Moon Temperature: ଜୀବନର ସତ୍ତା ଖୋଜୁଛି ଚନ୍ଦ୍ରଯାନ, ମାପିଲା ତାପମାତ୍ରା; ଜାଣନ୍ତୁ ଚନ୍ଦ୍ର ମାଟିତଳର ତାପମାତ୍ରା
Advertisement
Article Detail0/zeeodisha/odisha1844645

Moon Temperature: ଜୀବନର ସତ୍ତା ଖୋଜୁଛି ଚନ୍ଦ୍ରଯାନ, ମାପିଲା ତାପମାତ୍ରା; ଜାଣନ୍ତୁ ଚନ୍ଦ୍ର ମାଟିତଳର ତାପମାତ୍ରା

ନୂଆଦିଲ୍ଲୀ: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ ୩ର ସଫଳ ଅବତରଣ ପରେ ଇତିହାସ ସୃଷ୍ଟି କରିଛି ଭାରତ। ଦକ୍ଷିଣ ମେରୁରେ ଭାରତ ଜୀବନ ସତ୍ତା ଖୋଜିବା ସହିତ ଅନେକ ଅଜଣା ତଥ୍ୟ ସାଉଁଣ୍ଟିବାରେ ଲାଗିଛି। ଚନ୍ଦ୍ରଯାନ ୩ ମାଧ୍ୟରେ ଦିନକୁ ଦିନ ଗବେଷଣା ତଥା ଅନୁଧ୍ୟାନ ବଢାଇପାରେ ଲାଗିଛି। ଚନ୍ଦ୍ରଯାନ ୩ ଚନ୍ଦ୍ର ପୃଷ୍ଠଭୂମୀରେ ପହଞ୍ଚିବା ପରେ ନୂଆ ନୂଆ

Moon Temperature: ଜୀବନର ସତ୍ତା ଖୋଜୁଛି ଚନ୍ଦ୍ରଯାନ, ମାପିଲା ତାପମାତ୍ରା; ଜାଣନ୍ତୁ ଚନ୍ଦ୍ର ମାଟିତଳର ତାପମାତ୍ରା

Moon Tempreature: ନୂଆଦିଲ୍ଲୀ: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ ୩ର ସଫଳ ଅବତରଣ ପରେ ଇତିହାସ ସୃଷ୍ଟି କରିଛି ଭାରତ। ଦକ୍ଷିଣ ମେରୁରେ ଭାରତ ଜୀବନ ସତ୍ତା ଖୋଜିବା ସହିତ ଅନେକ ଅଜଣା ତଥ୍ୟ ସାଉଁଣ୍ଟିବାରେ ଲାଗିଛି। ଚନ୍ଦ୍ରଯାନ ୩ ମାଧ୍ୟରେ ଦିନକୁ ଦିନ ଗବେଷଣା ତଥା ଅନୁଧ୍ୟାନ ବଢାଇପାରେ ଲାଗିଛି। ଚନ୍ଦ୍ରଯାନ ୩ ଚନ୍ଦ୍ର ପୃଷ୍ଠଭୂମୀରେ ପହଞ୍ଚିବା ପରେ ନୂଆ ନୂଆ ଫଟୋ ପଠାଇବାରେ ଲାଗିଛି ଚନ୍ଦ୍ରଯାନ। ତେବେ ନିକଟରେ ଚନ୍ଦ୍ରର ତାପମାତ୍ରା ମାପିଥିଲା ଚନ୍ଦ୍ରଯାନ ୩। ରବିବାର  ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁର ତାପମାତ୍ରା ଉପରେ ପ୍ରଥମ ରିପୋର୍ଟ ପଛାଇଛି। ବୈଜ୍ଞାନିକମାନେ କହିଛନ୍ତି ଯେ ଚନ୍ଦ୍ରର ଭୂପୃଷ୍ଠ ତାପମାତ୍ରା ୭୦ ଡିଗ୍ରୀ ଥିବା ନେଇ ଆମେ କେବେ ଆଶା କରିନଥିଲୁ। ଯେଉଁ ପୃଷ୍ଠରେ ଚନ୍ଦ୍ରଯାନ ଅବତରଣ କରିଥିଲା ଚାହାର ତାପମାତ୍ରା ୨୦ ରୁ ୩୦ ଡିଗ୍ରୀ ହେବା ନେଇ ଆକଳନ କରାଯାଇଥିଲା। ଆମ ସମସ୍ତଙ୍କର ବିଶ୍ୱାସ ଥିଲା ଯେ ଭୂପୃଷ୍ଠର ତାପମାତ୍ରା ପ୍ରାୟ ୨୦ ରୁ ୩୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ତାପମାତ୍ରା ଥାଇପାରେ। କିନ୍ତୁ ଏହା ୭୦ ଡିଗ୍ରୀ ତାପମାତ୍ରା ରହିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। 

