରୁଷ, ମହିଳା ଏବଂ ଶିଶୁଙ୍କ ଭିଡ଼ ଭୟରେ କାନ୍ଦୁଥିଲା।

Add Zee News as a Preferred Source

ଛାତ୍ରଛାତ୍ରୀଙ୍କ ଅନୁପ୍ରବେଶ ପରେ ରୋହିଙ୍ଗ୍ୟାମାନଙ୍କୁ କୌଣସି ପ୍ରକାରେ ସେଠାରୁ ବାହାର କରି ଦିଆଯାଇଥିଲା। ବିକ୍ଷୋଭ ଯୋଗୁଁ ଅନେକଙ୍କୁ ଏକା ସାଙ୍ଗରେ ନିଜ ସେଣ୍ଟର ଛାଡିବାକୁ ପଡିଥିଲା । ବଳପୂର୍ବକ ଏହି ଶରଣାର୍ଥୀଙ୍କୁ ଟ୍ରକରେ ଲୋଡ୍ କରାଯାଇଥିଲା। ଜାତିସଂଘର ଶରଣାର୍ଥୀ ଏଜେନ୍ସି ଏକ ବିବୃତ୍ତିରେ କହିଛି ଯେ ଶରଣାର୍ଥୀ ଶିବିରରୁ ଅସୁରକ୍ଷିତ ଶରଣାର୍ଥୀ ପରିବାର, ଅଧିକାଂଶ ଶିଶୁ ଓ ମହିଳାଙ୍କୁ ସ୍ଥାନାନ୍ତର କରାଯାଉଛି।

୧୩୭ ଶରଣାର୍ଥୀଙ୍କୁ ଟ୍ରକରେ ଅନ୍ୟତ୍ର ପଠାଯାଇଥିଲା

ବିକ୍ଷୋଭକାରୀ ଛାତ୍ର ପୁଲିସ ବ୍ୟାରିକେଡ୍ ଭାଙ୍ଗି ସେଠାରେ ଥିବା ୧୩୭ ଜଣ ଶରଣାର୍ଥୀଙ୍କୁ ଜୋରଜବରଦସ୍ତ ଟ୍ରକ୍ ଯୋଗେ ସ୍ଥାନାନ୍ତର କରି ସେଠାରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ରିପୋର୍ଟ ଅନୁଯାୟୀ, ଶରଣାର୍ଥୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ଗୁଜବ ପ୍ରସାରିତ ହୋଇଥିଲା ଏବଂ ଏହି କାରଣରୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ସେମାନଙ୍କ ବିରୋଧରେ ପ୍ରତିବାଦ କରିଥିଲେ।

ଇଣ୍ଡୋନେସିଆରେ ରୋହିଙ୍ଗ୍ୟାଙ୍କ ବିରୋଧରେ ବଢୁଛି ଘୃଣା !

ଇଣ୍ଡୋନେସିଆରେ ରୋହିଙ୍ଗ୍ୟାଙ୍କ ବିରୋଧରେ ଘୃଣା ବଢ଼ିବାରେ ଲାଗିଛି। ସ୍ଥାନୀୟ ବାସିନ୍ଦା ମଧ୍ୟ ଶରଣାର୍ଥୀଙ୍କ ଡଙ୍ଗାସଂଖ୍ୟାକୁ ନେଇ ଚିନ୍ତିତ ଅଛନ୍ତି। ବୌଦ୍ଧ ବହୁଳ ମିଆଁମାରରେ ରୋହିଙ୍ଗ୍ୟାମାନେ ନିର୍ଯାତନାର ସମ୍ମୁଖୀନ ହୋଇ ଇଣ୍ଡୋନେସିଆ ଆସୁଥିବା କୁହାଯାଉଛି। ନିକଟରେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ରୋହିଙ୍ଗ୍ୟା ଶରଣାର୍ଥୀ ସମସ୍ୟା ପାଇଁ ଚୋରା  ମାନବ ଚାଲାଣକୁ ଦାୟୀ କରିବା ସହ ଅନ୍ତର୍ଜାତୀୟ ସଂଗଠନ ସହ ମିଶି କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ରୋହିଙ୍ଗ୍ୟାଙ୍କୁ ପ୍ରତ୍ୟାର୍ପଣ ପାଇଁ ଦାବି

ନଭେମ୍ବରରୁ ଏପ୍ରିଲ ମଧ୍ୟରେ ସମୁଦ୍ର ଶାନ୍ତ ଥିବା ବେଳେ ଶରଣାର୍ଥୀଙ୍କ ସଂଖ୍ୟା ବଢ଼ିଥାଏ। ରୋହିଙ୍ଗ୍ୟାମାନେ ଡଙ୍ଗା ଯୋଗେ ପଡ଼ୋଶୀ ଥାଇଲାଣ୍ଡ ଏବଂ ମୁସଲମାନ ଅଧ୍ୟୁଷିତ ଇଣ୍ଡୋନେସିଆ ଓ ମାଲେସିଆକୁ ଆସିଥାନ୍ତି। ବାନ୍ଦା ଆଚେହର ୨୩ ବର୍ଷୀୟ ଛାତ୍ର ଭାରିଜା ଅନିସ ମୁନାନ୍ଦର ବୁଧବାର ସହରରେ ଏକ ପ୍ରାକ୍-ପ୍ରତିବାଦ ରାଲିରେ ଯୋଗଦେଇ ରୋହିଙ୍ଗ୍ୟାମାନଙ୍କ ପ୍ରତ୍ୟାର୍ପଣ ପାଇଁ ଦାବି କରିଥିଲେ।

About the Author