ISRO ବୈଜ୍ଞାନିକ ବି.ଏଚ ଦାରୁକେଶା କହିଛନ୍ତି, 'ଏହା ଆମର ଆଶାଠାରୁ ଆଶ୍ଚର୍ଯ୍ୟଜନକ ଅଟେ। ପୃଥିବୀରେ, ଏପରି କୌଣସି ପ୍ରକାରର ପରିବର୍ତ୍ତନ ହୁଏ ନାହିଁ ଏବଂ ତେଣୁ ଚନ୍ଦ୍ରଯାନ-୩ର ପ୍ରଥମ ଅନୁସନ୍ଧାନ ଅତ୍ୟନ୍ତ କୌତୁହଳପୂର୍ଣ୍ଣ। ସେ କହିଛନ୍ତି ଯେତେବେଳେ ଆମେ ପୃଥିବୀ ଭିତରେ ଦୁଇରୁ ତିନି ସେଣ୍ଟିମିଟର ପର୍ଯ୍ୟନ୍ତ ଯାଉ ଆମେ ଦୁଇରୁ ତିନି ଡିଗ୍ରୀ ସେଣ୍ଟିଗ୍ରେଡ୍ ପ୍ରଭେଦ ନଜର ଆସିଥାଏ।  ସେଠାରେ (ଚନ୍ଦ୍ରରେ) ଏହା ପ୍ରାୟ ୫୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ପର୍ଯ୍ୟନ୍ତ ପ୍ରଭେଦ ଦେଖିବାକୁ ମିଳିଛି। ଏହି ତଥ୍ୟ ନିଶ୍ଚିତ ଭାବେ କୌତୁହଳ ପୂର୍ଣ୍ଣ ରହିଛି। 

ଦକ୍ଷିଣ ମେରୁରେ ଚନ୍ଦ୍ର ପୃଷ୍ଠରେ ତାପମାତ୍ରା ସର୍ବାଧିକ ୭୦ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସର୍ବନୀମ୍ନ ତାପମାତ୍ରା ରେକର୍ଡ ୦ରୁ ମାଇନସ ୧୦ ଡିଗ୍ରୀ ପର୍ଯ୍ୟନ୍ତ ରହିଛି। ISRO ଦ୍ୱାରା ଜାରି କରାଯାଇଥିବା ଗ୍ରାଫ୍ ବିଭିନ୍ନ ଗଭୀରତାରେ ବିକ୍ରମ ପେଲୋଡ୍ ଦ୍ୱାରା ଯାଞ୍ଚ ହୋଇଥିବା ଚନ୍ଦ୍ର ପୃଷ୍ଠର ତାପମାତ୍ରାକୁ ଦର୍ଶାଏ। ଚାର୍ଟଟି ଦର୍ଶାଏ ଯେ, ଭୂମିରେ ତାପମାତ୍ରା ପ୍ରାୟ ୫୦ ଡିଗ୍ରୀ ସେଲସିୟସ ରହିଥାଏ ଏବଂ ଏହା ୨୦ ସେମି ଉଚ୍ଚତାରେ ୬୦ ଡିଗ୍ରୀରୁ ଅଧିକ ବୃଦ୍ଧି ପାଇଥାଏ। ୮୦ ସେମି ଗଭୀରତାରେ ତାପମାତ୍ରା ମାଇନସ୍ ୧୦ ଡିଗ୍ରୀ ସେଲସିୟସ ରହିଥିବା ରେକର୍ଡ କରାଯାଇଥାଏ। 

ଦିନରେ ତାପମାତ୍ରା ମାପ କରାଯାଇଛି, କାରଣ ଚନ୍ଦ୍ରରେ ଏବେ ବି ଦିନ ଚାଲୁ ରହିଛି। ISRO ଚେୟାରମ୍ୟାନ୍ ଏସ୍ ସୋମନାଥ ଚନ୍ଦ୍ରୟାନ -3 ର 'ସଫ୍ଟ ଲ୍ୟାଣ୍ଡିଂ' ପାଇଁ ଦକ୍ଷିଣ ପୋଲ ବାଛିବାର କାରଣ ବର୍ଣ୍ଣନା କରି କହିଛନ୍ତି ଯେ ଦକ୍ଷିଣ ପୋଲ ସୂର୍ଯ୍ୟଙ୍କ ଅପେକ୍ଷା କମ୍ ଆଲୋକିତ ନୁହେଁ।

Also Read: Rojgar Mela: ମୋଦି ସରକାରଙ୍କ ରୋଜଗାର ମେଳା ଯୋଜନା, ଆଜି ଆପୋଏଣ୍ଟମେଣ୍ଟ ଲେଟର ପାଇବେ ୫୦ ହଜାର..

Also Read: Flight Service: ଆସିଲା ଖୁସି ଖବର! ଏହି ଦିନ ଉତ୍କେଲାରୁ ଭୁବନେଶ୍ବରକୁ ଉଡ଼ିବ ବିମାନ

Also Read: Shahrukh Khan: ଶାହାରୁଖ୍ ଖାନଙ୍କ ଘର ଆଗରେ ପୋଲିସ୍, ଜାଣନ୍ତୁ ପୂରା ଖବର...